Congress Bharat Jodo Yatra, ନୂଆଦିଲ୍ଲୀ: ଅଧାରେ ଅଟକିବ କଂଗ୍ରେସର ଭାରତ ଯୋଡ ଯାତ୍ରା। କାରଣ ଏହି ଯାତ୍ରାର ନେକୃତ୍ୱ ନେଉଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଙ୍ଗଳବାର ହିମାଚଳ ପ୍ରଦେଶ ଗସ୍ତ କରିବେ। ଆଉ କିଛି ଦିନ ପରେ ହିମାଚଳରେ ବିଧାନସଭା ନିର୍ବାଚନ ହେବ। ତେଣୁ ସେ ସେଠାରେ ଦଳ ପାଇଁ ପ୍ରଚାର କରିବେ। 


COMMERCIAL BREAK
SCROLL TO CONTINUE READING

ସୂତ୍ରରୁ ପ୍ରକାଶ ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧି ପାହାଡ ରାଜ୍ୟ ହିମାଚଳ ପ୍ରଦେଶରେ ପ୍ରଚାର କରିବା ପାଇଁ କଂଗ୍ରେସର ଭାରତ ଯୋଡ ଯାତ୍ରାକୁ ଅଧାରେ ଛାଡିବେ। ଅନେକ ନେତା ତାଙ୍କୁ ଭାରତ ଯୋଡ ଯାତ୍ରା ଛାଡି ହିମାଚଳ ଓ ଗୁଜରାଟ ନିର୍ବାଚନ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପରାମର୍ଶ ଦେଇଥିଲେ। ତେବେ ଦଳିୟ ନେତାଙ୍କ ପରାମର୍ଶ ରକ୍ଷା କରି ସେ ନିଜ ଅଭିଯାନକୁ ଅଧାରେ ଛାଡି ନିର୍ବାଚନ ପ୍ରଚାର କରିବାକୁ ଆସୁଛନ୍ତି। ନଭେମ୍ବର ୨୨ରୁ ୬୮ ସିଟ୍ ବିଶିଷ୍ଟ ହିମାଚଳରେ ବିଧାନ ସଭା ନିର୍ବାଚନ ହେବ। ପୂର୍ବରୁ ଏହି ରାଜ୍ୟରେ ବିଜେପି ସରକାର ରହିଛି। ହିମାଚଳ ଇତିହାସରେ ପ୍ରତି ପାଞ୍ଚ ବର୍ଷରେ ସରକାର ବଦଳିବାର ପରମ୍ପରା ରହିଛି। କିନ୍ତୁ ଏଥର ପୁଣି ଥରେ ବିଜେପି କ୍ଷମତାକୁ ଆସିବ ବୋଲି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର। 


Also Read: Dhamnagar Bypoll Results Live Update: ବାପାଙ୍କ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟବଂଶୀ, ବିଜେଡିର ଖେଳ ବିଗାଡି ଦେଲେ ରାଜୁ ଦାସ


ସେପଟେ ଗୁଜରାଟରେ ମଧ୍ୟ ଦଳ ପାଇଁ ପ୍ରଚାର ନକରିବାରୁ ରାହୁଲ ଗାନ୍ଧୀ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ଡିସେମ୍ବର ପ୍ରଥମ ସପ୍ତାହରେ ଗୁଜରାଟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଡିସେମ୍ବର ୨ ଓ ୫ ତାରିଖରେ ଭୋଟ ପଡିବ। ତେବେ ହିମାଚଳ ଓ ଗୁଜରାଟର ଭୋଟ ଗଣତି ଗୋଟିଏ ଦିନରେ ଅର୍ଥାତ ଡିସେମ୍ବର ୮ ତାରିଖରେ ହେବ ବୋଲି ନିର୍ବାଚନ କମିସନ ତାରିଖ ଘୋଷଣା କରିଛି। ତେବେ ବିଜେପିର ସବୁଧା ଦେଖି ନିର୍ବାଚନ କମିଶନ ଦୁଇ ରାଜ୍ୟର ନିର୍ବାଚନ ତାରିଖ ଅଲଗା ଅଲଗା ରଖିଥିବା କଂଗ୍ରେସ ଅଭିଯୋଗ କରିଛି।


ସୂଚନାଯୋଗ୍ୟ, କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭରତ ଯୋଡ ଯାତ୍ରା ରବିବାର ତେଲେଙ୍ଗାନାରେ ଥିଲା। ସୋମବାର ମହାରାଷ୍ଟ୍ରରେ ଭରତ ଯୋଡ ଯାତ୍ରା ପ୍ରବେଶ କରିଛି ଏବଂ ୬୧ତମ ଦିନରେ ଏହା ନନ୍ଦେଡ ଜିଲ୍ଲାରେ ପହଞ୍ଚିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶରେ ପ୍ରଚାର କରିସାରିଛନ୍ତି। ନିକଟ ଅତୀତରେ ରାଜ୍ୟ ନିର୍ବାଚନ ଏବଂ ଉପ-ନିର୍ବାଚନରେ ​​ଏହାର ପ୍ରଦର୍ଶନକୁ ବିଚାର କରି ରାହୁଲ ଗାନ୍ଧିଙ୍କ ଦଳ କଠିନ ସମୟର ସମ୍ମୁଖୀନ ହୋଇଛି। କଂଗ୍ରେସ ଏପର୍ଯ୍ୟନ୍ତ ହିମାଚଳରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ। ଦଳର ରାଜ୍ୟ ପର୍ଯ୍ୟବେକ୍ଷକ ଭୁପେଶ ବାଘେଲ କହିଛନ୍ତି ଯେ, ସେମାନେ ସାମୂହିକ ନେତୃତ୍ୱରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।