ନୂଆଦିଲ୍ଲୀ: କଂଗ୍ରେସ (Congress) ର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦ (Jitin Prasada) ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଛନ୍ତି । ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ (Piyush Goyal) ଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ଜିତିନ ପ୍ରସାଦ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ, ପରେ ତାଙ୍କ ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା ।


COMMERCIAL BREAK
SCROLL TO CONTINUE READING

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଦଳରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଆଉଟ୍ ହୋଇଯାଇଛନ୍ତି । ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଏହା ଏକ ବଡ ଝଟକା । ଜିତିନ ପ୍ରସାଦ ବିଜେପିରେ ସାମିଲ ହେବା  ପରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ, ୟୁପି ରାଜନୀତିରେ ଜିତିନ ପ୍ରସାଦଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ । ଏଥି ସହିତ ଜିତିନ ପ୍ରସାଦ କହିଛନ୍ତି ଯେ, ମୁଁ ୭-୮ ବର୍ଷ ମଧ୍ୟରେ ଅନୁଭବ କଲି ଯେ ପ୍ରକୃତ ଅର୍ଥରେ ଯଦି କୌଣସି ଅନୁଷ୍ଠାନିକ ରାଜନୈତିକ ଦଳ ଅଛି, ସେ ହେଉଛି ଭାରତୀୟ ଜନତା ପାର୍ଟି । ବାକି ଦଳମାନେ ବ୍ୟକ୍ତି ଓ ଆଞ୍ଚଳିକ ହୋଇଯାଇଛନ୍ତି ।