Maharashtra Politics: ଦଳରେ ହୋଇଥିବା ବିଦ୍ରୋହ କାରଣରୁ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଲାଗି ବଢିବାରେ ଲାଗିଛି ସମସ୍ୟା। ଦଳର ବିଦ୍ରୋହୀ ବିଧାୟକ ଗୋଷ୍ଠୀର ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କୁ ଆଉ ଏକ ଝଟକା ଦେଇଛନ୍ତି। ରାଜ୍ୟରେ ହେବାକୁ ଯାଉଥିବା ନଗର ନିଗମ ନର୍ବାଚନ ପୂର୍ବରୁ ୬୬ ଜଣ ନଗରସେବକ ଅର୍ଥାତ କର୍ପୋରେଟର ସିନ୍ଦେ ଗୋଷ୍ଠୀକୁ ସମର୍ଥନ ଜଣାଇଛନ୍ତି। ଏହାକୁ ଠାକରେ ଗୋଷ୍ଠୀ ଲାଗି ଏକ ଝଟକା ଭାବେ ଦେଖାଯାଉଛି।


COMMERCIAL BREAK
SCROLL TO CONTINUE READING

ବିଗତ କିଛି ଦଶନ୍ଧି ଧରି ରାଜ୍ୟର ଠାଣେ ନଗର ନିଗମ ଶିବସେନା ଦଖଲରେ ରହିଛି। ଠାଣେ ଏକନାଥ ସିନ୍ଦେଙ୍କ ଗଡ଼ ଭାବେ ଜଣାଶୁଣା। କର୍ପୋରେଟରଙ୍କ ସହ ମେୟର ନରେଶ ହ୍ମସ୍କେ ଏକନାଥ ସିନ୍ଦେଙ୍କୁ ଭେଟିଛନ୍ତି। ଅନ୍ୟପଟେ ସିନ୍ଦେ ଗୋଷ୍ଠୀରେ ସାମିଲ ଥିବା ବିଦ୍ରୋହୀ ଶିବସେନା ବିଧାୟକ ଗୁଲାବ ରାଓ ପାଟିଲ ଦାବି କରିଛନ୍ତି ଯେ ଦଳର ୧୮ ସାଂସଦଙ୍କ ମଧ୍ୟରୁ ୧୨ ଜଣ ଯଥାଶୀଘ୍ର ଆମ ଗୋଷ୍ଠୀରେ ଯୋଗଦେବେ। ଏକନାଥ ସିନ୍ଦେ ଦଳର ପୂରୁଣା ଗୌରବ ଫେରାଇ ଆଣିବେ ବୋଲି କହିଛନ୍ତି ସେ। ବିଦ୍ରୋହୀ ଶିବସେନା ବିଧାୟକ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାରରେ ମନ୍ତ୍ରୀ ଥିଲେ।


ବିଦ୍ରୋହୀ ଶିବସେନା ବିଧାୟକ ଗୁଲାବ ରାଓ ପାଟିଲ କହିଛନ୍ତି ଦଳର ୫୪ ବିଧାୟକଙ୍କ ମଧ୍ୟରୁ ୪୦ ଏବଂ ୧୮ ସାଂସଦଙ୍କ ମଧ୍ୟରୁ ୧୨ ଜଣ ଆମ ଗୋଷ୍ଠୀ ସହ ଅଛନ୍ତି। ମୁଁ ବ୍ୟକ୍ତିଗତ ଭାବେ ଦଳର ୪ ଜଣ ସାଂସଦଙ୍କୁ ଭେଟିଛି। ଆମ ସହିତ ଦଳର ୨୨ ଜଣ ପୂର୍ବତନ ବିଧାୟକ ମଧ୍ୟ ଅଛନ୍ତି। ତାହେଲେ କୁହନ୍ତୁ ଶିବସେନା କାହାର?


କିଛି ଦିନ ମଧ୍ୟରେ ଅନୁଷ୍ଠିତ ହେବ ମୁମ୍ବାଇ ମହାନଗର ନିଗମ ନିର୍ବାଚନ। ଏହି ନିର୍ବାଚନରେ ମତଦାତା ସେମାନଙ୍କ ୱାର୍ଡ୍ରୁ ନଗରସେବକ ଅର୍ଥାତ କର୍ପୋରେଟର ନିର୍ବାଚିତ କରିଥାନ୍ତି। ଯିଏ ନଗର ନିଗମର ମେୟର ଏବଂ ଡେପୁଟି ମେୟର ଚୟନ କରିବାକୁ ଭୋଟ୍ ଦେବେ। ଏହି ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି ଏବଂ ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ ଆୟୋଗ ଖୁବ ଶୀଘ୍ର ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବାର ସମ୍ଭାବନା ରହିଛି।


ମୁମ୍ବାଇ ମହାନଗର ନିଗମ (Brihanmumbai Municipal Corporation) ବିଏମସି ନିର୍ବାଚନ (BMC Election 2022) ସାଧାରଣତ ଅପ୍ରେଲ-ମେ ମାସରେ ଅନୁଷ୍ଠିତ ହୋଇଥାଏ। ହେଲେ ଏଥର ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗରେ ନିର୍ବାଚନ ବିଳମ୍ବ ହୋଇଥିଲା। ମୌସୁମୀ ପରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇପାରେ।


Also Read: BMC Election 2022: ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ?