ମୁମ୍ୱାଇ: Eknath Shinde: ଶିବସେନା (Shiv Sena) ମୁଖ୍ୟ ଉଦ୍ଧବ ଠାକରେ (Uddhav Thackeray) ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Eknath Shinde) ଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି । ଶିବସେନା ମୁଖ୍ୟଙ୍କୁ ପରୋକ୍ଷରେ ଚେତାବନୀ ଦେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଯେ, ଯଦି ସେ ମୁହଁ ଖୋଲନ୍ତି ତେବେ 'ଭୂକମ୍ପ' ଆସିଯିବ । ଜାତୀୟତାବାଦୀ କଂଗ୍ରେସ ପାର୍ଟି (NCP) ଓ କଂଗ୍ରେସ (Congress) ସହ ହାତ ମିଳାଇବାକୁ ଉଦ୍ଧବ ଠାକରେଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ସିନ୍ଦେ କହିଛନ୍ତି ଯେ, ସେ ଜାଣନ୍ତି ଶିବସେନା ନେତା ଆନନ୍ଦ ଦିଘେଙ୍କ ସହ କ’ଣ ହୋଇଥିଲା । ଦିଘେଙ୍କ କଥା ଉଲ୍ଲେଖ କରି ସେ କହିଛନ୍ତି ଯେ, "ମୁଁ ଏହାର ସାକ୍ଷୀ ଯେ 'ଧର୍ମବୀର'ଙ୍କ ସହ କ'ଣ ଘଟିଥିଲା ।"


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ୨୦୦୨ରେ ସଡ଼କ ଦୁର୍ଘଟଣା ପରେ ସିନ୍ଦେଙ୍କ ରାଜନୈତିକ ଗୁରୁ ଦିଘେଙ୍କର ମୃତ୍ୟୁ ଘଟିଥିଲା । ସିନ୍ଦେଙ୍କ ନେତୃତ୍ୱରେ ଅଧିକାଂଶ ଶିବସେନା ବିଧାୟକ ବିଦ୍ରୋହ କରିବା ପରେ ଠାକରେ ଜୁନ୍ ମାସରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ମାଲେଗାଓଁରେ ଏକ ରାଲିରେ ସିନ୍ଦେ କହିଥିଲେ ଯେ, "ବାଲାସାହେବ ଠାକରେଙ୍କ ଉତ୍ତରାଧିକାରୀ ବଞ୍ଚାଇବା ପାଇଁ ମୁଁ ବିଦ୍ରୋହ କରିଛି । ଯଦି ମୁଁ ସାକ୍ଷାତକାର ଦେବା ଆରମ୍ଭ କରେ, ତେବେ ଭୂକମ୍ପ ଆସି ଯିବ ... କିଛି ଲୋକଙ୍କ ବିପରୀତ ମୁଁ ପ୍ରତିବର୍ଷ ଛୁଟି ପାଇଁ ବିଦେଶ ଯାତ୍ରା କରି ନାହିଁ ।"


ଏହା ବି ପଢ଼ନ୍ତୁ:-BJP ପ୍ରସ୍ତୁତ କଲା ଓଡ଼ିଶା ବିଧାନସଭା ନିର୍ବାଚନରେ ​​ଜିତିବାର ରଣନୀତି, ଜାଣନ୍ତୁ କ'ଣ ରହିଛି ଦଳର ପୂରା ଗେମ୍ ପ୍ଲାନ୍


ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ପୁଣି ୧୫୯ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା


ଏହା ବି ପଢ଼ନ୍ତୁ:-୯/୧୧ ଆକ୍ରମଣରେ ସାମିଲ, ଲାଦେନର ଡାହାଣ ହାତ; ଜାଣନ୍ତୁ କିଏ ସେ ଅଲ-ଜୱାହିରି ଯାହାକୁ ୨ ଦଶନ୍ଧି ଧରି ଖୋଜୁ ଥିଲା ଆମେରିକା


 


ସିନ୍ଦେ କରିଛନ୍ତି ଯେ, ଶିବସେନା ପ୍ରତିଷ୍ଠାତାଙ୍କ ବୋହୂ ସ୍ମିତା ଠାକରେ ଓ ତାଙ୍କର (ବାଲାସାହେବ) ନାତି ନିହାର ଠାକରେ ତାଙ୍କୁ ସମର୍ଥନ କରିଛନ୍ତି । ବିଦ୍ରୋହୀ ବିଧାୟକମାନଙ୍କୁ ଦେଶଦ୍ରୋହୀ କୁହାଯାଉଛି । ସେ ପ୍ରଶ୍ନ କରିଛନ୍ତି, ଯେଉଁମାନେ ମୁଖ୍ୟମନ୍ତ୍ରୀ ହେବା ପାଇଁ ବାଲାସାହେବଙ୍କ ଆଦର୍ଶରେ ଆପୋଷ ବୁଝାମଣା କରିଛନ୍ତି ସେମାନଙ୍କୁ ଆପଣ କ’ଣ କହିବେ? ଆପଣ ବିଜେପି ସହ ମିଶି ନିର୍ବାଚନ ଲଢ଼ିଥିଲେ ଓ ମୁଖ୍ୟମନ୍ତ୍ରୀ ହେବା ପାଇଁ କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କଲେ । ଏହା ବିଶ୍ୱାସଘାତକତା ନୁହେଁ କି? ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଓ ତାଙ୍କ ନେତୃତ୍ୱରେ ଶିବସେନା ଦଳ ଆଗାମୀ ବିଧାନସଭା ନିର୍ବାଚନରେ ​୨୮୮ଟି ଆସନ ମଧ୍ୟରୁ ୨୦୦ଟି ଆସନ ଜିତିବେ ।