how many candidates names can be registered in the EVM: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପାଇଁ ମତଦାନ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (​​ଇଭିଏମ) ମାଧ୍ୟମରେ ହେବ। ବିଭିନ୍ନ ନିର୍ବାଚନରେ ​​ଇଭିଏମ ବ୍ୟବହାର କରିବାକୁ ନେଇ ଅନେକ କଂଗ୍ରେସ ନେତା ପ୍ରଶ୍ନ ଉଟାଇଛନ୍ତି। ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ରାଜାଙ୍କ ଆତ୍ମା ​​ଇଭିଏମ ମଧ୍ୟରେ ରହିଛି। ସେହିପରି ଛତିଶଗଡ଼ ରାଜନନ୍ଦନଗାଓଁ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପାଦେ ଆଗେଇ କହିଥିଲେ ଯେ ଗୋଟିଏ ଆସନରେ ୩୭୫ ଜଣରୁ ଅଧିକ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ତାହେଲେ ମତଦାନ ଇଭିଏମ୍ ନୁହେଁ ବରଂ ବାଲାଟ ପେପର ମାଧ୍ୟମରେ ହେବ। ଏବେ ପ୍ରଶ୍ନ ଉଠୁଛି କେତେ ଜଣ ପ୍ରାର୍ଥୀଙ୍କ ନାମ ଇଭିଏମ୍ ମଧ୍ୟରେ ପଞ୍ଜୀକୃତ ହୋଇପାରିବ? 


COMMERCIAL BREAK
SCROLL TO CONTINUE READING

ଇଭିଏମ୍ ବ୍ୟବହାର କରି ସର୍ବାଧିକ କେତେ ଜଣ ପ୍ରାର୍ଥୀଙ୍କ ପାଇଁ କରାଯାଇ ପାରିବ ଭୋଟ ବ୍ୟବସ୍ଥା?
M2 EVM ଯାହାକ ଗତ ୨୦୦୬-୧୦ ସମୟରେ ବ୍ୟବହାର କରାଯାଉଥିଲା ସେଥିରେ ସର୍ବାଧିକ ୬୪ ଜଣଙ୍କୁ ପ୍ରାର୍ଥୀଙ୍କ ଭୋଟ ଦେବାର ବ୍ୟବସ୍ଥା ରହିଥିଲା। ଏଥିରେ ନୋଟା (NOTA-) ମଧ୍ୟ ଅନ୍ତର୍ଭୁକ୍ତ ରହିଥିଲା। ଗୋଟିଏ ବାଲାଟିଂ ୟୁନିଟ ମଧ୍ୟରେ ୧୬ ଜଣ ପ୍ରାର୍ଥୀଙ୍କ ପାଇଁ ବ୍ୟବସ୍ଥା ରହିଛି। ମୋଟ ୪ ବାଲାଟିଂ ୟୁନିଟ୍ ସଂଯୋଗ କରି ୬୪ ଜଣଙ୍କୁ ପ୍ରାର୍ଥୀଙ୍କ ଭୋଟ ଦେବାର ବ୍ୟବସ୍ଥା କରାଯାଇ ପାରିଥାନ୍ତା। ହେଲେ ଗତ ୨୦୧୩ ପରେ ବର୍ତ୍ତମାନ M3 EVM ମଧ୍ୟରେ ୨୪ ବାଲାଟିଂ ୟୁନିଟ୍ ସଂଯୋଗ କରି ସର୍ବାଧିକ ୩୮୪ ପ୍ରାର୍ଥୀଙ୍କ ପାଇଁ ମତଦାନର ବ୍ୟବସ୍ଥା କରାଯାଇ ପାରିବ। 


ଗୋଟିଏ ଆସନରେ ୩୮୪ ଜଣରୁ ଅଧିକ ପ୍ରାର୍ଥୀ ନିର୍ବାଚନ ଲଢିଲେ କ'ଣ ହେବ?
ଏହି ପ୍ରଶ୍ନର ଉତ୍ତର ନିର୍ବାଚନ ଆୟୋଗ ସହ ଜଡ଼ିତ ୱେବସାଇଟ ଠାରେ ଉପଲବ୍ଧ ରହିଛି। ଯଦି କୌଣସି ଆସନରେ ଗୋଟିଏ ଆସନରେ ୩୮୪ ଜଣରୁ ଅଧିକ ପ୍ରାର୍ଥୀ ନିର୍ବାଚନ ଲଢିନ୍ତି, ତାହେଲ ପାରମ୍ପାରିକ ମତଦାନ ପ୍ରଣାଳୀ ବ୍ୟବହାର କରାଯାଇ ପାରିବ। ଯଥା ବାଲାଟ ବକ୍ସ ଏବଂ ବାଲାଟ ପେପର।


କଂଗ୍ରେସ ନେତା ଭୂପେଶ ବଘେଲଙ୍କ ସହ ଦଳର ଅନ୍ୟତମ ନେତା ଦିଗବିଜୟ ସିଂହ ମଧ୍ୟ ୪୦୦ ଜଣଙ୍କ ନାମାଙ୍କନପତ୍ର ଦାଖଲ କରିବା କଥା କହିଥିଲୋ। ଏହା ପରେ ମଧ୍ୟ ପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁପମ ରାଜନଙ୍କ ବିବୃତ୍ତି ସାମ୍ନାକୁ ଆସିଥିଲା। ଏନେଇ ସେ କହିଛନ୍ତି ଯେ ଯଦି କୌଣସି ଆସନରେ ୩୮୪ ଜଣ ପ୍ରାର୍ଥୀ ଅଛନ୍ତି ତାହେଲେ କେବଳ ଇଭିଏମ୍ ମାଧ୍ୟମରେ ଭୋଟିଂ ହେବ। ଏହା ଠାରୁ ଅଧିକ ପ୍ରାର୍ଥୀ ହେବା ପ୍ରଶ୍ନ କେବଳ କଳ୍ପନା ମାତ୍ର।  ଯଦି ମଧ୍ୟ ଏପରି ପରିସ୍ଥିତି ଉପୁଜେ ତାହେଲେ ନିର୍ବାଚନ ଆୟୋଗ ଏହା ଉପରେ ନିଷ୍ପତ୍ତି ନେବେ।



ଇଭିଏମ୍ ମଧ୍ୟରେ ୧୬ ଜଣ ପ୍ରାର୍ଥୀଙ୍କ ପାଇଁ ବ୍ୟବସ୍ଥା ରହିଛି। ଯଦି କୌଣସି ଆସନରେ କେବଳ ୧୦ ଜଣ ପ୍ରାର୍ଥୀ ଅଛନ୍ତି ତାହେଲେ ଭୋଟର ୧୧ ଠାରୁ ୧୬ ପର୍ଯ୍ୟନ୍ତ ବଟନ୍ ଦବାଇଲେ କ'ଣ ହେବ?
ଯଦି କୌଣସି ଲୋକସଭା ଆସନରେ ୧୦  ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି, ତାହେଲେ ନିର୍ବାଚନ ଅଧିକାରୀ ୧୧ ଠାରୁ ୧୬ ପର୍ଯ୍ୟନ୍ତ ବଟନ୍  ଘୋଡ଼ାଇ ରଖିଦେବେ। ଏଭଳି ପରିସ୍ଥିତିରେ ୧୧ ଠାରୁ ୧୬ ପର୍ଯ୍ୟନ୍ତ ବଟନ୍ ଦବାଇବାର ପ୍ରଶ୍ନ ଉଠିବ ନାହିଁ।