Shiv Sena Dussehra Rally: ମୁମ୍ବାଇ ବିକେସି ଗ୍ରାଉଣ୍ଡ ଠାରେ ଦଶହରା ରାଲି ଆୟୋଜନ କରିଛି ଶିବସେନା ସିନ୍ଦେ ଗୋଷ୍ଠୀ। ଏହି ରାଲିକୁ ସମ୍ବୋଧିତ କରିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦଳର ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କୁ ପଲଟା ଆକ୍ରମଣ କରିଛନ୍ତି। ପ୍ରଥମେ ଛତ୍ରପତି ଶିବାଜୀ ମହାରାଜ କି ଜୟ ନାରା ଦେଇ ଦଶହରା ରାଲିକୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ସିନ୍ଦେ। ଏହି ଅବସରରେ ସେ ଜୟ ଭବାନୀ ଏବଂ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଜୟକାର କରିଥିଲେ। 


COMMERCIAL BREAK
SCROLL TO CONTINUE READING

ଦଶହରା ରାଲିକୁ (Shiv Sena Dussehra Rally) ସମ୍ବୋଧିତ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Maharashtra CM Eknath Shinde) କହିଛନ୍ତି ଶିବସେନା ପ୍ରତିଷ୍ଠାତାଙ୍କ ବାଲା ସାହେବଙ୍କ (Shiv Sena Founder Bala Saheb Thackeray) ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇ ମୁଁ ଏଠାରେ ଉପସ୍ଥିତ ହୋଇଥିବା ହାର୍ଡକୋର ଶିବ ସୈନିକଙ୍କୁ (Shiv Sainik) ମୁଁ ନମ୍ର ଅଭିବାଦନ ଜଣାଉଛି। ଏହି ସମୟରେ ସେ ସଭାମଞ୍ଚରେ ନତମସ୍ତକ ହୋଇ ରାଜଧାନୀ ମୁମ୍ବାଇ ବିକେସି ଗ୍ରାଉଣ୍ଡ ଠାରେ ଉପସ୍ଥିତ ରହିଥିବା ଲୋକଙ୍କୁ ପ୍ରଣାମ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ଗର୍ବର ସହିତ ଆମେ ହେଉଛୁ ହିନ୍ଦୁ।      


ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କୁ (Shiv Sena President Uddhav Thackeray) କଟାକ୍ଷ କରି ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ସେ ଅଦାଲତର ଦ୍ୱାରସ୍ଥ ହେବା ପରେ  ଶିବାଜୀ ପାର୍କ ଠାରେ ରାଲି କରିବାକୁ ଅନୁମତି ପାଇଛନ୍ତି। ହେଲେ ଆମେ ହେଉଛୁ ଦଳର ପ୍ରକୃତ ଉତ୍ତରାଧିକାରୀ। ମୁଁ ଏହା ପୂର୍ବରୁ ମଧ୍ୟ କହିଥିଲି ଯେ ମୁଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ। ହେଲେ ମଇଦାନ ମାମଲାରେ ମୁଁ କୌଣସି ହସ୍ତକ୍ଷେପ କରିନାହିଁ। ଆମେ ପୂର୍ବରୁ ଆବେଦନ କରିଥିଲୁ। ଆମେ ରାଲି କରିବା ପାଇଁ ମଇଦାନ ପାରି ପାରିଥାନ୍ତୁ। ହେଲେ ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷା କରିବା ହେଉଛି ମୋର କାମ।


Also  Read: Shiv Sena Dussehra Rally: 'କଟପ୍ପାଙ୍କୁ କେବେ କ୍ଷମା କରିବେ ନାହିଁ ଶିବ ସୈନିକ'


ଯଦିଓ ରାଲି କରିବା ପାଇଁ ଆମକୁ ମଇଦାନ ମିଳିନାହିଁ, ହେଲେ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଚିନ୍ତାଧାରା ଆମ ପାଖରେ ରହିଛି। ରାଲିରେ ଉପସ୍ଥିତ ଥିବା ଶିବ ସୈନିକଙ୍କ ଉଦ୍ଦେଶରେ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ଆପଣ ବାଲା ସାହେବଙ୍କ ଚିନ୍ତାଧାରାକୁ ସମର୍ଥନ କରିଛନ୍ତି। ଦଳକୁ ବଞ୍ଚାଇବା ପାଇଁ, ବାଲାସାହେବଙ୍କ ଚିନ୍ତାଧାରା ପାଇଁ, ଶିବସେନାକୁ ବଞ୍ଚାଇବା ପାଇଁ ଆମେ ଖୋଲାଖୋଲି ଭାବେ ଏଭଳି ପଦକ୍ଷେପ ନେଇଛୁ। ଆମକୁ ମହାରାଷ୍ଟ୍ରବାସୀଙ୍କ ପକ୍ଷରୁ ବିପୁଳ ଜନ ସମର୍ଥନ ମିଳିଛୁ। ଆମକୁ ରାଜ୍ୟର କୋଣ ଅନୁକୋଣରୁ ଛୋଟ ଠାରୁ ଆରମ୍ଭ କରି ବଡ଼, ପୁରୁଷଙ୍କ ଠାରୁ ଆରମ୍ଭ କରି ମହିଳା ଯୁବକଙ୍କ ଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକଙ୍କ ସମର୍ଥନ ମିଳୁଛି।


ଯଦି ଆମେ ବିଶ୍ୱାସ ଘାତକତା କରଥିଲୁ ତାହେଲେ ଆମ ରାଲିକୁ ହଜାର ହଜାର ସଂଖ୍ୟାରେ ଲୋକ କାହିଁକି ଆସିଲେ? ଆମେ ଯାହା କରିଥିଲୁ, ତାହା ରାଜ୍ୟର ସ୍ୱାର୍ଥ ପାଇଁ କରିଛୁ। ଶିବସେନା ଉଦ୍ଧବ ଠାକରେ କିମ୍ବା ଏକନାଥ ସିନ୍ଦେଙ୍କର ନୁହେଁ। ଶିବସେନା କେବଳ ବାଲାସାହେବ ଠାକରେ ଏବଂ ଶିବ ସୈନିକଙ୍କ ଚିନ୍ତାଧାରା। ଆପଣ ସମସ୍ତେ ବାଲାସାହେବଙ୍କ ଶିବ ସୈନିକ, ତାଙ୍କ ବିଚାରଧାରାର ପ୍ରକୃତ ଉତ୍ତରାଧିକାରୀ ଶିବ ସୈନିକ। ଆମେ ବାଲାସାହେବ ଠାକରେଙ୍କ ବିଚାରଧାରାର ଉତ୍ତରାଧିକାରୀ। ସେଥିପାଇଁ ଆମେ ବିଚାରଧାରାର ସହିତ ଛିଡା ହୋଇଛୁ।


Also Read: Shiv Sena Dussehra Rally: ଭିଡ଼ ଜୁଟାଇବାକୁ ସିନ୍ଦେ-ଠାକରେ ଗୋଷ୍ଠୀ ମଧ୍ୟରେ ଚାଲିଛି ଟକ୍କର


ବିଗତ କିଛି ଦିନ ହେବ ଆମକୁ ଆମକୁ ବିଶ୍ୱାସ ଘାତକ କୁହାଯାଉଛି। ଆମ ଲାଗି ଅନ୍ୟ କୌଣସି ଶବ୍ଦ ନାହିଁ। ଯେଉଁ ବିଶ୍ୱାସ ଘାତକତା କଥା କୁହାଯାଉଛି ତାହା ହୋଇଛି ଏହା ସତ୍ୟ। ହେଲେ ଯେଉଁ ବିଶ୍ୱାସ ଘାତକତା କଥା କୁହାଯାଉଛି ତାହା ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ହୋଇଛି। ଆମେ ଯେଉଁ ନିର୍ବାଚନ ଲଢିଥିଲୁ ଏବଂ ଏହା ପରେ ଯେଉଁ ମେଣ୍ଟ ଗଠନ କରାଗଲା ସେଥିରେ ବାଲାସାହେବଙ୍କ ବିଚାରଧାରା ସହ ବିଶ୍ୱାସଘାତକତା କରାଗଲା। ଯେଉଁମାନେ ଏକାଠି ହୋଇ ବିଜେପି-ଶିବସେନା ମେଣ୍ଟକୁ ଭୋଟ ଦେଇଥିଲେ ସେମାନଙ୍କୁ ପ୍ରତାରଣା କରାଯାଇଛି। ଲୋକେ ମେଣ୍ଟକୁ ଭୋଟ୍ ଦେଇଥିଲେ। ମହାରାଷ୍ଟ୍ରବାସୀ ଆଶା କରୁଥିଲେ ଯେ ରାଜ୍ୟରେ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ ହେବ। ଆପଣ ମହାରାଷ୍ଟ୍ରର ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି ଏବଂ ଆପଣ ଆମକୁ  ବିଶ୍ୱାସ ଘାତକ ବୋଲି କହୁଛନ୍ତି। ଆମେ ଯାହା କରିଥିଲୁ ତାହା  ବିଶ୍ୱାସ ଘାତକତା ନୁହେଁ ବରଂ ବିଦ୍ରୋହ ଥିଲା। ସମଗ୍ର ମହାରାଷ୍ଟ୍ର ଏହି ଘଟଣାକ୍ରମ ବାବଦରେ ଅବଗତ ଅଛି। ଆମେ ବିଶ୍ୱାସ ଘାତକ ନୁହଁ। ଆମେ ଉପରେ ବାପା ଚୋରି କରିଥିବାର ଅଭିଯୋଗ କରାଯାଉଛି। ହେଲେ ଆପଣ ବାପାଙ୍କୁ ବିକ୍ରୟ କରିବାର ନିଷ୍ପତ୍ତି ନେଇଛନ୍ତି। ସହନଶୀଳତାର ଏକ ସୀମା ରହିଛି।


Also Read: Shiv Sena: ଦଶହରା ରାଲିକୁ ସରଗରମ ମହାରାଷ୍ଟ୍ର ରାଜନୀତି, ଜାଣନ୍ତୁ କାରଣ


ରାଲିକୁ ସମ୍ବୋଧିତ କରିବା ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନା ସଂସ୍ଥାପକ ବାଲାସାହେବ ଠାକରେଙ୍କୁ ସମ୍ମାନ ଜଣାଇଥିବା ମଞ୍ଚ ଉପରେ ଏକ ଚେୟାର ଖାଲି ରଖିଥିଲେ। ଦଶହରା ରାଲି କରିବା ଅବସରରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଏକ ଟ୍ୱିଟ କରିଥଲେ। ଯେଉଁଥିରେ ଲେଖାଥିଲା, "ମୋର ପୁଅ, ପୁଅ ହୋଇଥିବାରୁ ମୋର ଉତ୍ତରାଧିକାରୀ ହେବେ ନାହିଁ। ଯିଏ ମୋର ଉତ୍ତରାଧିକାରୀ ହେବ, ସେ ମୋର ପୁଅ ହେବେ। "