Assembly Election 2023: କଂଗ୍ରେସର ନିଦ ଉଡାଇବ ବିଜେପି! ଗେହଲଟଙ୍କ ଗଡରେ ଶାହାଙ୍କ ଏଣ୍ଟ୍ରି, ନଡ୍ଡା ମଧ୍ୟ ଆକ୍ଟିଭ
Assembly Election 2023: ରାଜସ୍ଥାନରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ସମୟରେ ଅମିତ ଶାହାଙ୍କ (Amit Shah) ନଜର ଓବିସି ଭୋଟ୍ ବ୍ୟାଙ୍କକୁ ମଜବୁତ କରିବା ଉପରେ ରହିଛି । କହିରଖୁଛୁ ଯେ ରାଜସ୍ଥାନର ୫୨ ପ୍ରତିଶତ ଓବିସି ଅଛନ୍ତି ।
Assembly Election 2023: ଆସନ୍ତା ବର୍ଷ ଅର୍ଥାତ ୨୦୨୩ ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ (Assembly Election) ହେବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟରେ ସମସ୍ତ ଦଳ ନିଜ ନିଜର ନିର୍ବାଚନୀ ଅଭିଯାନ ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Amit Shah) ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ (Ashok Gehlot) ଘର ଯୋଧପୁରରେ ନିଜ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ଶାହାଙ୍କର ଏଠାରେ ବିଜେପି ଓବିସି ମୋର୍ଚ୍ଚା କାର୍ଯ୍ୟ କମିଟିର ସମାପ୍ତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ସେ ପଚିଶ ହଜାରରୁ ଅଧିକ ବୁଥ କର୍ମଚାରୀଙ୍କୁ ମଧ୍ୟ ସମ୍ବୋଧିତ କରିବେ ।
ଯୋଧପୁରକୁ ରାଜସ୍ଥାନର ମାରୱାଡି ଗଡ଼ ଭାବରେ ବିବେଚନା କରାଯାଏ ଓ ଏହା ମଧ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନିଜ ସହର ଅଟେ । ଓବିସି ସାମ୍ମୁଖ୍ୟକୁ ସମ୍ବୋଧିତ କରିବା ସମତେ ରାଜ୍ୟରେ ବିଜେପିର ଓବିସି ଭୋଟ୍ ବ୍ୟାଙ୍କକୁ ମଜବୁତ କରିବାକୁ ଅମିତ ଶାହା ଲକ୍ଷ୍ୟ ରଖିଛନ୍ତି । ଓବିସି ରାଜସ୍ଥାନର ଜନସଂଖ୍ୟାର ୫୨ ପ୍ରତିଶତ ଅଟେ । ସେଥିମଧ୍ୟରୁ ୧୧ ପ୍ରତିଶତ ଜାଟ୍ ଭୋଟ ରହିଛି । ରାଜ୍ୟରେ ୧୫୦ ରୁ ଅଧିକ ସିଟ୍ ଉପରେ ସମ୍ପ୍ରଦାୟର ପ୍ରଭାବ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜସ୍ଥାନରେ ଓବିସି ସମ୍ପ୍ରଦାୟର ୫୫ଜଣ ବିଧାୟକ ଅଛନ୍ତି, ସେଥିମଧ୍ୟରୁ ୪୩ ଟି ଜାଟ୍ ସିଟ୍ ରହିଛି ।
ଅମିତ ଶାହା ଦୁଇ ଦିନିଆ ଗସ୍ତରେ ଯାଇ ରାଜସ୍ଥାନ ଶୁକ୍ରବାର ଦିନ ସନ୍ଧ୍ୟାରେ ଜୈସଲମେରରେ ପହଞ୍ଚିଥିଲେ । କେନ୍ଦ୍ର କୃଷି ମନ୍ତ୍ରୀ କୈଳାସ ଚୌଧୁରୀ ତାଙ୍କୁ ବାୟୁସେନା ଷ୍ଟେସନରେ ସ୍ୱାଗତ କରିଥିଲେ । ଗୃହମନ୍ତ୍ରୀ ଡାବଲାର ଦକ୍ଷିଣ ସେକ୍ଟର ମୁଖ୍ୟାଳୟରେ ବିଏସଏଫ ଅଧିକାରୀଙ୍କ ସହ କଥାବାର୍ତ୍ତା କରି ବିଏସଏଫ ଅଧିକାରୀ ପ୍ରତିଷ୍ଠାନରେ ରାତି କଟାଇଥିଲେ । ଶନିବାର ଦିନ ସକାଳେ ସେ ତନୋଟ ମାତା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ସୀମା ପର୍ଯ୍ୟଟନ ବିକାଶ କାର୍ଯ୍ୟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।
ଏଥିସହ ଆରଏସଏସର ତିନି ଦିନିଆ 'ଅଲ ଇଣ୍ଡିଆ ସମନ୍ୱୟ ବୈଠକ' ଶନିବାର ଦିନ ତିଶଗଡର ରାଜଧାନୀ ରାୟପୁରରେ ଆରମ୍ଭ ହୋଇଛି । ଏହି ବୈଠକ ମଧ୍ୟ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଆରଏସଏସ ମୁଖ୍ୟ ମୋହନ ଭଗବତ, ସାଧାରଣ ସମ୍ପାଦକ ଦତ୍ତତ୍ତ୍ରେୟା ହୋସାବୋଲ ଓ ବିଜେପି ଜାତୀୟ ସଭାପତି ଜେପି ନାଡା ମଧ୍ୟ ଉପସ୍ଥିତ ଥିଲେ । ଆରଏସଏସର ଏହି ବୈଠକରେ ବିଜେପି, ବିଶ୍ୱ ହିନ୍ଦୁ ପରିଷଦ, ବନବାସୀ କଲ୍ୟାଣ ଆଶ୍ରମ ଓ ଅଖିଲ ଭାରତ ବିଦ୍ୟା ପରିଷଦ ସମେତ ୩୬ ଟି ଆରଏସଏସ ଅନୁପ୍ରାଣିତ ସଂଗଠନର ବିଶିଷ୍ଟ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । କୁହାଯାଉଛି ଯେ ଦେଶର ବିଭନ୍ନ ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଏଠାରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପିତି ନିଆଯିବ ।
ଏହା ବି ପଢ଼ନ୍ତୁ: ନୀତିଶ କୁମାରଙ୍କୁ ପ୍ରଶାନ୍ତ କିଶୋରଙ୍କ ଜବାବ; ମୁଁ ଆପଣଙ୍କର ଝଣ୍ଡା ନେଇ ବୁଲିବାକୁ ପ୍ରସ୍ତୁତ, କିନ୍ତୁ ଗୋଟିଏ ସର୍ତ୍ତ...