ଝାରସୁଗୁଡା: ମଙ୍ଗଳବାର ବ୍ରଜରାଜନଗରେ ଉପନିର୍ବାଚନ ହୋଇଛି। କଡା ସୁରକ୍ଷା ମଧ୍ୟରେ ମତାଦାନ ଚାଲିଛି। ଦିନ ଗୋଟାଏ ସୁଦ୍ଧା ୪୮ ପ୍ରତିଶତ ମତଦାନ ହୋଇଥିଲା। ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ନିଜ ପାଇଁ ମତଦାନ କରିଥିବା ବେଳେ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ ଏଥିରୁ ବଞ୍ଚିତ ହୋଇଛନ୍ତି। ୨୭୯ଟି ବୁଥରେ ମତଦାନ ଚାଲିଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଏହା ଜାରି ରହିବ।


COMMERCIAL BREAK
SCROLL TO CONTINUE READING

ବଜ୍ରରାଜନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ରାଧାରଣୀ ପଣ୍ଡା ନିଜ ପାଇଁ ମତଦାନ କରିଛନ୍ତି। ମଙ୍ଗଳବାର ସକାଳେ ସେ ନିଜ ସମର୍ଥକଙ୍କ ସହ ନୂଆପଡାସ୍ଥିତ ଓପିଏମ ବାଳିକା ଉଚ୍ଚବିଦ୍ୟାଳୟରେ ଭୋଟ ଦେଇଛନ୍ତି। ମତଦାନ ପରେ ସେ କହିଛନ୍ତି, 'ବ୍ରଜରାଜନଗରବାସୀ ସଚେତନ ଅଛନ୍ତି। ନିଜ ମନପସନ୍ଦର ପ୍ରାର୍ଥୀ ବାଛିବାକୁ ସକାଳୁ ଭୋଟ ଦେବାକୁ ଆସୁଛନ୍ତି। ମୋର ବିଶ୍ବାସ, ଲୋକେ ବିଡେପି ଉପରେ ଭରସା କରିବେ ଓ ମୋତେ ଭୋଟ ଦେବେ।


Also Read: Brajrajnagar Assembly Bypoll: ଆଜି ମତଦାନ, ୧୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ


ଅନ୍ୟପଟେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ବ୍ରଜରାଜନଗରେ ଭୋଟ ଦେବାରୁ ବଞ୍ଚିତ ହୋଇଛନ୍ତି। କଂଗ୍ରେସ ପ୍ରାଥୀ କିଶୋର ପଟେଲଙ୍କ ଘର ସୁନ୍ଦରଗଡରେ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ଘର ମଙ୍ଗଳବଜାରରେ ଅଛି। ଉଭୟଙ୍କ ଘର ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳି ବାହାରେ ଅଛି। ତେଣୁ ସେମାନେ ମଙ୍ଗଳବାର ନିଜକୁ ଭୋଟ ଦେଇପାରିଲେ ନାହିଁ।


ମଙ୍ଗଳବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବ୍ରଜରାଜନଗରେ ମତଦାନ ହେବ। ୨ ଲକ୍ଷ ୧୪ ହଜାରରୁ ଊର୍ଦ୍ଧ୍ୱ ଭୋଟର ମତଦାନ ସାବ୍ୟସ୍ତ କରିବେ। ୨୭୯ଟି ବୁଥରେ ମତଦାନ ଚାଲିଥିବା ବେଳେ ସେଥିରେ ୧୨୮୮ ଜଣ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି। ସୁରକ୍ଷା ପାଇଁ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ପୋଲିସ ମୁତୟନ କରାଯାଇଛି। ସୁରୁଖୁରୁରେ ମତଦାନ ଚାଲିଥିବା ବେଳେ ମଧ୍ୟାହ୍ନ ସୁଧା କୌଣସି ଉତ୍ତେଜନା ଖବର ଆସିନାହିଁ।


ପ୍ରାର୍ଥୀ:


ବିଜେଡି- ଅଳକା ମହାନ୍ତି
ବିଜେପି- ରାଧାରାଣୀ ପଣ୍ଡା
କଂଗ୍ରେସ- କିଶୋର ଚନ୍ଦ୍ର ପଟେଲ
ସିପିଆଇ- ରମେଶ ତ୍ରିପାଠୀ
ହିନ୍ଦୁସ୍ଥାନ ନିର୍ବାଣ ପାର୍ଟି- ବିଜୟ ଜଲାନ 
ସ୍ୱାଧିନ- ସୀତାରାମ ବେହେରା, ମନୋଜ ମେହେର, ସୁପ୍ରୀତ ବେହେରା, ଦୀନବନ୍ଧୁ ବିଶ୍ୱାଳ, ଶେଖାୱତ ରାଜପୁତ ଜୈନ ଓ ଆଦିତ୍ୟ ପ୍ରଧାନ