Lok Sabha Election 2024: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ଅଷ୍ଚମ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ଓଡି଼ଶା, ପଞ୍ଜାବ ଓ ପଶ୍ଚିମବଙ୍ଗର ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶାରୁ ବାକିଥିବା ୩ ଲୋକସଭା ଆସନ ପାଇଁ ବିଜେପି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଟକରୁ ଭର୍ତ୍ତୁହରୀ ମହତାବକୁ ଦଳ ପ୍ରାର୍ଥୀ କରିଥିବା ବେଳେ ଯାଜପୁର ଆସନରୁ ଡ଼ ରବିନ୍ଦ୍ର ନାରୟଣ ବେହେରା ଓ କନ୍ଧମାଳ ଆସନରୁ ସୁକାନ୍ତ କୁମାର ପାଣିଗ୍ରାହୀ ଉପରେ ଦଳ ଭରସା କରିଛି।


COMMERCIAL BREAK
SCROLL TO CONTINUE READING

୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶନିବାର ଦିନ (୩୦ ମାର୍ଚ୍ଚ) ରେ ବିଜେପି ଅଷ୍ଟମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରାର୍ଥୀ ତାଲିକାରେ ତିନୋଟି ରାଜ୍ୟରୁ ୧୧ ଜଣ ପ୍ରାର୍ଥୀଙ୍କୁ ବିଜେପି ସ୍ଥାନ ଦେଇଛି। ଓଡି଼ଶାର କଟକରୁଭର୍ତ୍ତୁହରୀ ମହତାବ, ପଞ୍ଜାବର ଫରିଦକୋଟରୁ ହଂସରାଜ ହଂସ, ପଟିଆଲାରୁ ପାରିଣାତ କୌର ଏବଂ ଲୁଧିଆନାର ରାବଣୀତ ସିଂ ବିଟୁଙ୍କ ବ୍ୟତୀତ ପଶ୍ଚିମବଙ୍ଗର ବୀରଭୂମର ପୂର୍ବତନ ଆଇପିଏସ୍ ଦେବାଶିଷ ଧରଙ୍କୁ ଟିକେଟ୍ ଦିଆଯାଇଛି।


 



ଓଡ଼ିଶା
ଯାଜପୁର-ଏସସି- ରବୀନ୍ଦ୍ର ନାରାୟଣ ବେହେରା
କନ୍ଧମାଳ- ସୁକାନ୍ତ କୁମାର ପାଣିଗ୍ରାହୀ
କଟକ- ଭର୍ତ୍ତୁହରୀ ମହତାବ


ପଞ୍ଜାବ
ଗୁରୁଦାସପୁର- ଦୀନେଶ ସିଂ 'ବାବୁ'
ଅମୃତସର- ତାରଞ୍ଜିତ ସିଂ ସାନ୍ଧୁ 
ଜଲନ୍ଦର (ଏସସି) - ସୁଶୀଲ କୁମାର ରିଙ୍କୁ
ଲୁଧିଆନା- ରାବଣୀତ ସିଂ ବିଟୁ
ଫରିଦକୋଟ (ଏସସି) - ହଂସ ରାଜ ହଂସ
ପଟିଆଲା- ପରିଣିତି କୌର