ମୁମ୍ବାଇ: ଆସନ୍ତା ୨୮ ତାରିଖରେ ମୁମ୍ବାଇ ଠାରେ ହେବାକୁ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରାଲିକୁ ସ୍ଥଗିତ ରଖାଯାଇଛି। ଏହାପୂର୍ବରୁ ମଙ୍ଗଳବାର ଦିନ ବମ୍ବେ ହାଇକୋର୍ଟରେ ବିଏମସି ଏବଂ ମୁମ୍ବାଇ ପୋଲିସ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ମୁମ୍ବାଇ କଂଗ୍ରେସ ପ୍ରତ୍ୟାହାର କରିନେଇଛି। ଏହି ରାଲିରେ ମୁମ୍ବାଇ ପୋଲିସ ଅନୁମତି ମନା କରିଦେଇଥିଲା।


COMMERCIAL BREAK
SCROLL TO CONTINUE READING

ଚଳିତ ମାସ ୨୮ ତାରିଖରେ ମୁମ୍ବାଇସ୍ଥିତ ଶିବାଜୀ ପାର୍କ (Mumbai Shivaji Park) ଠାରେ ହେବାକୁ ଥିବା ରାହୁଲ ଗାନ୍ଧୀଙ୍କ (Rahul Gandhi Rally at Mumbai) ରାଲିକୁ ନେଇ ୟୁ-ଟର୍ନ ମାରିଛି କଂଗ୍ରେସ। ଦଳର ୧୩୭ ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ହେବାକୁ ଥିବା ଏହି ରାଲି ପାଇଁ ଅନୁମତି ଦେଇନଥିଲା ମୁମ୍ବାଇ ପୋଲିସ (Mumbai Police)। ଅନୁମତି ନ ମିଳିବା ପରେ ବମ୍ବେ ହାଇକୋର୍ଟ (Bombay High Court) ବିଏମସି ଏବଂ ପୋଲିସ ବିରୋଧରେ ମଙ୍ଗଳବାର କରିଥିବା ଆବେଦନକୁ ପ୍ରତ୍ୟାହାର କରିନେଇଛି ମୁମ୍ବାଇ କଂଗ୍ରେସ (Mumbai Congress)। ଏହା ପରେ ଦଳ ତରବରିଆ ଭାବେ କୋରୋନାକୁ ବାହାନା କରି ରାଲି ରଦ୍ଦ କରିବାକୁ ଘୋଷଣା କରିଥିଲା।


Also Read: ହିନ୍ଦୁଙ୍କୁ କ୍ଷମତାକୁ ଆଣିବା ହେଉଛି କଂଗ୍ରେସ ଦଳର ଧର୍ମନିରପେକ୍ଷ ଏଜେଣ୍ଡା: ଅସାଦୁଦ୍ଦିନ ଓୱେସି


ଗତ ୨୦୧୦ ବର୍ଷ ଠାରୁ ମୁମ୍ବାଇସ୍ଥିତ ଶିବାଜୀ ପାର୍କକୁ ସାଇଲେନ୍ସ ଜୋନ (Silence Zone) ଭାବେ ଘୋଷଣା କରାଯାଇଛି। ଏଠାରେ କେବଳ ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼.ଭୀମରାଓ ଆମ୍ବେଦକର, ମହାରାଷ୍ଟ୍ର ରାଜ୍ୟ ସ୍ଥାପନା ଦିବସ, ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ଲାଗି ଅନୁମତି ରହିଛି। ଦଳୀୟ ରାଲି ଆୟୋଜନ କରିବା ଘଟଣାରେ କଂଗ୍ରେସ ୟୁ ଟର୍ନ ମାରିବା ପରେ ବିଜେପି ଏହାର ମଜା ଉଠାଇଛି।


Also Read: UP Election 2022: Congress ପାଇବ କେତେ ଆସନ? ଜବାବ ଦେଲେ Akhilesh Yadav


ରାଲି ଆୟୋଜନ କରିବାକୁ ନେଇ କଂଗ୍ରେସ ବମ୍ବେ ହାଇକୋର୍ଟଙ୍କ ନିକଟରେ ପହଞ୍ଚିବା ପରେ ରାଜ୍ୟରେ କ୍ଷମତାସୀନ ତ୍ରିଶଙ୍କୁ ସରକାରରେ ସାମିଲ ଥିବା ବିଭିନ୍ନ ଦଳ ମଧ୍ୟରେ ରହିଥିବା ମତଭେଦ ସାମ୍ନାକୁ ଆସିଛି। ଏଭଳି ପରିସ୍ଥିତିରେ ଦଳର  ପରିହାସର ଶୀକାର ନହେଉ ସେଥିପାଇଁ କଂଗ୍ରେସ ବମ୍ବେ ହାଇକୋର୍ଟରେ କରିଥିବା ଆବେଦନ ପ୍ରତ୍ୟାହାର କରିନେଇଛି।