ନୂଆଦିଲ୍ଲୀ: Congress: ବିଗତ କିଛି ମାସ ହେବ କଂଗ୍ରେସ (Congress) ନିଜର ରଣନୀତିରେ ପରିବର୍ତ୍ତନ କରିଛି । ଦଳ ଦିନକୁ ଦିନ ଆକ୍ରାମକ ହେବାରେ ଲାଗିଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବା ହେଉ ଅବା ଜାତୀୟତାବାଦର ପ୍ରସଙ୍ଗ, ଭାରତ ଯୋଡ଼ ଯାତ୍ରା (Bharat Jodo Yatra) କିମ୍ବା ଦଳ ସହ ଜଡ଼ିତ ଅନ୍ୟ କୌଣସି ପ୍ରସଙ୍ଗ ହେଉ, ଦଳ ପୂର୍ବ ଅପେକ୍ଷା ଅଧିକ କଠୋର ଆଭିମୁଖ୍ୟ ସହ ଭାରତୀୟ ଜନତା ପାର୍ଟି (BJP) କୁ ଜବାବ ଦେଉଛି । କିଛି ମାସ ପୂର୍ବେ କଂଗ୍ରେସ ଯେଉଁ ପ୍ରସଙ୍ଗକୁ ନେଇ ଆତ୍ମରକ୍ଷା ମୁଦ୍ରାରେ ରହିଆସୁଥିଲା, ବର୍ତ୍ତମାନ ସେହି ପ୍ରସଙ୍ଗ ଉପରେ ଦଳ ଜୋରଦାର ପାଲଟା ଆକ୍ରମଣ କରୁଛି ।


COMMERCIAL BREAK
SCROLL TO CONTINUE READING

ଦଳର ଆଭିମୁଖ୍ୟରେ ଆକ୍ରମଣାତ୍ମକତା କଂଗ୍ରେସ ମଧ୍ୟରେ ହୋଇଥିବା ପରିବର୍ତ୍ତନ ସହ ଜଡିତ ଅଛି । ଦଳ ପରିବର୍ତ୍ତନର ପର୍ଯ୍ୟାୟ ଦେଇ ଗତି କରୁଛି । ସଂଗଠନର ନିର୍ବାଚନ ଅନ୍ତିମ ପର୍ଯ୍ୟାୟରେ ଅଛି । ଏଥି ସହିତ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସଂଗଠନକୁ ମଜବୁତ କରିବା ଓ କଂଗ୍ରେସର ଦାବିଦାରକୁ ମଜବୁତ କରିବା ପାଇଁ ରାହୁଲ ଗାନ୍ଧୀ କନ୍ୟାକୁମାରୀ ଠାରୁ ଆରମ୍ଭ କରି କାଶ୍ମୀର ପର୍ଯ୍ୟନ୍ତ ଏକ ପଦଯାତ୍ରା କରୁଛନ୍ତି । କଂଗ୍ରେସ ସପକ୍ଷରେ ଜନସାଧାରଣଙ୍କ ସମର୍ଥନ ହାସଲ କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ।


କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ (Jairam Ramesh) କହିଛନ୍ତି ଯେ, ଭାରତ ଯୋଡ଼ ଯାତ୍ରା ପରେ ଦଳ ଏକ ନୂତନ ଅବତାରରେ ଉଭା ହେବ । ଦଳ ପୂର୍ବ ଅପେକ୍ଷା ଅଧିକ ଆକ୍ରମଣାତ୍ମକ ଓ ସକ୍ରିୟ ହେବ । ଏଣିକି ଆମର ଉଭୟ ବନ୍ଧୁ ଓ ବିରୋଧୀ କଂଗ୍ରେସକୁ ହାଲୁକା ଭାବେ ଗ୍ରହଣ କରିପାରିବେ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଆମର ବିରୋଧୀ, ବନ୍ଧୁ ଏବଂ ସହଯୋଗୀମାନେ ମଧ୍ୟ କଂଗ୍ରେସକୁ ହାଲୁକା ଭାବେ ଗ୍ରହଣ କରୁଥିଲେ । ଯଦି ବିଜେପି ଆକ୍ରାମକ ହେବ, ତେବେ କଂଗ୍ରେସ ଦୁଇଗୁଣ ଅଧିକ ଆକ୍ରମଣାତ୍ମକ ହେବ ।


ଅଧିକ ପଢ଼ନ୍ତୁ:-ଅମିତ ଶାହ କହିଲେ ଗୁଜୁରାଟରେ ବିଜେପିକୁ ମିଳିବ କେତେ ଆସନ, ଜାଣନ୍ତୁ ଗେରୁଆ ଦଳର କ'ଣ ରହିଛି ପ୍ଲାନ୍


ଅଧିକ ପଢ଼ନ୍ତୁ:-ଭାରତ ଯୋଡ଼ ଯାତ୍ରାରୁ ରାହୁଲ ଗାନ୍ଧୀଙ୍କୁ ଲାଭ ହେବ କି କ୍ଷତି, କ'ଣ ବିଜେପିକୁ ଦେଇପାରିବେ ମାତ୍? ଜାଣନ୍ତୁ କ'ଣ କହୁଛି କଂଗ୍ରେସ ନେତାଙ୍କ ଜାତକ


ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଡବଲ ଉପହାର, ମହଙ୍ଗା ଭତ୍ତା ସହ ମିଳିବ ୧୮ ମାସର ବକେୟା ରାଶି!


 


ରାଜନୈତିକ ବିଶେଷଜ୍ଞମାନେ କଂଗ୍ରେସର ଏହି ମନୋଭାବକୁ ବିଜେପି ବିରୋଧରେ ଏକ ମଜବୁତ ବିକଳ୍ପ ଭାବରେ ଛିଡ଼ା କରିବାର ପ୍ରୟାସ ଭାବରେ ଦେଖୁଛନ୍ତି । ଦଳ ଏକ ବାର୍ତ୍ତା ପଠାଇବାକୁ ଚେଷ୍ଟା କରୁଛି ଯେ, କଂଗ୍ରେସ ହେଉଛି ଏକମାତ୍ର ଦଳ ଯାହା ବିଜେପିର ମୁକାବିଲା କରିପାରିବ । କାରଣ ତୃଣମୂଳ କଂଗ୍ରେସ ଓ ତେଲେଙ୍ଗାନା ରାଷ୍ଟ୍ର ସମିତି ବିରୋଧୀ ଶିବିରରେ କଂଗ୍ରେସର ଦବଦବାକୁ ଚ୍ୟାଲେଞ୍ଜ କରୁଛନ୍ତି । ଏହା ବ୍ୟତୀତ ଆମ୍ ଆଦମୀ ପାର୍ଟି କଂଗ୍ରେସର ସ୍ଥାନ ଦଖଲ କରିବା ପାଇଁ ପ୍ରୟାସରତ ଅଛି । ସେପଟେ ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି ଯେ, ସିଧାସଳଖ ବିଜେପି ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (RSS) ଉପରେ ଆକ୍ରମଣ କରି କଂଗ୍ରେସ ଜଣାଇବାକୁ ଚେଷ୍ଟା କରୁଛି କି ତାକୁ କେହି ହାଲୁକା ଭାବେ ଗ୍ରହଣ ନ କରୁ ।