ବ୍ରହ୍ମପୁର: ଆଜି ମତଦାନ ସମୟରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଲନ୍ତରା ଗାଁ ନିକଟରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ବିଜେଡି ନେତା ଗାଁକୁ ଯାଉଥିବା ସମୟରେ ବିଜେପି କର୍ମୀମାନେ ଏହାକୁ ତୀବ୍ର ବିରୋଧ କରିଥିଲେ । ପରିସ୍ଥିତି ଉଗ୍ର ରୂପ ଧାରଣ କରିବା କାରଣରୁ ଦୁଇ ଦଳର କର୍ମୀ ହାତାହାତି ହୋଇଥିବା ଅଭିଯୋଗ ଆସିଛି । ଗଣ୍ଡଗୋଳ କାରଣରୁ ଲାଞ୍ଜିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ସ୍ଥାନୀୟ ଲୋକେ ଗହଳୀ ଜମାଇଥିଲେ ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ରାଜନୈତିକ କନ୍ଦଳକୁ ନେଇ ହାତାହାତି ହେବା କାରଣରୁ ୩ ବ୍ୟକ୍ତି ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି । ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଞ୍ଚଳର ସନ୍ତୋଷ ଦାସ ଏବଂ କେଦାର ସାହୁ ଅଛନ୍ତି । ଏଥିସହ ଜଣେ ମହିଳାଙ୍କ ଗୋଡ ଭାଙ୍ଗିଯାଇଥିବା ଖବର ମିଳିଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।


Also Read- Saturn Transit 2024: ଶନିଦେବଙ୍କ ଆଶୀର୍ବାଦ, ବର୍ଷେ ପର୍ଯ୍ୟନ୍ତ ୫ଟି ରାଶିର ଭାଗ୍ୟ ଉଜ୍ୱଳ


Also Read- ସହରାଞ୍ଚଳରେ କମ୍‍ ଭୋଟ୍‍, ମୁଖ୍ୟନିର୍ବାଚନ ଅଧିକାରୀଙ୍କ ଅନୁରୋଧ