ରାୟପୁର: Chhattisgarh CM Salary Hike: ଛତିଶଗଡ ବିଧାନସଭା (Chhattisgarh Assembly) ରେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳର ନେତା, ମନ୍ତ୍ରୀ ଏବଂ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଉପସ୍ଥାପିତ ଏକ ବିଧେୟକକୁ ସର୍ବସମ୍ମତିରେ ପାରିତ କରାଯାଇଛି । ମଙ୍ଗଳବାର ବାଚସ୍ପତି, ଉପବାଚସ୍ପତି ଏବଂ ସଂସଦୀୟ ସଚିବଙ୍କ ଦରମା ଓ ଭତ୍ତା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିବା ଅନ୍ୟ ଏକ ବିଧାୟକ ମଧ୍ୟ ଗୃହରେ ପାରିତ ହୋଇଛି ।


COMMERCIAL BREAK
SCROLL TO CONTINUE READING

ବିଧାୟକଙ୍କ ଦରମା ବୃଦ୍ଧି ସହ ଜଡିତ ଚାରୋଟି ପୃଥକ ବିଧେୟକ ସର୍ବସମ୍ମତି କ୍ରମେ ପାରିତ ହୋଇଯାଇଛି । ଏକ ବିଧେୟକ ଅନୁଯାୟୀ, ବୃଦ୍ଧି ପରେ ମୁଖ୍ୟମନ୍ତ୍ରୀଙ୍କ ଦରମା (Chhattisgarh CM Salary Hike) ବର୍ତ୍ତମାନ ମାସିକ ୧.୩୫ ଲକ୍ଷରୁ ୨.୦୫ ଲକ୍ଷକୁ ବୃଦ୍ଧି ପାଇଥିବାବେଳେ ମନ୍ତ୍ରୀଙ୍କ ଦରମା ୧.୩୦ ଲକ୍ଷରୁ ୧.୯୦ ଲକ୍ଷକୁ ବୃଦ୍ଧି ପାଇବ ।


ଛତିଶଗଡ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ (Bhupesh Baghel) ଙ୍କ ସମେତ ୧୩ ଜଣ ମନ୍ତ୍ରୀ ଅଛନ୍ତି । ସଂସଦୀୟ ସଚିବମାନଙ୍କୁ ମାସିକ ୧.୭୫ ଲକ୍ଷ ଟଙ୍କା ମିଳିବ, ଯାହା ପୂର୍ବେ ୧.୨୫ ଲକ୍ଷ ଟଙ୍କା ପାଉଥିଲେ। ବଘେଲ ସରକାରରେ ୧୫ ଜଣ ସଂସଦୀୟ ସଚିବ ଅଛନ୍ତି । ଅନ୍ୟ ଏକ ବିଧେୟକରେ ଦର୍ଶାଯାଇଛି ଯେ ବାଚସ୍ପତିଙ୍କ ଦରମା ମାସକୁ ୧.୩୨ ଲକ୍ଷରୁ ୧.୯୫ ଲକ୍ଷକୁ ବୃଦ୍ଧି ହୋଇଥିବାବେଳେ ଉପବାଚସ୍ପତି ମାସିକ ୧.୨୮ ଲକ୍ଷ ଟଙ୍କା ବଦଳରେ ୧.୮୦ ଲକ୍ଷ ଟଙ୍କା ପାଇବେ ।
 
ସେହିଭଳି ବିରୋଧୀଦଳର ଯେଉଁ ନେତାମାନଙ୍କ ପାଖରେ କ୍ୟାବିନେଟ ରାଙ୍କ ରହିଛି, ସେମାନଙ୍କୁ ମାସକୁ ୧.୯୦ ଲକ୍ଷ ଟଙ୍କା ମିଳିବ । ଯାହା ବର୍ତ୍ତମାନ ପ୍ରତି ମାସରେ ୧.୩୦ ଲକ୍ଷ ଟଙ୍କା ମିଳୁଛି ।


ଏହା ବି ପଢ଼ନ୍ତୁ:-ଅଗଷ୍ଟରେ ୧୮ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ! ଶୀଘ୍ର ସାରି ନିଅନ୍ତୁ ଜରୁରୀ କାମ, ବ୍ରାଞ୍ଚ ଯିବା ପୂର୍ବରୁ ଚେକ୍ କରନ୍ତୁ ଛୁଟି ତାଲିକା


ଏହା ବି ପଢ଼ନ୍ତୁ:-ସଙ୍କଟରେ କଂଗ୍ରେସ ସରକାର! ଅନାସ୍ଥା ପ୍ରସ୍ତାବର ସାମ୍ନା କରିବେ ସିଏମ ଭୂପେଶ ବଘେଲ, ଜାଣନ୍ତୁ ବିଜେପି ନା କଂଗ୍ରେସ, କାହାର ପଲା କେତେ ଭାରି


ଏହା ବି ପଢ଼ନ୍ତୁ:-ବନ୍ୟା ଓ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ପୁଣି ୧୩୬ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍


 


ସେପଟେ ଜଣେ ବିଧାୟକ ବର୍ତ୍ତମାନ ୧.୧୦ ଲକ୍ଷ ଟଙ୍କା ବଦଳରେ ମାସିକ ୧.୬୦ ଲକ୍ଷ ଟଙ୍କା ପାଇବେ । ଏହି ବୃଦ୍ଧି ପରେ ଜଣେ ବିଧାୟକ ୨୦,୦୦୦ ଟଙ୍କା ବେସିକ ଦରମା, ୫୫,୦୦୦ ନିର୍ବାଚନମଣ୍ଡଳୀ ଭତ୍ତା, ୧୦,୦୦୦ ଟେଲିଫୋନ୍ ଭତ୍ତା ଏବଂ ମାସକୁ ୧୫,୦୦୦ ମେଡିକାଲ ଭତ୍ତା ପାଇବେ । ଏହା ବ୍ୟତୀତ ବିଧାୟକମାନେ ଦୈନିକ ୨,୦୦୦ ଟଙ୍କା ଭତ୍ତା ପାଇବେ ।


ବିଧାୟକମାନଙ୍କୁ ଦିଆଯାଉଥିବା ମାସକୁ ୧୫,୦୦୦ ଟଙ୍କା କ୍ରମାଗତ ଭତ୍ତାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଅଧିକାରୀଙ୍କ କହିବାନୁସାରେ, ଦରମା ଓ ଭତ୍ତା ବୃଦ୍ଧି ରାଜ୍ୟ କୋଷ ଉପରେ ପ୍ରାୟ ୬.୮୧ କୋଟି ଟଙ୍କାର ଅତିରିକ୍ତ ବାର୍ଷିକ ବୋଝ ବଢ଼ିବାର ସମ୍ଭାବନା ରହିଛି ।