` ଦଳୀୟ ସ୍ୱାର୍ଥ ପାଇଁ ମୁଁ, ରାହୁଲ, ପ୍ରିୟଙ୍କା ପଦ ଛାଡିବାକୁ ପ୍ରସ୍ତୁତ`
କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଯୋଗ ଦେଇଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ତାଙ୍କ ରାଜ୍ୟରେ ଚିନ୍ତନ ଶିବିର ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ।
ନୂଆଦିଲ୍ଲୀ: ଦଳର ସ୍ୱାର୍ଥ ଲାଗି ଆମେ କୌଣସି ପ୍ରକାର ତ୍ୟାଗ କରିବାକୁ ପ୍ରସ୍ତୁତ ରହିଛୁ। ଗତ ରବିବାର ଆୟୋଜିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଯୋଗ ଦେବା ଅବସରରେ ଏପରି ପ୍ରତିକ୍ରିୟା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଚଳିତ ବର୍ଷ ଅନୁଷ୍ଠିତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟ ପଛରେ କେଉଁ କାରଣ ରହିଛି ତାହା ଉପରେ ଏହି ବୈଠକରେ ବିସ୍ତୃତ ଚର୍ଚ୍ଚା ହେଉଛି।
ଦଳୀୟ ସ୍ୱାର୍ଥ ପାଇଁ ଆମେ କୌଣସି ପ୍ରକାର ବଳିଦାନ ପାଇଁ ପ୍ରସ୍ତୁତ ଅଛୁ। ଦଳର ଏହି ଅବସ୍ଥା ପାଇଁ ଗାନ୍ଧୀ ପରିବାର ଅନେକାଂଶରେ ଦାୟୀ ବୋଲି କୁହାଯାଉଛି। ଯଦି ଏପରି ହୋଇଥାଏ ତାହେଲେ ମୁଁ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଦଳର କୌଣସି ପଦବୀରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛୁ। ରବିବାର ଆୟୋଜିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଯୋଗ ଦେବା ଅବସରରେ ଏପରି ପ୍ରତିକ୍ରିୟା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ।
ମାତ୍ର ଏହି ବୈଠକରେ ଯୋଗ ଦେଇଥିବା କଂଗ୍ରେସ ନେତା ପୁଣି ଥରେ ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଦଳୀୟ ସାଙ୍ଗଠନିକ ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ ପଦ ବଜାୟ ରଖିବାକୁ ପୁନର୍ବାର ସୋନିଆ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି।
Also Read: Priyanka Gandhi: ସଫଳ ହେଲାନି 'ଲଡକି ହୁଁ ଲଡ ସକତି ହୁଁ' ନାରା
ଦଳକୁ ମଜବୁତ କରିବା ପାଇଁ ଆବଶ୍ୟକୀୟ ପରିବର୍ତ୍ତନ ଆଣିବାକୁ ଏବଂ ସଂଶୋଧନ ପଦକ୍ଷେପ ନେବାକୁ ସୋନିଆ ଗାନ୍ଧୀଙ୍କୁ କହିଛନ୍ତି କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ଯୋଗ ଦେବା ଦଳୀୟ ନେତା। ପ୍ରାୟ ସାଢେ ୪ ଘଣ୍ଟା ଧରି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂସଦର ବଜେଟ୍ ଅଧିବେଶନ ପରେ ତୁରନ୍ତ ଏକ ଚିନ୍ତନ ଶିବିର ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ଯେଉଁଥିରେ ଭବିଷ୍ୟତର ରଣନୀତି ସ୍ଥିର ହେବ।
ଏହି ବୈଠକରେ ଯୋଗ ଦେଇଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ତାଙ୍କ ରାଜ୍ୟରେ ଚିନ୍ତନ ଶିବିର ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ପୂର୍ବରୁ ଆଉ ଏକ ଦଳୀୟ କାର୍ଯ୍ୟକାରୀ କମିଟି ବୈଠକ ଆୟୋଜିତ ହେବ। ରବିବାର ଅନୁଷ୍ଠିତ ଏହି ବୈଠକରେ ଯୋଗ ଦେବା ଅବସରରେ ସୋନିଆ ଗାନ୍ଧୀ କହିଛନ୍ତି ଯେ କଂଗ୍ରେସ କର୍ମକର୍ତ୍ତାଙ୍କ ଇଚ୍ଛା ଅନୁଯାୟୀ ଦଳର ସ୍ୱାର୍ଥ ପାଇଁ ଆମେ କୌଣସି ବଳିଦାନ ଦେବାକୁ ପ୍ରସ୍ତୁତ। ମାତ୍ର ତାଙ୍କର ଏପରି ବୟାନ କଂଗ୍ରେସ ନେତୃତ୍ୱ ନେବାରୁ ଗାନ୍ଧୀ ପରିବାର ମୁକ୍ତ ହେବାକୁ ଚାହୁଁଥିବା ଦୃଶ୍ୟମାନ ହେଉଛି।
ସୋନିଆ ଗାନ୍ଧୀ ଏହି ବୟାନ ପରେ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଯୋଗ ଦେଇଥିବା କଂଗ୍ରେସ ନେତା ସର୍ବସମ୍ମତି କ୍ରମେ ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ପୁନର୍ବାର ବିଶ୍ୱାସ ପ୍ରକାଶ କରିଛନ୍ତି। ଦଳୀୟ ସାଙ୍ଗଠନିକ ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ ପଦ ବଜାୟ ରଖିବାକୁ ପୁନର୍ବାର ତାଙ୍କୁ ଅନୁରୋଧ କରିଛନ୍ତି।
Also Read: Assembly Election 2022: କଂଗ୍ରେସ ନେତୃତ୍ୱ ଉପରେ ପୁଣି ଉଠିଲା ପ୍ରଶ୍ନ
ଏହି ବୈଠକରେ ଯୋଗ ଦେଇଥିବା G-23 ଗୋଷ୍ଠୀର କେତେକ ନେତା କହିଛନ୍ତି ଯେ ଦଳକୁ ମଜବୁତ କରିବା ପାଇଁ ସେମାନେ ସଂଶୋଧନ ପଦକ୍ଷେପ ଗ୍ରହଣ କରନ୍ତୁ। ହେଲେ ଦଳର କିଛି ନେତା ଖାସ୍ କରି ଯେଉଁମାନେ G-23 ଗୋଷ୍ଠୀ ସହ ଜଡିତ ସେମାମେ ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ଗୋଷ୍ଠୀରେ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା ଏବଂ ମୁକୁଲ ୱାସନିକଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତା ଅନ୍ତର୍ଭୁକ୍ତ ଅଛନ୍ତି।
ଏହି ବୈଠକ ପରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା କହିଛନ୍ତି ଚଳିତ ବର୍ଷ ଅନୁଷ୍ଠିତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟ ପଛରେ କେଉଁ କାରଣ ରହିଛି ତାହାର ଏକ ବିସ୍ତୃତ ରିପୋର୍ଟ ଦଳୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ଉପସ୍ଥାପନ କରିଛନ୍ତି। ଯେଉଁଥିରେ ପରାଜୟର କାରଣ ବାବଦରେ ଦର୍ଶାଯାଇଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଯେତେବେଳେ ସେ ଉତ୍ତରପ୍ରଦେଶର ଦାୟିତ୍ୱ ଗ୍ରହଣ କଲେ ସେତେବେଳେ ଏଠାରେ ଦଳୀୟ ସଙ୍ଗଠନର ଅସ୍ଥିତ୍ୱ ନଥିଲା। ହେଲେ ସେ ନେଇଥିବା ପଦକ୍ଷେପ ଭବିଷ୍ୟତରେ ଫଳପ୍ରଦ ଦେବ। ପଞ୍ଜାବ କଂଗ୍ରେସ ପର୍ଯ୍ୟବେକ୍ଷକ ହରିଶ ଚୌଧରୀ କହିଛନ୍ତି ଯେ ଏଟାରେ ନେତୃତ୍ୱ ପରିବର୍ତ୍ତନ ଏବଂ ଆଭ୍ୟନ୍ତରୀଣ କଳହ ହେତୁ ଦଳ ନିର୍ବାଚନରେ ପରାଜୟ ବରଣ କରିଛି।
Also Read: Goa Assembly Election 2022: ପୁରୁଣା ଭୁଲ ଦୋହରାଇବାକୁ ଚାହୁଁନାହିଁ କଂଗ୍ରେସ
କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ପରେ ଦଳ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଦଳ ବିଶ୍ୱାସ କରେ ଯେ ଏହାର ରଣନୀତିରେ ତ୍ରୁଟି ଥିବାରୁ ଆମେ ୪ ରାଜ୍ୟରେ କ୍ଷମତାସୀନ ବିଜେପି ସରକାରଙ୍କ କୁଶାସନକୁ ଲୋକଙ୍କ ସାମ୍ନାକୁ ଆଣିପାରିଲୁ ନାହିଁ। ପଞ୍ଜାବରେ ନେତୃତ୍ୱ ପରିବର୍ତ୍ତନ ପରେ ମିଳିଥିବା ସୀମିତ ସମୟ ମଧ୍ୟରେ ଦଳୀୟ ସରକାର ବିକୋଧରେ ରହିଥିବା ଲହରକୁ ଦଳ ମୁକାବିଲା କରିବାରେ ସକ୍ଷମ ହୋଇନାହିଁ।