ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ମହାସଚିବ।
Trending Photos
ନୂଆଦିଲ୍ଲୀ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଚିତପଟାଙ୍ଗ ମାରିଛି କଂଗ୍ରେସ। ଏହି ନିର୍ବାଚନରେ ବାଜିମାତ କରି ରାଜ୍ୟରେ କ୍ଷମତାକୁ ଫେରିବାର ସ୍ୱପ୍ନ ଦେଖିଥିବା କଂଗ୍ରେସ ଏଥର ମାଟି କାମୁଡ଼ି ପଡ଼ିଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ 'ଲଡକି ହୁଁ ଲଡ ସକତି ହୁଁ' ଅଭିଯାନ ନିର୍ବାଚନରେ କଂଗ୍ରେସ ଲାଗି ଲାଭଦାୟକ ହୋଇନାହିଁ।
ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଏନେଇ କହିଛନ୍ତି ଯେ ରାଜ୍ୟବାସୀଙ୍କ ଉନ୍ନତି ପାଇଁ ସଂଗ୍ରାମ କରୁଥିବା ବିରୋଧୀ ଦଳର ଦାୟିତ୍ୱ ନିର୍ବାହ କରିବା ତାଙ୍କ ଦଳ ଜାରି ରଖିବ।
Also Read: Assembly Election 2022: କଂଗ୍ରେସ ନେତୃତ୍ୱ ଉପରେ ପୁଣି ଉଠିଲା ପ୍ରଶ୍ନ
ଗଣତନ୍ତ୍ରରେ ସବୁଠୁ ଉପରେ ରହିଛି ଜନମତ। ନିର୍ବାଚନର ଦଳୀୟ କର୍ମକର୍ତ୍ତା, ନେତା, ସମର୍ଥକ ସମସ୍ତେ ପରିଶ୍ରମ କରିଛନ୍ତି। ଦଳୀୟ ସଙ୍ଗଠନ ନିର୍ମାଣ କରିଛନ୍ତି। ଲୋକଙ୍କ ସହ ଜଡ଼ିତ ପ୍ରସଙ୍ଗରେ ଲଢେଇ କରିଛନ୍ତି। ହେଲେ ଆମେ କରିଥିବା ପରିଶ୍ରମ ଅନୁସାରେ ଦଳ ସେତିକି ଭୋଟ ହାତେଇବାରେ ସକ୍ଷମ ହୋଇନାହିଁ। ଜନସାଧାରଣଙ୍କ ଉନ୍ନତି ପାଇଁ ଏକ ସକାରାତ୍ମକ ଏଜେଣ୍ଡା ଅନୁସରଣ କରି ଲଢେଇ କରୁଥିବା ବିରୋଧି ଦଳର କର୍ତ୍ତବ୍ୟ ନିର୍ବାହ କରିବ।
୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ରାଜ୍ୟର ମୋଟ ୪୦୩ ସିଟ୍ ମଧ୍ୟରୁ କେବଳ ୨ ଆସନ ପାଇବା ସହ ଦଳକୁ ୨.୪% ଭୋଟ୍ ମିଳିଛି। ଉତ୍ତର ପ୍ରଦେଶରେ ଏପର୍ଯ୍ୟନ୍ତ ଏହା ହେଉଛି କଂଗ୍ରେସର ସବୁଠାରୁ ଖରାପ ପ୍ରଦର୍ଶନ। ଏହି ନିର୍ବାଚନ ଲାଗି ନିଜେ ଦଳୀୟ ପ୍ରଚାର ଅଭିଯାନର ନେତୃତ୍ୱ ନେଇଥିଲା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ରାଜ୍ୟ ରାଜନୀତିରେ ଦଳର ଆଧାରକୁ ମଜବୁତ କରିବା ପାଇଁ ସେ କଠିନ ପରିଶ୍ରମ କରିଥିଲେ। ହେଲେ ତାଙ୍କର କଠିନ ପରିଶ୍ରମ ଅନୁସାରେ ଦଳ ସେତିକି ମାତ୍ରାରେ ଭୋଟ ପାଇନାହିଁ। ଏଥର ସେ "ଲଡକି ହୁଁ ଲଡ ସକତି ହୁଁ" ନାରା ଦେଇଥିଲେ। ହେଲେ ନିର୍ବାଚନ ଆରମ୍ଭରୁ ତାଙ୍କର ଅଭିଯାନ ବିଫଳ ହୋଇଥିଲା। ଯଦିଓ ସେ ୪୦% ମହିଳା ପ୍ରାର୍ଥୀ ଛିଡା କରି ନିର୍ବାଚନ ଲଢିବାକୁ ଘୋଷଣା କରିଥିଲେ ହେଲେ ତାଙ୍କର କୌଣସି ରଣନୀତି ସଫଳ ହୋଇନଥିଲା।
Also Read: 'କଂଗ୍ରେସକୁ ଆବଶ୍ୟକ ନାହିଁ ଶତ୍ରୁ; ଦଳକୁ ଶେଷ କରି ଦେବେ ଜଣେ ଦଳୀୟ ନେତା'
ଚଳିତ ବର୍ଷ ଉତ୍ତର ପ୍ରଦେଶ ସମେତ ଉତ୍ତରାଖଣ୍ଡ, ଗୋଆ, ମଣିପୁର, ପଞ୍ଜାବ ପ୍ରଭୃତି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଦଳ। ପଞ୍ଜାବରେ ଶାସନ କ୍ଷମତାରେ ଥିବା କଂଗ୍ରେସ ଏଥର କ୍ଷମତାରୁ ଗାଦିଚ୍ୟୁତ ହୋଇ ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଛି। ଅନ୍ୟପଟେ ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ ଦଳ ଏଥର ପୁନର୍ବାର ବିରୋଧି ଆସନରେ ବସିବାକୁ ଯାଉଛି।