CM Naveen Patnaik: ଭୁବନେଶ୍ୱର (ଦେବବ୍ରତ) ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଆଜି ମତଦାନ ଜାରି ରହିଛି। ଏହି ଅବସରରେ ରାଜ୍ୟର ଭୋଟରଙ୍କୁ ମତଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି। ସେ ନିଜ 'ଏକ୍ସ 'ହ୍ୟାଣ୍ଡେଲରେ କହିଛନ୍ତି ଯେ, ଗଣତନ୍ତ୍ରରେ ମତଦାନ ଆପଣଙ୍କ ଅଧିକାର। ଆପଣଙ୍କ ପ୍ରତିଟି ଭୋଟ୍ ଅତ୍ୟନ୍ତ ମୂଲ୍ୟବାନ। ଆସନ୍ତୁ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା। ବିପୁଳ ସଂଖ୍ୟାରେ ମତଦାନ କରି ବିକାଶରେ ସହଭାଗୀ ସାଜିବା। 


COMMERCIAL BREAK
SCROLL TO CONTINUE READING

 



ଅନ୍ୟପଟେ ରାଜ୍ୟରେ ବହୁ ପ୍ରତୀକ୍ଷିତ ୪ର୍ଥ ପର୍ଯ୍ୟାୟ ମତଦାନ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ର ଓ ଏହାର ଅଧୀନ ୪୨ ବିଧାନସଭା ଆସନରେ ମତଦାତାମାନେ ଭୋଟ ଦେଉଛନ୍ତି । ଶେଷ ପର୍ଯ୍ୟାୟ ମତଦାନ ପାଇଁ ୧୦ ହଜାର ୮୮୨ଟି ବୁଥ ରହିଛି। ଏହା ମଧ୍ୟରୁ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ ରହିଛି। ଶାନ୍ତି ଶୃଙ୍ଖଳାରେ ମତଦାନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି।