Brajrajnagar Assembly Bypoll : ଆଜି ଆସିବ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲାଟ୍‌ରେ ଗଣତି ଆରମ୍ଭ ହୋଇଥିବା ବେଳେ ସକାଳ ୮ଟା ୩୦ରୁ ଇଭିଏମ୍‌ରେ ଭୋଟ ଗଣତି ପାଇଁ ସମୟ ସ୍ଥିର କରାଯାଇଛି। ୧୪ଟି ଟେବୁଲରେ ମୋଟ ୨୦ ରାଉଣ୍ଡ ଭୋଟ ଗଣତି ହେବ। 


COMMERCIAL BREAK
SCROLL TO CONTINUE READING

ଇଭିଏମ୍‌ରେ ସିଲ୍ ରହିଛି ୩ ପ୍ରମୁଖ ଦଳ ସମେତ ୧୧ ପ୍ରାର୍ଥୀଙ୍କ ଭାଗ୍ୟ। ଝାରୁସୁଗୁଡ଼ା ସରକାରୀ ଇଂଜିନିୟରିଂ ସ୍କୁଲରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ୧୪ଟି ଟେବୁଲରେ ମୋଟ ୨୦ ରାଉଣ୍ଡ ଭୋଟ ଗଣତି ହେବ। ପ୍ରତି ଟେବୁଲରେ ୩ଜଣ କର୍ମଚାରୀଙ୍କୁ ଗଣିବା ପାଇଁ ନିୟୋଜିତ କରାଯାଇଛି। ଗଣତି ସମୟରେ ଏଜେଣ୍ଟମାନଙ୍କ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଭୋଟ୍ ଗଣତି କେନ୍ଦ୍ରରେ ମିଡିଆ ସେଣ୍ଟର ମଧ୍ୟ କରାଯାଇଛି। ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରତି ରାଉଣ୍ଡ ପରେ ମାଇକ ଯୋଗେ ଭୋଟ ସଂଖ୍ୟା ଘୋଷଣା କରାଯିବ। 


Also Read: Brajrajnagar Assembly Bypoll : ରାଧାରାଣୀଙ୍କ ଆଙ୍ଗୁଠିରେ ଲାଗିଲା କାଳି, ଭୋଟ ଦେଇପାରିଲେନି


ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଝାରୁସୁଗୁଡ଼ା ଇଂଜିନିୟରିଂ କଲେଜରେ ସିଆରପିଏଫ, ରାଜ୍ୟ ଶସସ୍ତ୍ର ସୁରକ୍ଷା ବାହୀନି ଓ ଜିଲ୍ଲା ପୋଲିସ ମୁତୟନ ହୋଇଛନ୍ତି। ଅପରାହ୍ନ ୩ଟା ସୁଦ୍ଧା ଫଳଫଳ ଆସିପାରେ ବୋଲି ନିର୍ବାଚନ କମିଶନ ଅନୁମାନ କରିଛି। ଦ୍ୱତୀୟ ଥର ପାଇଁ ବ୍ରଜରାଜନଗରରେ ବିଜେଡି ନିର୍ବାଚିତ ହୋଇ ଆସିବାକୁ ଆଶା ରଖିଛି। ଅନ୍ୟପଟେ କଂଗ୍ରେସ ଓ ବିଜେପି ମଧ୍ୟ ସମାନ ସ୍ୱପ୍ନ ଦେଖିଛନ୍ତି। ତିନି ପ୍ରମୁଖ ଦଳ ବ୍ୟତୀତ ଅନ୍ୟ ୮ ଜଣ ପ୍ରାର୍ଥୀ ମଧ୍ୟ ବ୍ରଜରାଜନଗର ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ।


ସୂଚନାଯୋଗ୍ୟ, ମେ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏଥର ମୋଟ ୭୧.୯୦ ପ୍ରତିଶତ ଭୋଟିଂ ହୋଇଛି। ୨୦୧୯ ବିଧାନସଭା ନିର୍ବାଚନରେ ଏହି ହାର ୭୮ ପ୍ରତିଶତ ଥିଲା। ତେବେ ଗତ ନିର୍ବାଚନ ତୁଳନାରେ ପ୍ରାୟ ୬ ପ୍ରତିଶତ ଭୋଟିଂ କମିଛି। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ମୋଟ ୨,୧୪,୮୭୮ ଜଣ ଭୋଟର ଅଛନ୍ତି। ସେଥିମଧ୍ୟରୁ ପ୍ରାୟ ଲକ୍ଷେ ୧୦ ହଜାର ପୁରୁଷ ଓ ଲକ୍ଷେ ୪ ହଜାରରୁ ଊର୍ଦ୍ଧ ମହିଳା ଭୋଟର ଅଛନ୍ତି। ୧୭ ଜଣ କିନ୍ନର ମଧ୍ୟ ଭୋଟର ଲିଷ୍ଟରେ ଅଛନ୍ତି। 


Also Read: କୋରୋନା ସମୟରେ ହ୍ରାସ ପାଇଛି ଚାନ୍ଦା; କଂଗ୍ରେସର ଅବସ୍ଥା ଖରାପ, ଜାଣନ୍ତୁ ବିଜେପିକୁ ମିଳିଛି କେତେ


ପ୍ରାର୍ଥୀ:


ବିଜେଡି- ଅଳକା ମହାନ୍ତି
ବିଜେପି- ରାଧାରାଣୀ ପଣ୍ଡା
କଂଗ୍ରେସ- କିଶୋର ଚନ୍ଦ୍ର ପଟେଲ
ସିପିଆଇ- ରମେଶ ତ୍ରିପାଠୀ
ହିନ୍ଦୁସ୍ଥାନ ନିର୍ବାଣ ପାର୍ଟି- ବିଜୟ ଜଲାନ 
ସ୍ୱାଧିନ- ସୀତାରାମ ବେହେରା, ମନୋଜ ମେହେର, ସୁପ୍ରୀତ ବେହେରା, ଦୀନବନ୍ଧୁ ବିଶ୍ୱାଳ, ଶେଖାୱତ ରାଜପୁତ ଜୈନ ଓ ଆଦିତ୍ୟ ପ୍ରଧାନ


Also Read: ସତ ହେବ କି ଅବୁଝା ଅରବିନ୍ଦ କେଜ୍ରିୱାଲଙ୍କ ଭବିଷ୍ୟବାଣୀ? ପ୍ରଧାନମନ୍ତ୍ରୀଙ୍କୁ କଲେ ଏମିତି ଅନୁରୋଧ