Fight for supremacy in AIADMK: ଦଳରେ କ୍ଷମତା ବିସ୍ତାର କରିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କାଝାଗମ ଗୋଷ୍ଠୀ। ସୋମବାର ତାମିଲନାଡୁ ରାଜଧାନୀ ଚେନ୍ନାଇସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଥିବା ଦଳୀୟ ବୈଠକ ବେଳେ ମୁହାଁମୁହିଁ ହୋଇଥିଲେ ଓ.ପନୀରସେଲଭମ ଏବଂ ଇ.ପଲାନୀସ୍ୱାମୀଙ୍କ ଗୋଷ୍ଠୀ। ଏହି ଘଟଣାର ପରେ ବିଦ୍ରୋହୀ ନେତା ପନୀରସେଲଭମଙ୍କୁ ଦଳର ପ୍ରାଥମିକ ସଦସ୍ୟ ତଥା ଦଳୀୟ କୋଷାଧ୍ୟକ୍ଷ ପଦରୁ ବହିଷ୍କାର କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଦଳରୁ ନିଲମ୍ବିତ ହେବା ପରେ ପନୀରସେଲଭମ କହିଛନ୍ତି ତାଙ୍କୁ ଦଳରୁ ବହିଷ୍କାର କରିବାର କୌଣସି ଅଧିକାର ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପଲାନୀସ୍ୱାମୀଙ୍କ ପାଖରେ ନାହିଁ। ଅପରପକ୍ଷରେ ପଲାନୀସ୍ୱାମୀଙ୍କୁ ଦଳରୁ ବହିଷ୍କାର ଘୋଷଣା କରିଛନ୍ତି ପନୀରସେଲଭମ।


ସୋମବାର ଦଳୀୟ କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଥିବା ବୈଠକରେ ବରିଷ୍ଠ ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କାଝାଗମ (All India Anna Dravida Munnetra Kazhagam) ଏଆଇଏଡିଏମକେ (AIADMK) ନେତା ଏନ ଆର ବିଶ୍ୱନାଥନ୍ ପନୀରସେଲଭମ ଏବଂ ତାଙ୍କ ସମର୍ଥକଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ। ଯାହାକୁ ସର୍ବସମ୍ମତି କ୍ରମେ ପାରିତ କରାଯାଇଥିଲା। ଦଳୀୟ ବୈଠକରେ ଆଗତ ହୋଇଥିବା ଏହି ପ୍ରସ୍ତାବରେ ପନୀରସେଲଭମ ଦଳକୁ ଦୁର୍ବଳ କରିବା ଏବଂ ବିରୋଧି ଡିଏମକେ କୁ ସହଯୋଗ କରୁଥିବା ନେଇ ଅଭିଯୋଗ ହୋଇଥିଲା। ପନୀରସେଲଭମ ଦଳର ସ୍ୱାର୍ଥ, ଲକ୍ଷ୍ୟ ଏବଂ ନୀତି ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି। ଗତ ଜୁନ ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଦଳୀୟ ବୈଠକକୁ ସ୍ଥଗିତ ରଖିବା ଲାଗି ପନୀରସେଲଭମ ପୋଲିସ ସହ ଯୋଗାଯୋଗ କରିଥିଲେ। ଦଳୀୟ ନେତାଙ୍କୁ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ସେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କାମ କରିଛନ୍ତି।


ଦଳ ପନୀରସେଲଭମଙ୍କ ସମେତ ତାଙ୍କ ସମର୍ଥକ ତଥା ଦଳୀୟ ବିଧାୟକ ବୈଥିଲିଙ୍ଗମ୍ ଏବଂ ପିଏଚ ମନୋଜ ପାଣ୍ଡିୟାନଙ୍କୁ ନିଲମ୍ବିତ କରିଛି। ଅନ୍ୟପଟେ ଦଳର ପୂର୍ବତନ ବିଧାୟକ ଜେସିଡି଼ ପ୍ରଭାକରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। 


ଦଳରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖି ପନୀରସେଲଭମ କହିଛନ୍ତି ଯେ ତାଙ୍କୁ ଦେଢ କୋଟି ଏଆଇଏଡିଏମକେ କର୍ମକର୍ତ୍ତା ଦଳୀୟ ସଂଯୋଜକ ଭାବେ ନିର୍ବାଚିତ କରିଥିଲେ। ତାଙ୍କୁ ଦଳରୁ ବହିଷ୍କାର କରିବାର କୌଣସି ଅଧିକାର ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପଲାନୀସ୍ୱାମୀ କିମ୍ବା କେ.ପି ମୁନୁସାମୀଙ୍କ ପାଖରେ ନାହିଁ। ମୁଁ ଉଭୟଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରୁଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ବାବଦରେ ମତ ରଖି ସେ କହିଛନ୍ତି ଯେ ଦଳୀୟ କର୍ମକର୍ତ୍ତାଙ୍କ ସହଯୋଗରେ ସେ କୋର୍ଟ ଯିବେ।


Also Read: Political Clash: ଶିବସେନା ପରେ ଅଧ୍ୟକ୍ଷ ପଦକୁ ନେଇ ଦୁଇ AIADMK ଗୋଷ୍ଠୀ ମୁହାଁମୁହିଁ