Congress President Election: ଚଳିତ ମାସରେ ହେବାକୁ ଯାଉଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ। ଏହି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ଦଳର ୨ ସାଂସଦ ଶଶୀ ଥରୁର ଏବଂ ମଲ୍ଲିକାର୍ଜୁନ ଖାର୍ଗେଙ୍କ ମଧ୍ୟରେ ହେବ ମୁକାବିଲା। ଏନେଇ ଆରମ୍ଭ ହୋଇଯାଇଛି ନିର୍ବାଚନ ପ୍ରଚାର। ବର୍ତ୍ତମାନ ପ୍ରଚାର ମୈଦାନରେ ମୁହାଁମୁହିଁ ହୋଇଛନ୍ତି ଦଳର ସଭାପତି ନିର୍ବାଚନ ଲଢୁଥିବା ଦୁଇ ଆଶାୟୀ ପ୍ରାର୍ଥୀ।  ପ୍ରଚାର କରିବା ବେଳେ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ଉଭୟେ।


COMMERCIAL BREAK
SCROLL TO CONTINUE READING

ହେଲେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ (Congress President Election) ଲାଗି ପ୍ରଚାର (Congress President Election Campaign) କରିବା ବେଳେ ନିଜର ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଶଶୀ ଥରୁର (Congress MP Shashi Tharoor)। ଏନେଇ ସେ  କହିଛନ୍ତି ଯେ ମଲ୍ଲିକାର୍ଜୁନ ଖାର୍ଗେଙ୍କ (Congress MP Mallikarjun Kharge) ଭଳି ନେତା ଦଳରେ ପରିବର୍ତ୍ତନ (Change in Congress) ଆଣି ପାରିବେ ନାହିଁ। ଅନ୍ୟପଟେ ଖାର୍ଗେ କହିଛନ୍ତି ଯେ ମୁଁ କାହା ବିରୋଧରେ ଛିଡ଼ା ହୋଇନାହିଁ। ଦଳକୁ ମଜବୁତ କରିବା ଏବଂ ଦଳର ନୀତି ଏବଂ ଆଦର୍ଶକୁ ମଜବୁତ କରିବା ପାଇଁ ଦଳୀୟ ସଭାପତି ନିର୍ବାଚନରେ ଅବତୀର୍ଣ୍ଣ ହୋଇଛି।


ନିର୍ବାଚନ ପ୍ରଚାର କରିବା ବେଳେ କଂଗ୍ରେସ ଲୋକସଭା ସାଂସଦ ଶଶୀ ଥରୁ କହିଛନ୍ତି, 'ଆମେ ଶତ୍ରୁ ନୁହଁ କିମ୍ବା ଏହା ଯୁଦ୍ଧ ନୁହେଁ। ଏହା ହେଉଛି ଆମ ଦଳର ଭବିଷ୍ୟତ ନିର୍ବାଚନ। କଂଗ୍ରେସ ଦଳର ଶ୍ରେଷ୍ଠ ନେତାଙ୍କ ମଧ୍ୟରେ ମଲ୍ଲିକାର୍ଜୁନ ଖାର୍ଗେ ଅଛନ୍ତି। ତାଙ୍କ ଭଳି ନେତା ଦଳରେ ପରିବର୍ତ୍ତନ ଆଣିପାରିବେ ନାହିଁ ଏବଂ ସେମାନେ ବର୍ତ୍ତମାନ ଦଳରେ ଜାରି ରହିଥିବା ବ୍ୟବସ୍ଥାକୁ ଆଗକୁ ଜାରି ରଖିବେ। ଦଳୀୟ କର୍ମକର୍ତ୍ତାଙ୍କ ଆଶା ଅନୁଯାୟୀ ମୁଁ ପରିବର୍ତ୍ତନ ଆଣିପାରିବି।
 
ବିଗତ କିଛି ବର୍ଷ ଧରି ମୁଁ କଂଗ୍ରେସ କର୍ମକର୍ତ୍ତାଙ୍କ ଠାରୁ ଶୁଣିଛି ଯେ ଯଦି ଆମ ଦଳରେ କୌଣସି ପରିବର୍ତ୍ତନ ନହୁଏ ତାହେଲେ ଆମେ କିପରି ଆଗକୁ ବଢିବା? ସେଥିପାଇଁ ମୁଁ ଆଗକୁ ଆସିଲି। ଗତ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ଆମ ଦଳ କେବଳ ମାତ୍ର ୧୯% ଭୋଟ୍ ପାଇଛି। ଯଦି ଆମେ ଦଳ ଭୋଟ୍ ପ୍ରତିଶତ ବୃଦ୍ଧି ନ କରିବା ତାହେଲେ ଆସନ୍ତା  ୨୦୨୪ ନିର୍ବାଚନରେ ଆମେ କିପରି ଅଧିକ ଭୋଟ୍ ପାଇପାରିବା।


Also Read: Congress President Election: ମଲ୍ଲିକାର୍ଜୁନ ଖାର୍ଗେ ବନାମ ଶଶୀ ଥରୁର ଲଢେଇରେ କିଏ ମାରିବ ବାଜି?


ସେ ଆହୁରି ମଧ୍ୟ କହିଛନ୍ତି, 'ମୁଁ ବିଶ୍ୱାସ କରେ ଯେ କଂଗ୍ରେସ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେଇଛନ୍ତି ଯେ ଆମେ ନିର୍ବାଚନ କରିବା ପରେ ହିଁ ଦଳର ଭବିଷ୍ୟତ ସ୍ଥିର କରିବା। ଯାହା ଏକ ବହୁତ ଭଲ ନିଷ୍ପତ୍ତି ହେବ।


ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବା ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି  ଦଳର ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ମୁଁ କାହା ବିରୋଧରେ ଛିଡ଼ା ହୋଇନାହିଁ। ଦଳକୁ ମଜବୁତ କରିବା ଏବଂ ଦଳର ନୀତି ଏବଂ ଆଦର୍ଶକୁ ମଜବୁତ କରିବା ପାଇଁ ଦଳୀୟ ସଭାପତି ନିର୍ବାଚନରେ ଅବତୀର୍ଣ୍ଣ ହୋଇଛି।


ଦଳର ସାଂସଦ ଥରୁରଙ୍କ ନାଁ ନ ନେଇ ଖାର୍ଗେ କହିଛନ୍ତି, ମୁଁ କାହା ବିରୋଧରେ ଛିଡ଼ା ହୋଇନାହିଁ। ମୁଁ କେବଳ ଦଳକୁ ମଜବୁତ କରିବାକୁ ଏବଂ ଦଳର ଧାରଣାକୁ ମଜବୁତ କରିବାକୁ ଆସିଛି। ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ହେଉ, ପଣ୍ଡିତ ଜବାହରଲାଲ ନେହେରୁଙ୍କ ମତ ହେଉ କିମ୍ବା ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ମତ, ମୁଁ ଏହି ଧାରଣାକୁ ଆଗକୁ ନେବା ପାଇଁ  ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛି।