ଦଳ ସପକ୍ଷରେ ନୁହେଁ ବିପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି ଦଳୀୟ ନେତ୍ରୀ
ଦଳ ସପକ୍ଷରେ ନୁହେଁ ବିପକ୍ଷରେ ବରଂ ଭୋଟ ଭିକ୍ଷା କରୁଛନ୍ତି ଦଳୀୟ ନେତ୍ରୀ।
ଚଣ୍ଡିଗଡ଼଼: ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିବା ସହ ଭୋଟ ଭିକ୍ଷା କରିଥାନ୍ତି ବିଭିନ୍ନ ଦଳର ନେତା। ହେଲେ କେବେ ଶୁଣିଛନ୍ତି ଦଳ ସପକ୍ଷରେ ନୁହେଁ ବିପକ୍ଷରେ ବରଂ ଭୋଟ ଭିକ୍ଷା କରୁଛନ୍ତି ଦଳୀୟ ନେତ୍ରୀ। ଯାହା ବର୍ତ୍ତମାନ ଗୋଟିଏ ରାଜ୍ୟର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲିଟିଛି।
ଚଳିତ ବର୍ଷ ହେବାକୁ ଯାଉଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ (Punjab Assembly Election 2022) ପଞ୍ଜାବ ଲୋକ କଂଗ୍ରେସ (Punjab Lok Congress) ପିଏଲସି (PLC) ଅଧ୍ୟକ୍ଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ (Former CM of Punjab) କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ (Captain Amarinder Singh) ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ରାଜ୍ୟର ପଟିଆଲା ଲୋକସଭା ଆସନର (Patiala Lok Sabha) କଂଗ୍ରେସ ସାଂସଦ (Congress MP) ପରନୀତ କୌର (Preneet Kaur)।
ଗତ ବର୍ଷ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ କଂଗ୍ରେସ (Congress) ଠାରୁ ଦୂରେଇ ଯାଇ ପଞ୍ଜାବ ଲୋକ କଂଗ୍ରେସ ନାମରେ ଏକ ନୂଆ ଦଳ ଗଠନ କରିଥିଲେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ। ଚଳିତ ବର୍ଷ ହେଉଥିବା ବିଧାନସଭା ନିର୍ବାଚନରେ କ୍ୟାପ୍ଟେନ ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢୁଛନ୍ତି।
ଗତ ଶନିବାର ମେଣ୍ଟ ସହଯୋଗୀ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ କଂଗ୍ରେସ ଲୋକସଭା ସାଂସଦ ପରନୀତ କୌର। ଏଥର କ୍ୟାପ୍ଟେନ ତାଙ୍କର ପାରମ୍ପରିରକ ସିଟ୍ ପଟିଆଲା ଆସନରୁ (Patiala Assembly Constituency) ନିର୍ବାଚନ ଲଢୁଛନ୍ତି।
Also Read: Punjab Election 2022: କିଏ ଗଢିବ ସରକାର? ରବିବାର ହେବ ସ୍ଥିର
କଂଗ୍ରେସ ଠାରୁ କ୍ୟାପ୍ଟେନ ଦୂରେଇଯିବା ପରେ ପଟିଆଲା ଆସନରେ ହେବାକୁ ଯାଉଥିବା ମୁକାବିଲା ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଛି। ଏହା ସହିତ ଦଳୀୟ ପ୍ରଚାରରୁ ଦୂରେଇ ଯାଇଥିବା କଂଗ୍ରେସ ସାଂସଦ ପରନୀତ କୌରଙ୍କ ଏହି ପଦକ୍ଷେପ ତାଙ୍କ ପରବର୍ତ୍ତୀ ରାଜନୈତିକ ନିଷ୍ପତ୍ତି ଉପରେ ଅନେକ ପ୍ରଶ୍ନ ଉଠାଇଛି। କାରଣ ଏହି ନିର୍ବାଚନମଣ୍ଡଳୀରୁ କ୍ୟାପ୍ଟେନଙ୍କ ବିରୋଧରେ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ବିଷ୍ଣୁ ଶର୍ମା କୌରଙ୍କୁ ଦଳ ପାଇଁ ପ୍ରଚାର କରିବାକୁ କିମ୍ବା ଇସ୍ତଫା ଦେବାକୁ କହିଥିଲେ। ଏଭଳି ପରିସ୍ଥିତିରେ ପଟିଆଲା ଜିଲ୍ଲାର ସମସ୍ତ ଆସନରେ ହେବାକୁ ଯାଉଥିବା ନିର୍ବାଚନ ଉପରେ ରହିଛି ସମସ୍ତଙ୍କ ନଜର।