Political Mistakes of Congress: ଭାରତୀୟ ରାଜନୀତିରେ ସାମିଲ ହେବା ପର ଠାରୁ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ବିଭିନ୍ନ ସମମୟରେ ରାଜନୈତିକ ସ୍ତରରେ ନେଇଛି ଅନେକ ନିଷ୍ପତ୍ତି। ହେଲେ ଦଳ ସେହି ଗୋଟିଏ ଭୁଲ ନିଷ୍ପତ୍ତି ନେଇଛି  ଯାହା କଂଗ୍ରେସ ପାଇଁ ସବୁ ବେଳେ ଭାରୀ ପଡ଼ିଛି। ଦଳର ଏହି ନିଷ୍ପତ୍ତି କେତେବେଳେ କଂଗ୍ରେସ ଲାଗି ଲାଭଦାୟକ ହୋଇନାହିଁ। ବରଂ ସବୁବେଳେ କ୍ଷତିକାରକ ସାବ୍ୟସ୍ତ ହୋଇଛି। ଏପରିକି ଏହି ଭୁଲ ନିଷ୍ପତ୍ତି ପାଇଁ କେତେକକ ରାଜ୍ୟରେ କଂଗ୍ରେସ ସରକାର ଗାଦିଚ୍ୟୁତ ହେବା ଭଳି ଘଟଣା ଘଟିଛି।  


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ରାଜସ୍ଥାନ ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ କାରଣରୁ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାରର ଅସ୍ଥିତ୍ୱ ବିପଦରେ ପଡ଼ିଯାଇଛି। ଏପରିକି ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ହେଉଛି। ବର୍ତ୍ତମାନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ରାଜନୀତିରେ ଜାରି ରହିଛି ବିଭିନ୍ନ ପ୍ରକାର ଆଲୋଚନା। ମୁଖ୍ୟମନ୍ତ୍ରୀ ପଦକୁ ନେଇ ବର୍ତ୍ତମାନ କଂଗ୍ରେସ ଶାସିତ ରାଜସ୍ଥାନରେ ସୃଷ୍ଟି ହୋଇଥିବା ଘଟଣାକ୍ରମ ପୂର୍ବରୁ ଦେଶର ଅନେକ ରାଜ୍ୟରେ ଘଟିସାରିଛି। ଯାହାର ଫଳ ସ୍ୱରୂପ ମୁଖ୍ୟମନ୍ତ୍ରୀ ବଦଳା ଯିବା ପରେ କଂଗ୍ରେସ ସରକାର ଗାଦିଚ୍ୟୁତ ହୋଇଛି। 


ଆଜକୁ ୧୪ ବର୍ଷ ପୂର୍ବେ  ଅର୍ଥାତ ଗତ ୨୦୦୮ ବର୍ଷରେ ପୁଦୁଚେରୀ ରାଜନୀତିରେ ଦେଖିବାକୁ ମିଳିଥିଲା ସମାନ ଘଟଣାକ୍ରମ। ଯେଉଁଠି ତତ୍କାଳୀନ ପୁଦୁଚେରୀ ମୁଖ୍ୟମନ୍ତ୍ରୀ ଏନ.ରଙ୍ଗସ୍ୱାମୀଙ୍କୁ କଂଗ୍ରେସ ହାଇ କମାଣ୍ଡ ଜବରଦସ୍ତ ହଟାଇ ତାଙ୍କ ସ୍ଥାନରେ ଭି.ବୈଥିଲିଙ୍ଗମ୍ ନିଯୁକ୍ତ କରିବାକୁ ପ୍ରୟାସ କରାଯାଇଥିଲା। ଏହା ପରେ ରଙ୍ଗସ୍ୱାମୀ କଂଗ୍ରେସ ଦଳ ଛାଡିବା ସହ ଏନଆର କଂଗ୍ରେସ ନାମରେ ଏକ ଦଳ  ଗଠନ କରିଥିଲେ। ଗତ ୨୦୧୧ ବର୍ଷରେ ହୋଇଥିବା ପୁଦୁଚେରୀ ବିଧାନସଭାରେ ବାଜିମାତ କରି ପୁନର୍ବାର କ୍ଷମତାକୁ ଫେରିଥିଲେ ରଙ୍ଗାସ୍ୱାମୀ। ସେହିପରି ଗତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବାଜିମାତ କରିବା ସହ ଦ୍ୱିତୀୟ ଥର ଲାଗି ବିଜେପି ସମର୍ଥନରେ ପୁନର୍ବାର ସରକାର ଗଠନ କରିଛନ୍ତି ରଙ୍ଗସ୍ୱାମୀ। 


Also Read:  Amarinder Singh: କ୍ୟାପ୍ଟେନଙ୍କ ପୂର୍ବରୁ ବିଜେପି ହାତ ଧରି ସାରିଛନ୍ତି ଅନେକ କଂଗ୍ରେସ ମୁଖ୍ୟମନ୍ତ୍ରୀ


ମୁଖ୍ୟମନ୍ତ୍ରୀଙ୍କ ପଦ ପ୍ରସଙ୍ଗରେ କଂଗ୍ରେସ ବିଗତ କିଛି ବର୍ଷ ମଧ୍ୟରେ ଅତି କମରେ ୩ ଜଣ ଯୁବ ନେତାଙ୍କୁ ହରାଇଛି। ଗତ ୨୦୦୯ ସେପ୍ଟମ୍ବରରେ ତତ୍କାଳୀନ ଅବିଭକ୍ତ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱା.ଏସ ରାଜଶେଖର ରେଡ୍ଡୀଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ସେତେବେଳେ ତାଙ୍କ ପୁଅ ତଥା କଂଗ୍ରେସ ଲୋକସଭା ସାଂସଦ ଜଗନ ମୋହନ ରେଡ୍ଡୀଙ୍କ ଦାବିକୁ ଅଣଦେଖା କରି କେ.ରୋଷୈୟାଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରା ଯାଇଥିଲା। ଯେତେବେଳେ ରାଜ୍ୟ ଗସ୍ତ କରିବା ଲାଗି ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା, ସେତେବେଳେ ନିରାଶ ହୋଇ ପଡ଼ିଥିବା କଂଗ୍ରେସ ସାଂସଦ ଜଗନଙ୍କ ପାଖରେ ଦଳ ଛାଡିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। ସେ ୱା.ଏସ.ଆର କଂଗ୍ରେସ ନାମରେ ଏକ ନୂଆ ଦଳ ଗଠନ କରିବା ପରେ ୨୦୧୯ ବର୍ଷରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ। 


ଏହି କ୍ରମରେ ୨୦୧୮ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ଦଳର ବିଜୟରେ ଯୁବ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ପରିଶ୍ରମ ଫଳାଫଳ ସ୍ୱରୂପହେଲା କଂଗ୍ରେସ ଦୀର୍ଘ ୧୫ ବର୍ଷର ବ୍ୟବଧାନ ପରେ ରାଜ୍ୟରେ କ୍ଷମତାକୁ ଫେରିଥିଲା। ହେଲେ ସେତେବେଳେ ସିନ୍ଦିଆଙ୍କ ଦାବିକୁ ଅଣଦେଖା କରି କଂଗ୍ରେସ ନେତୃତ୍ୱ ଦଳର ବରିଷ୍ଠ ନେତା କମଲ ନାଥଙ୍କୁ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ। ହେଲେ ଏହାର ୨ ବର୍ଷ ପରେ ଯୁବ କଂଗ୍ରେସ ନେତା ସିନ୍ଦିଆଙ୍କ ସମର୍ଥକ ଅସନ୍ତୁଷ୍ଚ ବିଧାୟକଙ୍କ ବିଦ୍ରୋହ କାରଣରୁ କଂଗ୍ରେସ ସରକାର ଗାଦଚ୍ୟୁତ ହେବା ସହ ରାଜ୍ୟରେ ପୁଣି ଥରେ କ୍ଷମତାକୁ ଫେରିଥିଲା ବିଜେପି। 


ବାରମ୍ବାର ଏଭଳି ଭୁଲ କରିବା ପରେ କଂଗ୍ରେସ ନେତୃତ୍ୱ କୌଣସି ଶିକ୍ଷା ଗ୍ରହଣ କରିନଥିଲେ। ଯାହାର ଫଳ ସ୍ୱରୂପ ପଞ୍ଜାବରେ ଦଳ କ୍ଷମତା ହରାଇଲା। ଏହି ରାଜ୍ୟର କଂଗ୍ରେସ ଦଳର ଦଳିତ ଚେହେରା ଚରଣଜିତ ସିଂହ ଚନ୍ନୀଙ୍କ ନିଷ୍ପତ୍ତି ନେବା ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସିଏମ ଅମରିନ୍ଦର ସିଂହଙ୍କ ସ୍ଥାନରେ ସେତେବେଳେର ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କୁ ବସାଇବାକୁ ଚେଷ୍ଟା କରିଥିଲା। ମାତ୍ର ୨୦୨୨ ବିଧାନସଭା ନିର୍ବାଚନର ​​ମାତ୍ର ୬ ମାସ ପୂର୍ବରୁ ତରବରରେ ମୁଖ୍ୟମନ୍ତ୍ରୀ ବଦଳାଇବା କଂଗ୍ରେସ ନେତୃତ୍ୱ ପାଇଁ ମହଙ୍ଗା ପଡ଼ିଥିଲା। ଯାହା ଫଳରେ ଏହି ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରି କ୍ଷମତାରୁ ଗାଦିଚ୍ୟୁତ ହୋଇଥିଲା। 


Also Read: Congress Presidents: ଯେବେ ଅଣ ଗାନ୍ଧୀ ପରିବାରର ନେତା ସମ୍ଭାଳିଥିଲେ ଦଳର ମଙ୍ଗୁଆଳ ପଦ


କେବଳ ଏତିକି ନୁହେଁ  ଏହି ଭୁଲକୁ ପୁଣି ଥରେ ଆସାମ ରାଜନୀତିରେ ଦୋହରାଇ ଥିଲା କଂଗ୍ରେସ। ଦଳର ଯୁବ ନେତା ହିମନ୍ତ ବିଶ୍ୱ ଶର୍ମାଙ୍କ ଦାବିକୁ ଅଣଦେଖା କରି କଂଗ୍ରେସ ନେତୃତ୍ୱ ଦଳର ବରିଷ୍ଠ ନେତା ତରୁଣ ଗୋଗୋଇଙ୍କ ଉପରେ ଭରସା କରିଥିଲା। ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାହର ଫଳସ୍ୱରୂପ କଂଗ୍ରେସ ଆସାମରେ କ୍ଷମତା ହରାଇଥିଲା। ରାହୁଲ ଗାନ୍ଧୀ ଦଳୀୟ ନେତାଙ୍କ ଅପେକ୍ଷା ତାଙ୍କ ପୋଷା କୁକୁର ପ୍ରତି ଅଧିକ ଧ୍ୟାନ ଦେଉଥିବା ଅଭିଯୋଗ କରି ହିମନ୍ତ ବିଶ୍ବା ଶର୍ମ କଂଗ୍ରେସ ଛାଡିଥିଲେ। ଦଳ ଛାଡିବା ପରେ ପୂର୍ବୋତ୍ତର ଭାରତରେ ସବୁଠାରୁ ଶକ୍ତିଶାଳୀ ବିଜେପି ନେତା ଭାବରେ ଉଭା ହେବା ପରେ ଆସାମ ମୁଖ୍ୟମନ୍ତ୍ରୀ ହୋଇଥିଲେ।