ତମାଲ ବାକଚି, ନୂଆଦିଲ୍ଲୀ: କୁହାଯାଏ ରାଜନୀତିରେ ସର୍ବଦା କେହି କାହାର ଶତ୍ରୁ ବା ମିତ୍ର ରୁହନ୍ତି ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ବର୍ତ୍ତମାନର ରାଜସ୍ଥାନର ରାଜନୀତି(Rajasthan Politics)ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ(Ashok Gehlot) ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ(Sachin Pilot)ଙ୍କ ସମ୍ପର୍କରେ । ଦିନେ ପାଇଲଟଙ୍କ ପାଇଁ ନିକମ୍ମା ସହ ବହୁ କିଛି ଅପଶବ୍ଦର ବ୍ୟବହାର କରିଥିଲେ ଗେହଲଟ୍ । ବର୍ତ୍ତମାନ ସେହି ବ୍ୟକ୍ତି ପାଇଲଟଙ୍କ ପ୍ରଶଂସା କରୁଥିବାର ନଜରକୁ ଆସିଛି । ବିଗତ ଏକ ମାସ ଧରି ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ(Rajasthan Political Crisis)ର ଅବସାନ ଘଟିଛି । ବର୍ତ୍ତମାନ କଂଗ୍ରେସ(Congress)ରେ ସବୁ କିଛି ଧୀରେ ଧୀରେ ଠିକ୍ ହେବାରେ ଲାଗିଛି । ଅନ୍ୟପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ୍ ବିନା ନାଁ ନେଇ ପୂର୍ବତନ ଡେପୁଟି ସିଏମ ପାଇଲଟଙ୍କ ପ୍ରଶଂସା କରିଛନ୍ତି । ଏଥି ସହ ଭାରତୀୟ ଜନତା ପାର୍ଟି(BJP)କୁ ଟାର୍ଗେଟ କରିଛନ୍ତି ସେ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ରାଜସ୍ଥାନ ରାଜନୈତିକ ସଙ୍କଟ: ନିଜ ଜାଲରେ ଫସିଲା ବିଜେପି ?


ପାଇଲଟଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ଗେହଲଟ୍


ସ୍ୱାଧୀନତା ଦିବସରେ ନିଜ ଅଭିଭାଷଣରେ ସିଏମ ଗେହଲଟ ପାଇଲଟଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ତେବେ ସେ ସିଧାସଳଖ ପାଇଲଟଙ୍କ ନାଁ ନେଇ ନାହାଁନ୍ତି । ଗେହଲଟ ନିଜ ସରକାରର ସବୁଠାରୁ ବଡ଼ କାର୍ଯ୍ୟର ଶ୍ରେୟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ସେହି ବିଭାଗକୁ ଦେଇଛନ୍ତି, ଯାହାକୁ ସେ ପୂର୍ବରୁ ପରିଚାଳନା କରୁଥିଲେ । ଅଗଷ୍ଟ ୧୫ରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଗେହଲୋଟ୍ କହିଛନ୍ତି ଯେ, ଦେଶ ସାରା ସବୁଠାରୁ ଅଧିକ କୌଣସି ବିଭାଗରେ ସଫଳତା ମିଳିଛି, ତେବେ ଏହା ହେଉଛି ରାଜସ୍ଥାନର ମନରେଗା (MNREGA) ।


ଅଧିକ ପଢ଼ନ୍ତୁ:-କଂଗ୍ରେସରେ ହିଁ ସୋନିଆ ବନାମ ରାହୁଲ କଳି !


ପାଇଲଟଙ୍କ ପାଖରେ ଥିଲା ଗ୍ରାମ୍ୟ ଉନ୍ନୟନ ବିଭାଗ 


ସଚିନ୍ ପାଇଲଟ୍ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଭାବରେ ମନରେଗା(MNREGA)ର କାର୍ଯ୍ୟ ପରିଚାଳନା କରୁଥିଲେ । MNREGAର କାର୍ଯ୍ୟକୁ ପ୍ରଶଂସା କରୁଥିବାବେଳେ ଗେହଲଟ୍ ପାଇଲଟଙ୍କ ନାଁ ନେଇ ନାହାଁନ୍ତି । ପରେ ରାଜନୈତିକ ସଙ୍କଟ ସମୟରେ ସଚିନଙ୍କ ଠାରୁ ମନ୍ତ୍ରୀ ପଦ ଛଡ଼ାଇ ନିଆଯାଇଥିଲା ।