ଝାରସୁଗୁଡା: ଆଜି ଅର୍ଥାତ ମଙ୍ଗଳବାର ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେଉଛି। ସକାଳ ୭ଟାରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। କଡା ସୁରକ୍ଷା ମଧ୍ୟରେ ମତଦାନ ହେଉଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥର ଦିବ୍ୟଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଭୋଟ ଦେବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ତିନି ତାରିଖରେ ଭୋଟ ଗଣତି ହେବ।


COMMERCIAL BREAK
SCROLL TO CONTINUE READING

ମତଦାନ ସମୟ: ସକାଳ ୭ଟାରୁ ସନ୍ଧ୍ୟା ୬ଟା
ଭୋଟର: ୨ ଲକ୍ଷ ୧୪ ହଜାର ୮ଶହ ୭୮ 
ପୋଲିଂ ଅଫିସର- ୧୨୮୮ 
ବୁଥ୍: ୨୭୯ 
ସମ୍ବେଦନଶୀଳ ବୁଥ: ୬୦ 
ପିଙ୍କ ବୁଥ: ୫
ଆଦର୍ଶ ବୁଥ: ୩୦ 
ୱେବ କାଷ୍ଟିଙ୍ଗ ବୁଥ: ୧୪୫


ସୁରକ୍ଷା:


BSF- ୧ କମ୍ପାନୀ 
CRPF- ୨ କମ୍ପାନୀ
ପୋଲିସ- ୧୦୦୦ କର୍ମଚାରୀ 
ସୀମାର ୬ଟି ସ୍ଥାନ ସିଲ୍


Also Read: Brajrajnagar Assembly Bypoll: ପ୍ରଚାର ମଇଦାନକୁ ଆସିଲେନି ନବୀନ, କେନ୍ଦ୍ରମନ୍ତ୍ରୀଙ୍କର ବି..


ପ୍ରାର୍ଥୀ:


ବିଜେଡି- ଅଳକା ମହାନ୍ତି
ବିଜେପି- ରାଧାରାଣୀ ପଣ୍ଡା
କଂଗ୍ରେସ- କିଶୋର ଚନ୍ଦ୍ର ପଟେଲ
ସିପିଆଇ- ରମେଶ ତ୍ରିପାଠୀ
ହିନ୍ଦୁସ୍ଥାନ ନିର୍ବାଣ ପାର୍ଟି- ବିଜୟ ଜଲାନ 
ସ୍ୱାଧିନ- ସୀତାରାମ ବେହେରା, ମନୋଜ ମେହେର, ସୁପ୍ରୀତ ବେହେରା, ଦୀନବନ୍ଧୁ ବିଶ୍ୱାଳ, ଶେଖାୱତ ରାଜପୁତ ଜୈନ ଓ ଆଦିତ୍ୟ ପ୍ରଧାନ


ମତଦାନ ପୂର୍ବରୁ ନିର୍ବାଚନ ଦାୟିତ୍ବରେ ଥିବା ଦ୍ବିତୀୟ ପ୍ରିଜାଇଡିଙ୍ଗ ଅଫିସର ଦିଲୀପ କୁମାର ଖଡିଆଙ୍କ ମୃତ୍ୟୁ ହୋଇଛି। ସେ ଲୁଇସିଂ ପଂଚାୟତ ଫଲସାଢ଼ିପା ଗାଁର ୧୬୯ନଂ ବୁଥ୍‌ର ଦାୟିତ୍ବରେ ଥିଲେ। ତେବେ ଦିଲୀପଙ୍କ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ଝାରସୁଗୁଡା ବିଡିଓ କହିଛନ୍ତି।


୧୯୬୧ ମସିହାରୁ ଆଜି ପର୍ଯ୍ୟନ୍ତ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ୧୪ଟି ସାଧାରଣ ନିର୍ବାଚନ ଓ ଗୋଟିଏ ଉପନିର୍ବାଚନ ଅନୁଷ୍ଠିତ ହୋଇସାରିଛି। ଏଥର ଏହା ବ୍ରଜରାଜନଗର ପାଇଁ ଦ୍ବିତୀୟ ଉପନିର୍ବାଚନ ହେଉଛି। ୬୨ ବର୍ଷ ପରେ ଏବେ ମଧ୍ୟ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଲୋକ‌େ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ଭଳି ମୌଳିକ ସୁବିଧା ପାଇ ପାରିନଥିବା ଅଭିଯୋଗ ହେଉଛି। ପ୍ରସନ୍ନ ପଣ୍ଡା ଏହି ଅଞ୍ଚଳରୁ ୬ ଥର ବାମପନ୍ଥୀ ଦଳରୁ ପ୍ରତିନିଧିତ୍ବ କରିଥିଲେ। କଂଗ୍ରେସ ମଧ୍ୟ ୬ ଥର ସାଧାରଣ ନିର୍ବାଚନ ଓ ଥରେ ଉପନିର୍ବାଚନରେ ବିଜୟୀ ହୋଇଥିଲା। ବିଜେପି ମଧ୍ୟ ଥରେ ଏହି ଆସନରୁ ପ୍ରତିନିଧିତ୍ବ କରି ସାରିଛି। ଗତ ୨୦୧୯ ନିର୍ବାଚନରେ ଲୋକ‌େ ବିଜେ‌ଡିକୁ ମଧ୍ୟ ସୁଯୋଗ ଦେଇଥିଲେ। ‌