Chhattisgarh Assembly Elections 2023: ନଭେମ୍ବର ୩ ତାରିଖ ଶୁକ୍ରବାର ବିଧାନସଭା ନିର୍ବାଚନ ୨୦୨୩ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ଛତିଶଗଡ଼ ବିଜେପି। ଏନେଇ ପ୍ରତିକ୍ରିୟା ରଖି ନିର୍ବାଚନ ଇସ୍ତାହାର କମିଟି ବିଜୟ ବଘେଲ ବୋଲ କହିଛନ୍ତି ଯେ ଏହାକୁ ୩ ମାସ ମଧ୍ୟରେ ପ୍ରସ୍ତୁତ କରାଯାଇଛି। ଗତ ଅଗଷ୍ଟ ୩ ତାରିଖରୁ ୨୦୨୩ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଜାରି କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯେଉଁଥିରେ ୩୫ ଜଣ ସଦସ୍ୟ ରହିଥିଲେ। ଏନେଇ ସମାଜର ସମସ୍ତ ବର୍ଗରୁ ମତାମତ ନିଆଯାଇଛି। ପ୍ରାୟ ୨ ଲକ୍ଷରୁ ଅଧିକ ପରାମର୍ଶ ଆମ ପାଖକୁ ଆସିଥିଲା। 


COMMERCIAL BREAK
SCROLL TO CONTINUE READING

ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୨୩ ଛତିଶଗଡ଼ ବିଧାନସଭା ନିର୍ବାଚନ ଲାଗି ଦଳୀୟ ନିର୍ବାଚନୀ ଇସ୍ତାହାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ପ୍ରତିକ୍ରିୟା ରଖି କେନ୍ଦ୍ର ଗୃହମନ୍ତ୍ରୀ ଶାହ କହିଛନ୍ତି ଯେ ବିଜେପି ପକ୍ଷରୁ ଜାରି ହେଉଥିବା ଘୋଷଣା ପତ୍ର ହେଉଛି ସଂକଳ୍ପ ପତ୍ର। ଆମେ ଏହି ରାଜ୍ୟ ପ୍ରତିଷ୍ଠା କରିଥିଲୁ। ଯାହାକୁ ବିକାଶର ମୁଖ୍ୟ ସ୍ରୋତରେ ଅନ୍ତର୍ଭୂକ୍ତ କରିବାର ଥିଲା। ସ୍ୱତନ୍ତ୍ର ଛତିଶଗଡ଼ ରାଜ୍ୟ ଗଠନ ହେବା ପରେ ରାଜ୍ୟରେ କ୍ରମାଗତ ଭାବେ ୧୫ ବର୍ଷ ପାଇଁ ବିଜେପି ସରକାର ଗଠନ କରିଥିଲା। ଯାହା ପରେ ଅନୁନ୍ନତ ରାଜ୍ୟରୁ ବିକଶିତ ରାଜ୍ୟ ହୋଇଥିଲା ଛତିଶଗଡ଼। ଆସନ୍ତା ୫ ବର୍ଷ ମଧ୍ୟରେ ଆମେ ରାଜ୍ୟର ସାମଗ୍ରିକ ବିକାଶ କରିବୁ।


କେନ୍ଦ୍ରମନ୍ତ୍ରୀ ଶାହ ଆହୁରି କହିଛନ୍ତି ଯେ ଯେତେବେଳେ ରାଜ୍ୟରେ ବିଜେପି ସରକାର ରହିଥିଲା ସେତେବେଳେ ଆମେ ଛତିଶଗଡ଼ ମାଟିରୁ ନକ୍ସଲବାଦ ହଟାଇ ଦେଇଥିଲୁ। ସେ ଅଭିଯୋଗ କରିଛନ୍ତି ଯେ ଛତିଶଗଡ଼ ସରକାର ଜାତିବାଦ ତଥା ତୁଷ୍ଟିକଣ କାର୍ଯ୍ୟରେ ଜଡ଼ିତ ରହିଛି। ଛତିଶଗଡ଼ ବିକାଶରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ସବୁଠାରୁ ବଡ଼ ପ୍ରତିବନ୍ଧକ। ମୁଁ ରାଜ୍ୟର ଅନେକ ଓବିସି ନେତାଙ୍କୁ ଭେଟିଥିଲି। ସେମାନେ ମୋତେ କହିଥିଲେ ଯେ ରାଜ୍ୟରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି। ବିଜେପି ସରକାର ଅମଳରେ ଛତିଶଗଡ଼ ଦ୍ରୁତ ବିକାଶ କରିଥିଲା।


ଛତିଶଗଡ଼ ବିଜେପି ନିର୍ବାଚନୀ ଇସ୍ତାହାର ୨୦୨୩


  • ପ୍ରତ୍ୟେକ ବିବାହିତ ମହିଳାଙ୍କୁ ପ୍ରତିବର୍ଷ 12 ହଜାର ଟଙ୍କା ଦିଆଯିବ।

  • ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୮ ଲକ୍ଷ ନୂତନ ଗୃହ ନିର୍ମାଣ କରାଯିବ।

  • କେନ୍ଦୁପତ୍ର ବସ୍ତା ପିଛା ୫୫୪୦ ଟଙ୍କାରେ କ୍ରୟ କରାଯିବ।

  • ଅତିରିକ୍ତ ସଂଗ୍ରହ ପାଇଁ ୪୫୦୦ ଟଙ୍କା ବୋନସ୍ ପ୍ରଦାନ କରାଯିବ।

  • ଆୟୁଷ୍ମାନ ଭାରତ ଯୋଜନା ଅଧିନରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଯୋଜନା ପ୍ରଦାନ କରାଯିବ।

  • ରାଜ୍ୟରେ ୫୦୦ ନୂତନ ଜନଔଷଧି କେନ୍ଦ୍ର ଖୋଲାଯିବ ଏବଂ ଶସ୍ତାରେ ଔଷଧ ଉପଲବ୍ଧ ହେବ।

  • ରାଜ୍ୟ ଲୋକସେବା ଆୟୋଗରେ କୌଣସି ଦୁର୍ନୀତି ହେବ ନାହିଁ। ଯେଉଁମାନେ ଦୁର୍ନୀତି କରିଛନ୍ତି ସେମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

  • ଦିଲ୍ଲୀ-ଏନସିଆର ଆଧାରରେ ଭିଲାଇ-ଦୁର୍ଗ-ରାୟପୁର ଅଞ୍ଚଳକୁ ମିଶ୍ରଣ କରି ରାଜ୍ୟରେ ନୂତନ ରାଜଧାନୀ କ୍ଷେତ୍ର ପ୍ରସ୍ତୁତ କରାଯିବ।

  • ୫୦୦ ଟଙ୍କା ମୂଲ୍ୟରେ ଗ୍ୟାସ ସଂଯୋଗ ଯୋଗାଣ ଦିଆଯିବ।

  • କଲେଜ ଛାତ୍ରଛାତ୍ରୀଙ୍କୁ ବସ୍ ସୁବିଧା ଯୋଗାଇ ଦିଆଯିବ।

  • ରାଜ୍ୟରେ ରହିଥିବା ୫ ଶକ୍ତି ପୀଠର ବିକଶା କରାଯିବ।

  • ରାଜ୍ୟର ଗରିବ ଲୋକଙ୍କୁ ରାମଲାଲାଙ୍କ ଦର୍ଶନ ପାଇଁ ରାମଲାଲା ଦର୍ଶନ ଯୋଜନା କାର୍ଯ୍ୟକାରୀ କରାଯିବ।