Prashant Kishor Prediction on 2024 Election: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ଗତ ରବିବାର (ଅପ୍ରେଲ ୭) ପ୍ରଶାନ୍ତ କିଶୋର ଦାବି କରିଛନ୍ତି ଯେ ବିଜେପି ଦକ୍ଷିଣ ତଥା ଉତ୍ତର-ପୂର୍ବ ଭାରତରେ ନିଜର ଆସନ ସଂଖ୍ୟା ବୃଦ୍ଧି କରିବା ସହ ଭୋଟ୍ ପ୍ରତିଶତ ବଢାଇବ। କେବଳ ସେତିକି ​​ବିଜେପି ୩ ଶହରୁ ଅଧିକ ସିଟ୍ ଜିତିପାରିବ। ଯାହା କେନ୍ଦ୍ରରେ ସରକାର ଗଠନ ପାଇଁ ଆବଶ୍ୟକ ହେଉଥିବା ବହୁମତ ଠାରୁ ବହୁତ ଅଧିକ।


COMMERCIAL BREAK
SCROLL TO CONTINUE READING

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ସମେତ ବହୁ ବିରୋଧି ଦଳ ନେତାଙ୍କ ସହ କାମ କରି ସାରିଛନ୍ତି ପ୍ରଶାନ୍ତ କିଶୋର। ସେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ବିଜେପି ଏକ ନମ୍ବର ଦଳ ଭାବେ ହୋଇପାରେ। ଏହା ସହିତ ତେଲେଙ୍ଗାନାରେ ମଧ୍ୟ ବିଜେପି ଏକ ନମ୍ବର କିମ୍ବା ଦୁଇ ନମ୍ବର ଦଳ ହୋଇପାରେ।


ନ୍ୟୁଜ ଏଜେନ୍ସି ସହ ପିଟିଆଇ ସହ କଥାବାର୍ତ୍ତା କରିବା ବେଳେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ବିଜେପି ତେଲେଙ୍ଗାନାରେ ଏକ ନମ୍ବର କିମ୍ବା ଦୁଇ ନମ୍ବର ଦଳ ହେବ। କେବଳ ସେତିକି ନୁହେଁ ବିଜେପି ନିଶ୍ଚିତ ଭାବେ ଓଡିଶାରେ ମଧ୍ୟ ଏକ ବଡ଼ ଦଳ ହେବେ। ମୋ ମତରେ ଏହାର ସମସ୍ତ ସମ୍ଭାବନା ରହିଛି। ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ପଶ୍ଚିମବଙ୍ଗରେ ବିଜେପି ସର୍ବାଧିକ ଆସନ ଜିତିବାକୁ ଯାଉଛି।


ସୁଯୋଗ ହରାଇଛନ୍ତି ବିରୋଧି 
ପ୍ରଶାନ୍ତ କିଶୋର ଆହୁରି କହିଛନ୍ତି ଯେ ବିଜେପି ବିଜୟ ରଥକୁ ରୋକିବା ପାଇଁ ବିରୋଧିଙ୍କ ପାଖରେ ତିନୋଟି ସୁଯୋଗ ଥିଲା। ହେଲେ ଭୁଲ ରଣନୀତି କାରଣ ସେମାନେ ଏହି ସୁଯୋଗକୁ ହାତଛଡ଼ା କରିଥିଲେ। ଏଥର ତାମିଲନାଡୁରେ ବିଜେପି ଖାତାକୁ ଦୁଇ ଅଙ୍କ ବିଶିଷ୍ଟ ଭୋଟ୍ ପ୍ରତିଶତ ଆସିପାରେ। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନରେ ବିଜେପି ଓଡ଼ିଶା ସମେତ ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗରେ ବଡ଼ ଦଳ ଭାବେ ଉଭା ହେବା ନେଇ ପୂର୍ବାନୁମାନ କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। 


ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ତାମିଲନାଡୁରେ ୩.୬୬ ପ୍ରତିଶତ ଭୋଟ୍ ପାଇଥିଲେ ମଧ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲା। ହେଲେ ଏଥର କିଛି ଓପିନଅନ୍ ପୋଲ ରିପୋର୍ଟ ଦର୍ଶାଉଛି ଯେ ବିଜେପି ତାମଲିନାଡୁରେ ୩-୫ ସିଟ୍ ପାଇପାରେ। ସେହିଭଳି ଓଡି଼ଶାରେ ବିଜେପି ରାଜ୍ୟର ସମସ୍ତ ୨୧ ଲୋକସଭା ଆସନ ମଧ୍ୟରୁ ୮ ସିଟ୍ ପାଇଥିଲା। ଏଥର ଏହି ସଂଖ୍ୟା ୧୦ ପର୍ଯ୍ୟନ୍ତ ଯାଇପାରେ। ଅନ୍ୟପକ୍ଷରେ ମୋଟ ୧୭ ଆସନ ବିଶିଷ୍ଟ ତେଲେଙ୍ଗାନାରେ ବିଜେପି ୪ ସିଟ୍ ପାଇଥିଲା।


ଓଡିଶା, ତେଲେଙ୍ଗାନା, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ବିହାର ଏବଂ କେରଳ ଆଦି ୭ ରାଜ୍ୟରେ ମୋଟ ୨୦୪ ଲୋକସଭା ଆସନ ରହିଛି। ହେଲେ ଗତ ୨୦୧୪ ଏବଂ ୨୦୧୮ ଲୋକସଭା ନିର୍ବାଚନରେ ବିଜେପି ଏହି ସମସ୍ତ ରାଜ୍ୟରେ ମୋଟାମୋଟି ଭାବେ ୫୦ ଆସନ ଜିତି ପାରି ନାହିଁ। ବିଜେପି ଗତ ୨୦୧୪ ନିର୍ବାଚନରେ ୨୯ ଏବଂ ୨୦୧୯ ନିର୍ବାଚନରେ ୪୭ ସିଟ୍ ଜିତିଛି।