ନୂଆଦିଲ୍ଲୀ: ବିଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ କଂଗ୍ରେସ ନେତୃତ୍ୱ ସଙ୍କଟ(Congress Leadership Crisis) ମଧ୍ୟ ଦେଇ ଗତି କରୁଛି । ତାଜା ଖବର ଅନୁଯାୟୀ ସାଂସଦ, ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳର ୨୩ ବରିଷ୍ଠ ନେତା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ(Congress Interim President) ସୋନିଆ ଗାନ୍ଧୀ(Sonia Gandhi)ଙ୍କୁ ଚିଠି ଲେଖି ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି । ଯାହା ପରେ ସୋନିଆ ଗାନ୍ଧୀଙ୍କ ପଦ ଛାଡିବା କଥା ସାମ୍ନାକୁ ଆସିବା ମାତ୍ରେ ଅନେକ କଂଗ୍ରେସ ନେତା ତାଙ୍କ ସମର୍ଥନରେ ଆଗେଇ ଆସିଛନ୍ତି । ସୋମବାର ଏହି ସମଗ୍ର ପ୍ରସଙ୍ଗରେ କଂଗ୍ରେସ ୱାର୍କିଂ କମିଟି(CWC)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।


COMMERCIAL BREAK
SCROLL TO CONTINUE READING

ଏହି ଘଟଣାକ୍ରମ ସହିତ ଯୋଡ଼ି ଏହା ଜାଣିବାର ବିଷୟ ଯେ ଏପରି ପ୍ରଥମ ଥର ପାଇଁ କଂଗ୍ରେସ(Congress)ରେ ଘଟୁନାହିଁ । ୧୩୪ ବର୍ଷର ପୁରୁଣା ଦଳରେ ଏହା ଅନେକ ଥର ଘଟିଛି, ଯେତେବେଳେ ଅନ୍ତଃକନ୍ଦଳ କିମ୍ବା ବିଦ୍ରୋହର ପରିସ୍ଥିତି ଦେଖାଦେଇଛି, ସେତେବେଳେ ଏହାକୁ ସମ୍ଭାଳି ନିଆଯାଇଛି । ଏଥର କୁହାଯାଉଛି ଯେ କଂଗ୍ରେସ ଇତିହାସର ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିବା ବେଳେ ଏଭଳି ପରିସ୍ଥିତି ଉପୁଜିଛି । ନେହେରୁ-ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ଚର୍ଚ୍ଚା ଜୋର ଧରିଛି । ଏଭଳି ପରିସ୍ଥିତିରେ ଆପଣଙ୍କୁ କହିବାକୁ ଯାଉଛୁ କେବେ କେବେ କଂଗ୍ରେସ ମଧ୍ୟରେ ନେତୃତ୍ୱ ସଙ୍କଟ ଦେଖାଯାଇଥିଲା ଓ ଦଳ ଏହାକୁ କିପରି ସମ୍ଭାଳି ଥିଲା ।


ଅଧିକ ପଢ଼ନ୍ତୁ:-ଚାଷୀଙ୍କ ପାଇଁ ଆଲର୍ଟ ! ୭ ଦିନ ଭିତରେ ବ୍ୟାଙ୍କକୁ ଫେରସ୍ତ କରନ୍ତୁ କୃଷି ଋଣର ଟଙ୍କା, ନଚେତ୍...


ଜାନୁଆରୀ ୧୯୬୬:  ଯେତେବେଳେ ଇନ୍ଦିରା ଗାନ୍ଧୀ(Indira Gandhi) ହୋଇଥିଲେ ପ୍ରଧାନମନ୍ତ୍ରୀ 


ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦେହାନ୍ତ ପରେ ଲାଲ ବାହାଦୂର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ପ୍ରାୟ ଦୁଇ ବର୍ଷ ମଧ୍ୟରେ ତାସକେଣ୍ଟରେ ଐତିହାସିକ ଚୁକ୍ତି ପରେ ତାଙ୍କର ମଧ୍ୟ ନିଧନ ହୋଇଥିଲା । ତା’ପରେ ଦଳର ଶୀର୍ଷ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଥିଲା । ଶାସ୍ତ୍ରୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହୋଇଥିବା ମୋରାର୍ଜୀ ଦେସାଇ ଆଗରେ ଥିଲେ ।


କିନ୍ତୁ ସେତେବେଳେ ଦଳର ବରିଷ୍ଠ ନେତାମାନେ ନେହେରୁଙ୍କ ଝିଅ ଇନ୍ଦିରା ଗାନ୍ଧୀଙ୍କ ନାଁ ଆଗକୁ କରିଥିଲେ । ଆଉ ନେହେରୁ ପରିବାରକୁ ଗୁରୁତ୍ୱ ଦେବାର ପରମ୍ପରା ଆରମ୍ଭ ହୋଇଥିଲା । ଇନ୍ଦିରାଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ସମର୍ଥନ ସଂଗ୍ରହ କରିବାରେ କାମାରାଜ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କଂଗ୍ରେସ ଭିତରେ ଇନ୍ଦିରା ୧୮୦ ଭୋଟରେ ଦେସାଇ ଠାରୁ ଜିତିଥିଲେ । କିଛି ଦିନ ପରେ ଇନ୍ଦିରା ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।


ଅଧିକ ପଢ଼ନ୍ତୁ:-BCCIର ଏହି ପଦକ୍ଷେପ ଅବସର ପାଇଁ ଧୋନିଙ୍କୁ କରିଥିଲା ବାଧ୍ୟ !


ନଭେମ୍ବର ୧୯୬୯: ଆହୁରି ମଜଭୁତ ହେଲେ ଇନ୍ଦିରା


୧୯୬୭ର ସାଧାରଣ ନିର୍ବାଚନରେ ​​କଂଗ୍ରେସକୁ ବଡ଼ ଝଟକା ଲାଗିଥିଲା । ପରେ ଦେଶର ପ୍ରାୟ ଅଧା ରାଜ୍ୟରେ ନିର୍ବାଚନରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଥିଲା । ଏଭଳି ପରିସ୍ଥିତିରେ ପ୍ରାୟ ଚାରିମାସ ଧରି ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ଅନ୍ତଃକନ୍ଦଳ ଦେଖାଦେଇଥିଲା । ତତ୍କାଳୀନ କଂଗ୍ରେସ ଦଳର ମୁଖ୍ୟ ନିଜାଲିଙ୍ଗାପ୍ପା ନଭେମ୍ବର ୧୯୬୯ରେ ଇନ୍ଦିରା ଗାନ୍ଧୀଙ୍କୁ 'ମୁକ କଣ୍ଡେଇ' ବା 'ଗୁଙ୍ଗି ଗୁଡ଼ିଆ' କହି ଦଳରୁ ବିତାଡିତ କରିଥିଲେ । ଯାହା ପରେ ଦଳର ବରିଷ୍ଠ ନେତା ଅର୍ଥାତ ସିଣ୍ଡିକେଟ୍ ଦୁଇଟି ଗୋଷ୍ଠୀରେ ବିଭାଜିତ ହୋଇଯାଇଥିଲେ, ସେଥିମଧ୍ୟରୁ ଗୋଟିଏ ଗୋଷ୍ଠୀ ଇନ୍ଦିରାଙ୍କ ସପକ୍ଷରେ ଥିଲା ।


ଏହାର କିଛି ସମୟ ପୂର୍ବରୁ ଇନ୍ଦିରା ଭିଭି ଗିରିଙ୍କୁ ରାଷ୍ଟ୍ରପତି କରିବା ପାଇଁ ଏକ ଛୋଟ ଲଢ଼େଇ ଜିତିଥିଲେ । ଯେତେବେଳେ ତାଙ୍କୁ ଦଳରୁ ବିତାଡିତ କରାଯାଇଥିଲା, ସେତେବେଳେ ତାଙ୍କୁ କଂଗ୍ରେସ ସଂସଦୀୟ ଦଳ ବୈଠକରେ ବହୁ ସମର୍ଥନ ମିଳିଥିଲା । ଫଳସ୍ୱରୂପ, ଦଳ ଦୁଇ ଭାଗରେ ବିଭକ୍ତ ହୋଇଥିଲା ଏବଂ ଇନ୍ଦିରା କୌଣସି ପ୍ରକାରେ ବାମ ଦଳ ଏବଂ ଡିଏମକେ ସହାୟତାରେ ତାଙ୍କ ସରକାରକୁ ରକ୍ଷା କରିଥିଲେ । ଇନ୍ଦିରା ନେତୃତ୍ୱାଧୀନ କଂଗ୍ରେସ ୧୯୭୧ର ସାଧାରଣ ନିର୍ବାଚନରେ ​​ଜିତି ବଡ଼ ସଫଳତା ହାସଲ କରିଥିଲା ।


ଅଧିକ ପଢ଼ନ୍ତୁ:-କଂଗ୍ରେସରୁ ଆସିଥିବା ନେତାଙ୍କୁ ଅଧିକ ଗୁରୁତ୍ୱ ଦେଉଥିବା ଯୋଗୁଁ ବିଜେପିରେ ବଢ଼ୁଛି ଅସନ୍ତୋଷ


ମେ ୧୯୮୭: ଭିପି ସିଂଙ୍କ ବିଦ୍ରୋହ 


କଂଗ୍ରେସ ଦଳ ମଧ୍ୟରେ ଆଉ ଏକ ବଡ଼ ଅନ୍ତଃକନ୍ଦଳ ଦେଖାଦେଇଥିଲା । ବୋଫର୍ସ କାଣ୍ଡରେ ଦୁର୍ନୀତିର ଅଭିଯୋଗରେ ମେ ୧୯୮୭ରେ ରାଜୀବ ଗାନ୍ଧୀ ସରକାରରୁ ତତ୍କାଳୀନ ଅର୍ଥମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂ ବା ଭିପି ସିଂଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ପରେ ଦଳରୁ ବାଦ ପଡିବା ପରେ ଭିପି ସିଂ ଜନତା ଦଳ ଗଠନ କରି ରାଜୀବ ଗାନ୍ଧୀ ସରକାରଙ୍କୁ ସିଧାସଳଖ ଚ୍ୟାଲେଞ୍ଜ କରିଥିଲେ ।


ଅନ୍ୟପଟେ ଶାହା ବାନୋ ମାମଲାରେ ଇସ୍ତଫା ଦେଇଥିବା ପୂର୍ବତନ କଂଗ୍ରେସ ମନ୍ତ୍ରୀ ଆରିଫ ମହମ୍ମଦ ଖାନଙ୍କ ସମେତ ଓଡିଶାର ବିଜୁ ପଟ୍ଟନାୟକ, କର୍ଣ୍ଣାଟକର ରାମକୃଷ୍ଣ ହେଗଡେଙ୍କ ଭଳି ରାଜ୍ୟର ବଡ଼ ନେତା ମଧ୍ୟ ସିଂଙ୍କ ଦଳରେ ଯୋଗ ଦେଇଥିଲେ । ୧୯୮୯ ନିର୍ବାଚନରେ ​​ରାଜୀବ ଗାନ୍ଧୀଙ୍କ କଂଗ୍ରେସ ପରାସ୍ତ ହେବା ସହ ବିଜେପିର ସମର୍ଥନରେ ନ୍ୟାସନାଲ ଫ୍ରଣ୍ଟ ସରକାର ଗଠନ କରିଥିଲା । ​​ଆଉ ଭିପି ସିଂ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।


ଅଧିକ ପଢ଼ନ୍ତୁ:-'ଏହା ମହାତ୍ମା ଗାନ୍ଧୀଙ୍କ ଭାରତ ନୁହେଁ, ପ୍ରଧାନମନ୍ତ୍ରୀଙ୍କୁ ମୋର ବାର୍ତ୍ତା, ସଚ୍ଚୋଟ ହୁଅନ୍ତୁ'


ମାର୍ଚ୍ଚ ୧୯୮୮: କେସରୀଙ୍କ ବିଦାୟ, ସୋନିଆ ଗାନ୍ଧୀଙ୍କ ଏଣ୍ଟ୍ରି


ରାଜୀବ ଗାନ୍ଧୀଙ୍କ ହତ୍ୟା ପରଠାରୁ ସୋନିଆ ଗାନ୍ଧୀ ରାଜନୀତିରେ ପ୍ରବେଶ କରିବାର ଚାପ ମଧ୍ୟ ଦେଇ ଗତି କରୁଥିଲେ । କିନ୍ତୁ ୧୯୯୮ ସାଧାରଣ ନିର୍ବାଚନ ପୂର୍ବରୁ ୧୯୯୭ର ଶେଷରେ ସୋନିଆ ଘୋଷଣା କରିଥିଲେ ଯେ ସେ କଂଗ୍ରେସ ପାଇଁ ପ୍ରଚାର କରିବେ । ଏହା ପରେ କଂଗ୍ରେସ ଅଧ୍ୟକ୍ଷ ସୀତାରାମ କେସରୀ ସୋନିଆଙ୍କୁ ଦଳକୁ ସ୍ୱାଗତ କରି ତାଙ୍କୁ କଂଗ୍ରେସ ପାଇଁ ଜଣେ "ତ୍ରାଣକର୍ତ୍ତା" ବୋଲି କହିଥିଲେ । କିନ୍ତୁ ଯେତେବେଳେ ସୋନିଆଙ୍କୁ କଂଗ୍ରେସ ଅଧ୍ୟକ୍ଷା କରାଯିବାର ଦାବି ଉଠିଲା, ସେତେବେଳେ କେସରୀ ଏଥିରେ ଦ୍ୱିଧା ପ୍ରକାଶ କରିଥିଲେ ।


ଅଧିକ ପଢ଼ନ୍ତୁ:-ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !


୧୪ ମାର୍ଚ୍ଚ ୧୯୯୮ରେ କଂଗ୍ରେସ ଦଳର ୱାର୍କିଂ କମିଟି ଏକ ରିଜୁଲ୍ୟୁଶନ ପାରିତ କରି ଦଳର ଅଧ୍ୟକ୍ଷ ଭାବରେ କେସରୀଙ୍କୁ ବିଦାୟ ଦେଇଥିଲା । କୁହାଯାଏ ଯେ ଏହି ଦିନ ସୋନିଆଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାରେ କୌଣସି ପ୍ରତିବନ୍ଧକ ସୃଷ୍ଟି ନ ହେଉ, ତେଣୁ କେସରୀଙ୍କୁ କଂଗ୍ରେସ ମୁଖ୍ୟାଳୟ, ୨୪ ଆକବର ରୋଡରେ ବନ୍ଦ କରି ଦିଆଯାଇଥିଲା । ଅନ୍ୟପକ୍ଷେ ପ୍ରଣବ ମୁଖାର୍ଜୀ ଦଳର ନିଷ୍ପତ୍ତି ପଢ଼ିଥିଲେ । ସେବା ପାଇଁ କେସରୀଙ୍କୁ ଧନ୍ୟବାଦ ଜଣାଇବା ସହ ସୋନିଆଙ୍କୁ ଦଳର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା ।