ନୂଆଦିଲ୍ଲୀ: Parliament Dharna Demonstration: ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ଆଜି ଏକ ଆଦେଶ ଜାରି କରାଯାଇଛି, ଯାହା ଅନୁଯାୟୀ ସଂସଦରେ କୌଣସି ବିରୋଧ ପ୍ରଦର୍ଶନକୁ ଅନୁମତି ଦିଆଯିବ ନାହିଁ । ସେପଟେ ସଂସଦର ଏହି ଅଧିବେଶନ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ମୁଦ୍ରାସ୍ଫୀତି, ବେକାରୀ, ଅଗ୍ନିପଥ ଯୋଜନା ଭଳି ଅନେକ ସମସ୍ୟା ରହିଛି, ଯାହା ଉପରେ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରୟାସ କରିବେ । ଏହା ପୂର୍ବରୁ ସଂସଦରେ ବ୍ୟବହୃତ ଅନେକ ଶବ୍ଦକୁ ଅଣସଂସଦୀୟ (Unparliamentary Words) ଭାବରେ ଘୋଷଣା କରିବା ବିବାଦ ଏପର୍ଯ୍ୟନ୍ତ ଥମି ନାହିଁ କି ବର୍ତ୍ତମାନ ସଂସଦ ପରିସରରେ ଧାରଣା ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଛି । କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଜୟରାମ ରମେଶ (Jairam Ramesh)  ଏନେଇ ଟ୍ୱିଟ୍ କରି କରି ଏକ ଆଦେଶ କପି ସେୟାର କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ବର୍ତ୍ତମାନ କୌଣସି ସଦସ୍ୟ ସଂସଦ ପରିସରରେ ଧାରଣା, ଧର୍ମଘଟ ଏବଂ ସତ୍ୟାଗ୍ରହ କରିପାରିବେ ନାହିଁ । କଂଗ୍ରେସ ନେତା (Congress Leader) ଏହାକୁ ବିଷଗୁରୁଙ୍କ ନୂଆ ଧମାକା ବୋଲି କହିଛନ୍ତି । 


COMMERCIAL BREAK
SCROLL TO CONTINUE READING

ଜୟରାମ ରମେଶ ସଂସଦର ସେକ୍ରେଟ୍ରୀ ଜେନରାଲଙ୍କ ଚିଠିକୁ ସେୟାର କରି ଲେଖିଛନ୍ତି ଯେ, "ବିଷଗୁରୁଙ୍କ ନୂଆ ଧମାକା ... D(h)arna ନିଷେଧ!" ଯେଉଁ ଚିଠି କଂଗ୍ରେସ ନେତା ସେୟାର କରିଛନ୍ତି, ସେଥିରେ ଲେଖାଯାଇଛି ଯେ ସଦସ୍ୟମାନେ ସଂସଦର ପରିସରକୁ କୌଣସି ଧାରଣା, ପ୍ରଦର୍ଶନ, ଧର୍ମଘଟ କିମ୍ବା ସତ୍ୟାଗ୍ରହ ପାଇଁ ବ୍ୟବହାର କରିପାରିବେ ନାହିଁ । ଏହା ସହ କୌଣସି ଧାର୍ମିକ ସମାରୋହ ମଧ୍ୟ ଆୟୋଜନ କରାଯାଇ ପାରିବହେବ ନାହିଁ । ସମସ୍ତ ସଦସ୍ୟଙ୍କ ସହଯୋଗ ଆବଶ୍ୟକତା ରହିଛି ।


ଏଠାରେ କହି ରଖୁଛୁ ଯେ, ରାଜ୍ୟସଭାର ମହାସଚିବ ପିସି ମୋଦିଙ୍କ ଏକ ନୂତନ ଆଦେଶ ଅନୁଯାୟୀ ସଂସଦର ସଦସ୍ୟମାନେ ଏହାର ପରିସରକୁ କୌଣସି ଧାରଣା କିମ୍ବା ଧର୍ମଘଟ ପାଇଁ ବ୍ୟବହାର କରିପାରିବେ ନାହିଁ । ପିସି ମୋଦିଙ୍କ ଆଦେଶରେ କୁହାଯାଇଛି ଯେ ସଦସ୍ୟମାନେ ସଂସଦ ଗୃହ ପରିସରକୁ କୌଣସି ପ୍ରଦର୍ଶନ, ଧାରଣା, ଧର୍ମଘଟ, ଉପବାସ କିମ୍ବା କୌଣସି ଧାର୍ମିକ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ ନାହିଁ । ଏଥିପାଇଁ ସେ ସାଂସଦମାନଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ।


ଆପଣଙ୍କୁ କହି ରଖୁଛୁ ଯେ, କିଛି ଦିନ ପୂର୍ବରୁ ସଂସଦର ସେକ୍ରେଟ୍ରି ଜେନେରାଲଙ୍କ ଦ୍ୱାରା ଏକ ଏପରି ଆଦେଶ ଜାରି କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ ଅନେକ ଶବ୍ଦ ଅଛି ଯାହା ସଂସଦରେ ଆଉ କହିହେବ ନାହିଁ, ଆଉ କହିଲେ ମଧ୍ୟ ସେଗୁଡିକ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ହେବ ନାହିଁ । ଏହି ଶବ୍ଦଗୁଡ଼ିକରେ ଜୁମଲାଜୀବୀ, ବାଳକ ବୁଦ୍ଧି ସାଂସଦ, ଶକୁନି, ଜୟଚାନ୍ଦ, ଲଲିପପ୍, ଚଣ୍ଡାଲ ଚୌକଡି, ଗୁଲ୍ ଖିଲାଏ, ପିଠ୍ଠୁ, କମିନା, କଳା ଅଧିବେଶନ, ଦଲାଲ୍, ଖୁନ୍ କେ ଖେତି, ଛୋକରା, କୋଇଲା ଚୋର, ଗୋରୁ ଚୋର, ଚରସ ପାଣି, ଷଣ୍ଢ ପରି ଶବ୍ଦ ସାମିଲ ରହିଛି ।


ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କୁ ଲାଗିଲା ଆଉ ଏକ ଝଟକା! ସିନ୍ଦେ ସରକାର ନେଲେ ଏହି ବଡ଼ ନିଷ୍ପତ୍ତି


ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନକୁ ନେଇ ଓମ୍ ପ୍ରକାଶ ରାଜଭରଙ୍କ ବଡ଼ ଘୋଷଣା, ଏହି ପ୍ରାର୍ଥୀଙ୍କୁ କରିବେ ସମର୍ଥନ


ଏହା ବି ପଢ଼ନ୍ତୁ:-ବିରାଟ କୋହଲିଙ୍କ ଖରାପ ଫର୍ମକୁ ନେଇ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ଆସିଲା ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ


ବିରୋଧୀ ଦଳମାନେ ଅଭିଯୋଗ ଆଣିଛନ୍ତି ଯେ ଏହା ଦ୍ୱାରା ସରକାରଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିବାର ସମ୍ଭାବନାକୁ ବହୁତ କମ୍ ହୋଇଯିବ । ବିଶେଷକରି ଜୁମଲାଜୀବୀ ଶବ୍ଦକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ କଂଗ୍ରେସ ଲୋକସଭା ବାଚସ୍ପତି ଓମ ବିରଲା ଓ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁଙ୍କୁ ନିବେଦନ କରିଛି । ଏପରିକି ସେହି ସମୟରେ କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ କରିଥିଲେ । ସେ କହିଥିଲେ ଯେ, "ମୋଦି ସରକାରଙ୍କ ସତ୍ୟତା ଦେଖାଇବା ପାଇଁ ବିରୋଧୀଦଳ ବ୍ୟବହାର କରିଥିବା ସମସ୍ତ ଶବ୍ଦକୁ ବର୍ତ୍ତମାନ 'ଅଣସଂସଦୀୟ' ଭାବେ ଗ୍ରହଣ କରାଯିବ । ଏବେ ଆଗକୁ କ’ଣ ହେବ ବିଷଗୁରୁ?"