ଏଥର ପଞ୍ଜାବ ବିଧାନସଭା ନିର୍ବାଚନରେ ବହୁମୁଖୀ ପ୍ରତିଯୋଗିତା ହେଉଛି।
Trending Photos
ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଫେବୃଆରୀ ୨୦ ତାରିଖରେ ହେବାକୁ ଯାଉଛି ମତଦାନ। ରାଜ୍ୟର ସମସ୍ତ ୧୧୭ ବିଧାନସଭା ଆସନ ଲାଗି ରବିବାର ହେବ ଭୋଟ ଗ୍ରହଣ। ଏହି ନିର୍ବାଚନ ଲଢୁଥିବା ମୋଟ ୧୩୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨.୧୪ କୋଟି ମତଦାତା। ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ୯୩ ମହିଳା ମଧ୍ୟ ଅନ୍ତର୍ଭୂକ୍ତ ଅଛନ୍ତି। ମତଦାନ ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଭୋଟ୍ ଗଣନା ୧୦ ମାର୍ଚ୍ଚରେ ହେବ।
ଚଳିତ ଥର ପଞ୍ଜାବ ବିଧାନସଭା ନିର୍ବାଚନରେ (Punjab Assembly Election 2022) କଂଗ୍ରେସ (Congress), ଆମ ଆଦମୀ ପାର୍ଟି (Aam Aadmi Party) ଆପ୍ (AAP), ଶିରୋମଣି ଅକାଳୀ ଦଳ (Shiromani Akali Dal) ଏସଏଡି (SAD) ଏବଂ ବହୁଜନ ସମାଜ ପାର୍ଟି (Bahujan Samaj Party) ବିଏସପି (BSP) ମଧ୍ୟରେ ହୋଇଥିବା ମେଣ୍ଟ (SAD-BSP Alliance), ବିଜେପି (BJP) ପଞ୍ଜାବ ଲୋକ କଂଗ୍ରେସ (Punjab Lok Congress) ପିଏଲସି (PLC) ଶିରୋମଣି ଅକାଳୀ ଦଳ (Shiromani Akali Dal) ସଂଯୁକ୍ତ (SAD Sanyukt) ମଧ୍ୟରେ ହୋଇଥିବା ଗଠବନ୍ଧନ (BJP-PLC-SAD Sanyukt Alliance) ଏବଂ ସଂଯୁକ୍ତ ସମାଜ ମୋର୍ଚ୍ଚା (Sanyukt Samaj Morcha) ମଧ୍ୟରେ ବହୁମୁଖୀ ପ୍ରତିଯୋଗିତା ହେଉଛି।
Also Read: Assembly Election 2022: ଏହି ରାଜ୍ୟରେ ମତଦାନ ତାରିଖ ବଦଳାଇଲେ Election Commission
ରାଜ୍ୟରେ ପୁନର୍ବାର କ୍ଷମତାତକୁ ଫେରିବାକୁ ସ୍ୱପ୍ନ ଦେଖୁଥିବା ଶାସକ କଂଗ୍ରେସକୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିବାରେ ଲାଗି ପଡି଼ଛନ୍ତି ବିରୋଧି। ଏହାର ଜବାବରେ କଂଗ୍ରେସ ବିଦ୍ୟୁତ୍ ଏବଂ ଇନ୍ଧନ ମୂଲ୍ୟ ହ୍ରାସ ଭଳି ନିଷ୍ପତ୍ତି ଦର୍ଶାଇ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀଙ୍କ ୧୧୧ ଦିନିଆ କାର୍ଯ୍ୟକାଳକୁ ଦର୍ଶାଉଛି। ପଞ୍ଜାବରେ କଂଗ୍ରେସ ଲାଗି ସବୁଠୁ ବଡ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇଥିବା ଆପ୍ ଦିଲ୍ଲୀ ମଡେଲ ଉପସ୍ଥାପନ କରି ପଞ୍ଜାବରେ ସରକାର ଗଠନ କରିବା ପାଇଁ ପ୍ରୟାସ କରୁଛି।
ଅନ୍ୟପଟେ ୨୦୨୨ ବିଧାନସଭା ନିର୍ବାଚନରେ ଏହି ନିର୍ବାଚନରେ ବହୁ ଶିରୋମଣି ଅକାଳୀ ଦଳ ମଧ୍ୟ ବିପଦରେ ଅଛନ୍ତି। କୃଷି ଆଇନ ପ୍ରସଙ୍ଗରେ 2020 ମସିହାରେ ବିଜେପି ସହ ସମ୍ପର୍କ ଭାଙ୍ଗିବା ପରେ ସେ ବାହୁଜନ ସମାଜ ପାର୍ଟି ସହ ମିଳିତ ଭାବେ ନିର୍ବାଚନରେ ପ୍ରବେଶ କରିଛନ୍ତି।
ବିଧାନସଭା ନିର୍ବାଚନରେ ଏସଏଡି-ବିଏସପି ମେଣ୍ଟର ଭାଗ୍ୟ ହେବ ପରୀକ୍ଷା। କେନ୍ଦ୍ରୀୟ କୃଷି ଆଇନ ପ୍ରସଙ୍ଗରେ ଦୀର୍ଘ ଦିନର ମେଣ୍ଟ ସହଯୋଗୀ ବିଜେପି ହାତ ଛାଡିଥିବା ଏସଏଡି ବିଏସପି ସହ ମେଣ୍ଟ କରି ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛି। ଏସଏଡ଼ି ସହ ସମ୍ପର୍କ ତୁଟିବା ପରେ ବିଜେପି, ପିଏଲସି-ଏସଏଡି ସଂଯୁକ୍ତ ସହ ମେଣ୍ଟ କରି ନିର୍ବାଚନ ଲଢୁଛି। ଏହି ମେଣ୍ଟ ରାଜ୍ୟର ମତଦାତାଙ୍କୁ "ନୱା ପଞ୍ଜାବ ପାଇଁ ଏକ ଡବଲ୍ ଇଞ୍ଜିନ ସରକାର" ଗଠନ କରିବାକୁ ନିବେଦନ କରିଛି।
ଅନ୍ୟପଟେ କେନ୍ଦ୍ରୀୟ କୃଷି ଆଇନ ବିରୋଧରେ ହୋଇଥିବା ଆନ୍ଦୋଳନରେ ଜଡିତ ଅନେକ କୃଷକ ସଙ୍ଗଠନ ମଧ୍ୟ ସଂଯୁକ୍ତ ସମାଜ ମୋର୍ଚ୍ଚା (Sanyukt Samaj Morcha) ନାମରେ ଏକ ମେଣ୍ଟ ଗଠନ କରି ପଞ୍ଜାବ ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ଏନେଇ ହରିୟାଣା ଭାରତୀୟ କିଷାନ ୟୁନିଅନ ନେତା ଗୁରୁନାମ ସିଂହ ଚଢୁନି ସଂଯୁକ୍ତ ସଂଘର୍ଷ ପାର୍ଟି ସହ ମେଣ୍ଟ କରିଛନ୍ତି।
Also Read:UP Election 2022: କେଉଁ ଜିଲ୍ଲାରେ ଏବଂ କେଉଁ ଆସନରେ କେବେ ହେବ ମତଦାନ?
ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଭିନ୍ନ ଦଳର ଚର୍ଚ୍ଚିତ ପ୍ରାର୍ଥୀ
ଏହି ନିର୍ବାଚନରେ ଜନସମର୍ଥନ ହାତେଇବାକୁ ସମସ୍ତ ପ୍ରମୁଖ ଦଳ ଅନେକ ପ୍ରତିଶୃତି ଦେଇଛନ୍ତି। ବିଭିନ୍ନ ଦଳ ତାରକା ପ୍ରଚାରକ ଦଳୀୟ ପ୍ରାର୍ଥୀଙ୍କ ଲାଗି ରାଲି କରିବା ସହ ଭୋଟ ଭିକ୍ଷା କରିଛନ୍ତି। ମାତ୍ର ଜନସମର୍ଥନ କିଏ ହାତେଇବ ତାହା ୧୦ ମାର୍ଚ୍ଚ ଫଳାଫଳରୁ ଜଣାପଡି଼ବ।