Crisis in Shiv Sena: ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ପାଇଁ ଏବେ ବିଭାଜନ ଆଡକୁ ଅଗ୍ରସର ହେଉଛି ଶିବ ସେନା। ହେଲେ ଏବେ ଦଳରେ ସୃଷ୍ଟି ହୋଇଥିବା ଅବସ୍ଥା ପାଇଁ ଚର୍ଚ୍ଚାକୁ ଆସିଛନ୍ତି ହିନ୍ଦୁ ହୃଦୟ ସମ୍ରାଟ ତଥା ଶିବ ସେନା ପ୍ରତିଷ୍ଠାତା ବାଲା ସାହେବ।    


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ଶିବ ସେନାରେ ଯେଉଁ ସଂକଟ ସୃଷ୍ଟି ହୋଇଛି ତାହା ପ୍ରଥମ ଥର ଲାଗି ହୋଇନାହିଁ। ପୂର୍ବରୁ ଏଭଳି ଘଟଣା ଘଟିସାରିଛି। ଆଜକୁ ୩୦ ବର୍ଷ ପୂର୍ବେ ଅର୍ଥାତ ୧୯୯୨ ମସିହାରେ ଶିବସେନା ଅସ୍ଥିତ୍ୱ ଉପରେ ସଂକଟ ଆସିଥିଲା। ସେତେବେଳେ ହିନ୍ଦୁ ହୃଦୟ ସମ୍ରାଟ ତଥା ଶିବ ସେନା ପ୍ରତିଷ୍ଠାତା ବାଲା ସାହେବ ଦଳକୁ ସଂକଟରୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ଶିବ ସେନା ଅଧ୍ୟକ୍ଷ ଉଦ୍ଧବ ଠାକେର ତାଙ୍କ ପିତା ବାଲା ସାହେବ ଠାକେରଙ୍କ ରାସ୍ତାରେ ଚାଲୁଥିବା ଜଣାପଡୁଛି।


ଦଳରେ ସୃଷ୍ଟି ହୋଇଥିବା ସଂକଟ ମଧ୍ୟରେ ଗତ ବୁଧବାର ରାତିରେ ଫେସବୁକ ଲାଇଭ ଆସି ଲୋକଙ୍କୁ ସମ୍ବୋଧିତ କରି ଆସିଥିଲେ ଶିବ ସେନା ଅଧ୍ୟକ୍ଷ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଲୋକଙ୍କୁ ସମ୍ବୋଧିତ କରିବା ଅବସରରେ ସେ କହିଥିଲେ ତାଙ୍କ ଲାଗି ଦଳ ହେଉଛି ପ୍ରଥମ। ମୁଖ୍ୟମନ୍ତ୍ରୀ ପଦର ଲୋଭ ତାଙ୍କ ପାଖରେ ନାହିଁ। ଏପରିକି ମୁଁ ଦଳର ଅଧ୍ୟକ୍ଷ ପଦ ଛାଡିବାକୁ ପ୍ରସ୍ତୁତ ବୋଲି ନିଜେ କହିଥିଲେ ଶିବ ସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ।


ଗତ ୧୯୯୨ ମସିହାରେ ସମାନ କଥା କହିଥିଲେ ଶିବ ସେନା ସଂସ୍ଥାପକ ବାଲା ସାହେବ। ସେତେବେଳେ ବାଲା ସାହେବ ଠାକେରଙ୍କ ସହଯୋଗୀ ମାଧବ ଦେଶପାଣ୍ଡେ ଅନେକ ଅଭିଯୋଗ ଆଣିଥିଲେ। ଯେଉଁଥିରେ ସେ ଶିବସେନା ଦଳୀୟ ବ୍ୟାପାରରେ ଉଦ୍ଧବ ଠାକେର ଏବଂ  ରାଜ ଠାକେରଙ୍କ ଦ୍ୱାରା କରାଯାଉଥିବା ହସ୍ତକ୍ଷେପ କଥା ଉଠାଇଥିଲେ।    


ଏହି ଅଭିଯୋଗ ଉପରେ ନିଜେ ଶିବ ସେନା ସଂସ୍ଥାପକ ବାଲା ସାହେବ ଦଳୀୟ ମୁଖପତ୍ର 'ସାମନା' ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଥିଲେ। ଏନେଇ ସେ କହିଥିଲେ ଯଦି କୌଣସି ଶିବ ସୈନିକ ଏକଥା କୁହେ ଯେ ସେ ଠାକରେ ପରିବାର କାରଣରୁ ଶିବ ସେନା ଛାଡିଛନ୍ତି ତାହେଲେ ମୁଁ ଦଳର ଅଧ୍ୟକ୍ଷ ପଦ ଛାଡିଦେବି। ଆଉ ମୋ  ପରିବାର ସବୁଦିନ ପାଇଁ ଶିବ ସେନା ପଖରୁ ଅଲଗା ହୋଇଯିବ।       


ଶିବ ସେନା ସଂସ୍ଥାପକ ବାଲା ସାହେବଙ୍କ ପ୍ରତିକ୍ରିୟା ଶୁଣିବା ପରେ ଲକ୍ଷ ଲକ୍ଷ ଶିବ ସେନା କର୍ମକର୍ତ୍ତ ତଥା ଶିବ ସୈନିକ ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ। ଏପରିକି କେତେକ ଶିବ ସୈନିକ ନିଜ ଜୀବନ ହାରି ଦେବାକୁ କହିଥିଲେ।  ମୁମ୍ବାଇ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନ ମାତୋଶ୍ରୀ ବାହାରେ ହଜାର ହଜାର ଲୋକଙ୍କ ଭିଡ଼ ଏକାଠି ହୋଇଥିଲା। ସେତେବେଳେ ଶିବ ସେନା ନେତୃତ୍ୱ ବାଲା ସାହେବଙ୍କୁ ମନାଇବାରେ ଲାଗି ଯାଇଥିଲା। ମାଧବ ଦେଶପାଣ୍ଡେଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଅଭିଯୋଗକୁ ସମସ୍ତେ ଅଣେଦଖା କରିଥିଲେ।  ଶୀଘ୍ର ଏହାର ସମାଧାନ ହୋଇଥିଲା। ଏହା ପରେ ବାଲାସାହେବ ଠାକରେ ଏବଂ ତାଙ୍କ ପରିବାର ଉପରେ କେହି ପ୍ରଶ୍ନ  ଉଠାଇନଥିଲେ।


ହେଲେ ବର୍ତ୍ତମାନ ଶିବ ସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। କଂଗ୍ରେସ-ଏନସିପି ସହ ମେଣ୍ଟ କରି ସରକାର ଗଠନ କରିବାକୁ ଭୁଲ ବୋଲି କହୁଛନ୍ତି ବିଦ୍ରୋହ କରି ଚର୍ଚ୍ଚାକୁ ଆସିଥିବା ଶିବସେନା ନେତା ଏକନାଥ ସିନ୍ଦେ। ଏନେଇ ତାଙ୍କର କହିବା କଥା ଏହା ଦ୍ୱାରା ହିନ୍ଦୁତ୍ୱ ଛବି ମଳିନ ପଡିଯାଇଛି। ପୂର୍ବରୁ ବାଲା ସାହେବ ଦଳକୁ  ସଂକଟରୁ ବଞ୍ଚାଇ ନେଇଥିଲେ। ହେଲେ ଏବେ ଦେଖିବାକୁ ବାକି ରହିଲା ଉଦ୍ଧବ ଠାକରେ ଦଳକୁ ବିପଦରୁ ବଞ୍ଚାଇ ପାରୁଛନ୍ତି ନା ନାହିଁ। 


Also Read: ଗାଦି ଛାଡି଼ବାକୁ ପ୍ରସ୍ତୁତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ; ଶିବ ସୈନିକଙ୍କ ସାମ୍ନାରେ ରଖିଲେ ୨ ସର୍ତ୍ତ