President Election 2022: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରସ୍ତାବିତ ମିଳିତ ପ୍ରାର୍ଥୀ ଦେବାକୁ ନେଇ ବିରୋଧି ଦଳ ଉଦ୍ଦେଶ୍ୟରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପଶ୍ଚିମବଙ୍ଗ ମେଦୀନାପୁର ଲୋକସଭା ସାଂସଦ ଦିଲ୍ଲୀପ ଘୋଷ। ଏନେଇ ସେ କହିଛନ୍ତି ଟିଏମସି ମୁଖ୍ୟ ମମତା ବାନାର୍ଜୀ କିମ୍ବା ବିରୋଧି ଦଳ ପକ୍ଷରୁ ଯେଉଁ ନେତାଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରସ୍ତାବିତ ପ୍ରାର୍ଥୀ କରିବାକୁ କୁହାଯାଉଛି ତାଙ୍କର ଜଣେ ଆତଙ୍କବାଦୀ ସହ ରହିଛି।   


COMMERCIAL BREAK
SCROLL TO CONTINUE READING

କାହା ନାଁ ନ ଉଠାଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ ଇସାରା ଇସାରାରେ ଏନସିପି ସୁପ୍ରିମୋ ଶରଦ ପାୱରଙ୍କୁ ଟାର୍ଗେଟ କରି କହିଛନ୍ତି ତାଙ୍କର ସମ୍ପର୍କ ଜଣେ ଆତଙ୍କବାଦୀ ସହ ରହିଛି। ଯଦି ସେ ଦେଶର ରାଷ୍ଟ୍ରପତି ହୁଅନ୍ତି ତାହେଲ ଦେଶରେ ଆତଙ୍କବାଦ ବଢିବ। କେହି ମୁର୍ଖ ହେବାକୁ ଚାହାଁନ୍ତି ନାହିଁ। ହେଲେ ଏହା ଅଲଗା କଥା ଯେ ତାଙ୍କୁ ବିରୋଧି ଦଳ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିବାକୁ କୁହାଯାଉଥିଲା ମାତ୍ର ସେ ନିଜ ଆଡୁ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ। 


ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜକୁ ଜଣେ ରାଷ୍ଟ୍ରୀୟ ନେତା ଭାବେ ପ୍ରଦର୍ଶିତ କରିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ଜାତୀୟ ସ୍ତରରେ ବୈଠକ କରିବାରେ ଲାଗିଛନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନ ପୂ୍ର୍ବରୁ ବିରୋଧି ଦଳର ନେତାଙ୍କୁ ନେଇ କୋଲକାତା ଠାରେ ଏକ ବଡ଼ ରାଲି ହୋଇଥିଲା। ମାତ୍ର କାହା ପାଖରେ ଜଣେ ଭରସାଯୋଗ୍ୟ ନେତା ନ ଥିଲେ।  


Also Read: Presidential Election 2022: ପ୍ରାର୍ଥୀ ଚୟନ ନେଇ ବିରୋଧି ଦଳ ପକ୍ଷରୁ ବୈଠକ ଆୟୋଜିତ


ଆସନ୍ତା ୨୦୧୪ ଲୋକସଭା ନିର୍ବାଚନ ଲାଗି ପଶ୍ଚିମବଙ୍ଗର ସମସ୍ତ ୪୨ ଲୋକସଭା ଆସନରେ ଦଳ ଏହାର ପ୍ରସ୍ତୁତି ଆରମ୍ଭ କରିସାରିଛି। ଆମକୁ ଭଲ ଫଳାଫଳ ଦରକାର। ଏହାକୁ ନଜରରେ ରଖି ଅଭିଜ୍ଞ ନେତାଙ୍କୁ ଦଳ ଦାୟିତ୍ୱ ପ୍ରଦାନ କରିଛି।