ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହୋଇସାରିଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ। ତାଙ୍କର ନାମକୁ ସ୍ମରଣୀୟ ରଖିବା ପାଇଁ ରାଜ୍ୟର ବିଭିନ୍ନ ସଡ଼କକୁ ତାଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର। ସରକାରଙ୍କ ପକ୍ଷରୁ ଏନେଇ ନିଆଯାଇଥିବା ନିଷ୍ପତ୍ତି ବାବଦରେ ଜଣାଇଛନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ।  


COMMERCIAL BREAK
SCROLL TO CONTINUE READING

ଧାର୍ମିକ ନଗରୀ ଅଯୋଧ୍ୟାରେ ଅବସ୍ଥିତ ରାମ ଜନ୍ମଭୂମି ପରିସରକୁ ଯୋଡୁଥିବା ମୁଖ୍ୟ ରାସ୍ତାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ (Kalyan Singh Marg) ନାମରେ ନାମିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ (Uttar Pradesh Deputy Chief Minister) କେଶବ ପ୍ରସାଦ ମୌର୍ଯ୍ୟ (Keshav Prasad Maurya)। 


Also Read: ପଞ୍ଚତତ୍ତ୍ୱରେ ବିଲୀନ ହେଲେ କଲ୍ୟାଣ ସିଂହ


ଅଯୋଧ୍ୟା ବ୍ୟତୀତ ରାଜଧାନୀ ଲକ୍ଷ୍ନୌ, ଆଲିଗଡ଼, ଏଟା, ବୁଲନ୍ଦସହର, ପ୍ରୟାଗରାଜ ପ୍ରଭୃତି ଜିଲ୍ଲାରେ ଅବସ୍ଥିତ ଗୋଟିଏ ଗୋଟିଏ ସଡ଼କର ନାମ ରାଜ୍ୟ ରାଜନୀତିରେ ବାବୁଜୀ ନାମରେ ଜଣାଶୁଣା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ନାମରେ ନାମିତ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ।  


ରାମ ମନ୍ଦିର ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଉତ୍ତର ପ୍ରଦେଶରେ ବିଜେପି ସରକାର ଗଠନ କରିବା କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ କଲ୍ୟାଣ ସିଂହ। ୧୯୯୨ ମସିହା ଡିସେମ୍ବର ୬ ତାରିଖରେ ବାବ୍ରୀ ମସଜିଦ ଭଙ୍ଗାଯିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ସେ। ଏହି ଘଟଣା ରାଜ୍ୟ ତଥା ଜାତୀୟ ରାଜନୀତରେ ତାଙ୍କର ପରିଚୟ ସୃଷ୍ଟି କରିଥିଲା।   
 
କେବଳ ରାଜନୀତି ନୁହେଁ କଲ୍ୟାଣ ସିଂହଙ୍କ ନିଧନରେ ଅଯୋଧ୍ୟାରେ ରହୁଥିବା ସାଧୁସନ୍ଥଙ୍କ ଗହଣରେ ଖେଳିଯାଇଛି ଶୋକର ଛାୟା। ତାଙ୍କର ସମ୍ମାନ ରକ୍ଷା କରିବାକୁ ଯାଇ ଉତ୍ତର ପ୍ରଦେଶ ସରକାର ନେଇଥିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ସାଧୁସନ୍ଥ। ରାମ ମନ୍ଦିର ଆନ୍ଦୋଳନ ପାଇଁ ସେ କରିଥିବା ତ୍ୟାଗକୁ ଅବିସ୍ମରଣୀୟ ରଖିବା ପାଇଁ ତାଙ୍କର ଏକ ପ୍ରତିମୂର୍ତ୍ତୀ ଅଯୋଧ୍ୟା ଠାରେ ସ୍ଥାପନ କରିବାକୁ ଦାବି ହୋଇଛି। 


Also Read: କଲ୍ୟାଣ ସିଂହଙ୍କ ନିଧନ ପରେ ୩ ଦିନିଆ ସରକାରୀ ଶୋକ ଦିବସ ଘୋଷିତ; ସୋମବାର ହେବ ଅନ୍ତିମ ସଂସ୍କାର


ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ରାମ ଜନ୍ମଭୂମି ପରିସରରେ ତାଙ୍କର ଏକ ବିଶାଳ ପ୍ରତିମୂର୍ତ୍ତୀ ନିର୍ମାଣ କରାଯାଉ। ଯାହା ଦ୍ୱାରା ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ରାମ ମନ୍ଦିର ଆନ୍ଦୋଳନ କ୍ଷେତ୍ରରେ ସେ କରିଥିବା ଏବଂ ଏହାର ନିର୍ମାଣ କ୍ଷେତ୍ରରେ ତାଙ୍କର ରହିଥିବା ଅବଦାନକୁ ଜାଣିପାରିବେ। 


ସେହିପରି ଅଯୋଧ୍ୟା ହନୁମାନଗଢୀ ପୂଜାରୀ ରାଜୁ ଦାସ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖି କହିଛନ୍ତି ଏଠାରେ ଏକ ହିନ୍ଦୁ ହାଉସ ନିର୍ମାଣ କରାଯାଉ। ଏହାର ପରିସରରେ ରାମ ମନ୍ଦିର ଆନ୍ଦୋଳନ ସହ ଜଡିତ ପ୍ରମୁଖ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଏକ ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଉ। କାରଣ ରାମ ମନ୍ଦିର ନିର୍ମାଣ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଯାହା ସବୁଦିନ ପାଇଁ ଅବିସ୍ମରଣୀୟ ହୋଇ ରହିବ। ହିନ୍ଦୁ ହୃଦୟ ସମ୍ରାଟ ଭାବେ ଜଣାଶୁଣା ଥିଲେ ସେ। 


Also Read: UP: ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ପରଲୋକ


ସେହିପରି ଛବାନି ମହନ୍ତ ଜଗତଗୁରୁ ପରମହଂସ ଆଚାର୍ଯ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଦାବି କରିଛନ୍ତି କହିଛନ୍ତି ଦେଶରେ ମୋଗଲ ସମ୍ରାଟ ବାବରଙ୍କ ନାମରେ ରହିଥିବା ସମସ୍ତ ସଡ଼କକୁ କଲ୍ୟାଣ ସିଂହ ମାର୍ଗ ନାମରେ ନାମିତ କରାଯାଉ।