ଚାଷୀଙ୍କ ପାଇଁ ଆଲର୍ଟ ! ୭ ଦିନ ଭିତରେ ବ୍ୟାଙ୍କକୁ ଫେରସ୍ତ କରନ୍ତୁ କୃଷି ଋଣର ଟଙ୍କା, ନଚେତ୍...
Advertisement

ଚାଷୀଙ୍କ ପାଇଁ ଆଲର୍ଟ ! ୭ ଦିନ ଭିତରେ ବ୍ୟାଙ୍କକୁ ଫେରସ୍ତ କରନ୍ତୁ କୃଷି ଋଣର ଟଙ୍କା, ନଚେତ୍...

ସାଧାରଣତଃ କେସିସି ଉପରେ ନିଆଯାଇଥିବା ଋଣକୁ ମାର୍ଚ୍ଚ ୩୧ ସୁଦ୍ଧା ପରିଶୋଧ କରିବାକୁ ପଡିଥାଏ । ଏହା ପରେ ଚାଷୀ(Farmers) ଆଗାମୀ ବର୍ଷ ପାଇଁ ପୁଣି ଟଙ୍କା ନେଇପାରିବେ । ଯେଉଁ ଚାଷୀମାମେ ବୁଦ୍ଧିମାନ ସେମାନେ ଠିକ୍ ସମୟରେ ଟଙ୍କା ଜମା କରି ସୁଧ ରିହାତିର ଲାଭ ଉଠାନ୍ତି । 

ଚାଷୀଙ୍କ ପାଇଁ ଆଲର୍ଟ ! ୭ ଦିନ ଭିତରେ ବ୍ୟାଙ୍କକୁ ଫେରସ୍ତ କରନ୍ତୁ କୃଷି ଋଣର ଟଙ୍କା, ନଚେତ୍...

ନୂଆଦିଲ୍ଲୀ: ଏହି ଖବର ସେହି କୃଷକମାନଙ୍କ ପାଇଁ, ଯେଉଁମାନେ ଚାଷ ପାଇଁ ବ୍ୟାଙ୍କ(Bank)ରୁ ଋଣ ନେଇଛନ୍ତି । ଯଦି ସେମାନେ ଆସନ୍ତା ୭ ଦିନ ମଧ୍ୟରେ କେସିସି-କିସାନ୍ କ୍ରେଡିଟ୍ କାର୍ଡ(KCC-Kisan Credit Card)ରେ ନିଆଯାଇଥିବା ଟଙ୍କା ବ୍ୟାଙ୍କକୁ ଫେରସ୍ତ ନକରନ୍ତି, ତେବେ ସେମାନଙ୍କୁ ୪ ବଦଳରେ ୭ ପ୍ରତିଶତ ସୁଧ ଦେବାକୁ ପଡିବ । କୃଷି ଋଣ(farmer loan) ଉପରେ ସରକାର ଅଗଷ୍ଟ ୩୧ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ରିହାତି ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ଚାଷୀଙ୍କ ପାଇଁ ଖୁସି ଖବର, ମୋଦି ସରକାର କଲେ ଏହି ବଡ଼ ଘୋଷଣା

ସାଧାରଣତଃ କେସିସି ଉପରେ ନିଆଯାଇଥିବା ଋଣକୁ ମାର୍ଚ୍ଚ ୩୧ ସୁଦ୍ଧା ପରିଶୋଧ କରିବାକୁ ପଡିଥାଏ । ଏହା ପରେ ଚାଷୀ(Farmers) ଆଗାମୀ ବର୍ଷ ପାଇଁ ପୁଣି ଟଙ୍କା ନେଇପାରିବେ । ଯେଉଁ ଚାଷୀମାମେ ବୁଦ୍ଧିମାନ ସେମାନେ ଠିକ୍ ସମୟରେ ଟଙ୍କା ଜମା କରି ସୁଧ ରିହାତିର ଲାଭ ଉଠାନ୍ତି । ଦୁଇରୁ ଚାରି ଦିନ ପରେ ସେମାନେ ପୁଣି ଟଙ୍କା ଉଠାଇ ନିଅନ୍ତି । ଏହିପରି ବ୍ୟାଙ୍କରେ ସେମାନଙ୍କର ରେକର୍ଡ ମଧ୍ୟ ଭଲ ରହିଥାଏ ଏବଂ ଚାଷ ପାଇଁ ଅର୍ଥର ଅଭାବ ପଡ଼ି ନଥାଏ । ଏବେ ରିହାତି ମିଳିବାର ସମ୍ଭାବନା କମ୍ ହିଁ ରହିଛି । କାରଣ ଲକଡାଉନ୍ ଶେଷ ହୋଇଯାଇଛି । କୃଷି କାର୍ଯ୍ୟକଳାପ ମଧ୍ୟ ପୁଣିଥରେ ଆରମ୍ଭ ହୋଇଯାଇଛି ।

ତାଲା ବନ୍ଦକୁ ଦୃଷ୍ଟିରେ ରଖି ମୋଦି ସରକାର(Modi Govt) ଏହାକୁ ମାର୍ଚ୍ଚ ୩୧ରୁ ବୃଦ୍ଧି କରି ମେ ୩୧ ପର୍ଯ୍ୟନ୍ତ କରିଥିଲେ । ପରେ ଏହାକୁ ଆହୁରି ଅଗଷ୍ଟ ୩୧କୁ ବୃଦ୍ଧି କରାଯାଇଛି । ଏହାର ଅର୍ଥ ହେଉଛି ଯେ କେସିସି କାର୍ଡର ସୁଧ କେବଳ ୪ ପ୍ରତିଶତ ପୁରୁଣା ହାରରେ ଅଗଷ୍ଟ ୩୧ ଯାଏ ପୈଠ କରିପାରିବେ । ପରେ ଏହା ମହଙ୍ଗା ହୋଇଯିବ ।

ଅଧିକ ପଢ଼ନ୍ତୁ:-ସାଧାରଣ ଜନତାଙ୍କ ସ୍ୱାର୍ଥରେ ମୋଦି ସରକାର ନେଲେ ୪ଟି ବଡ଼ ନିଷ୍ପତ୍ତି, ଜାଣି ନିଅନ୍ତୁ ନହେଲେ ଉଠାଇ ପାରିବେନି ଲାଭ

ଚାଷ ପାଇଁ କେସିସି ଉପରେ ନିଆଯାଇଥିବା ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣର ସୁଧ ହାର ୯ ପ୍ରତିଶତ ରହିଛି । କିନ୍ତୁ ସରକାର ଏଥିରେ ୨ ପ୍ରତିଶତ ସବସିଡି ଦେଉଛନ୍ତି । ଏହି ଉପାୟରେ ଏହା ୭ ପ୍ରତିଶତକୁ ଖସି ଆସିଛି । କିନ୍ତୁ ଠିକ୍ ସମୟରେ ଋଣ ପରିଶୋଧ କରିବା ଉପରେ ୩ ପ୍ରତିଶତ ଅଧିକ ରିହାତି ମିଳିଥାଏ । ଏହିପରି ସଚେତନ କୃଷକମାନଙ୍କ ପାଇଁ ଏହାର ସୁଧ ହାର ମାତ୍ର ୪ ପ୍ରତିଶତ ରହିଯାଇଥାଏ ।

ଅଧିକ ପଢ଼ନ୍ତୁ:-କଂଗ୍ରେସରୁ ଆସିଥିବା ନେତାଙ୍କୁ ଅଧିକ ଗୁରୁତ୍ୱ ଦେଉଥିବା ଯୋଗୁଁ ବିଜେପିରେ ବଢ଼ୁଛି ଅସନ୍ତୋଷ

ସାଧାରଣତଃ ବ୍ୟାଙ୍କଗୁଡିକ କୃଷକମାନଙ୍କୁ ସୂଚନା ଦିଅନ୍ତି । ଏବଂ  ମାର୍ଚ୍ଚ ୩୧ ସୁଦ୍ଧା ଋଣ ପରିଶୋଧ କରିବାକୁ କୁହନ୍ତି । ଯଦି ସେତେବେଳକୁ ଆପଣ ବ୍ୟାଙ୍କକୁ ଋଣ ଟଙ୍କା ଫେରସ୍ତ କରୁ ନାହାଁନ୍ତି, ତେବେ ପରେ ଆପଣଙ୍କୁ ୭ ପ୍ରତିଶତ ସୁଧ ଦେବାକୁ ପଡିବ ।