କଂଗ୍ରେସ ଛାଡ଼ିବାର ପାଞ୍ଚଟି କାରଣ କହିଲେ ଜର୍ଜ ତିର୍କୀ
ରାଜନୈତିକ ନେତାମାନେ ଦଳ ଛାଡ଼ିବା କିଛି ନୂଆ ଘଟଣା ହୋଇନଥିବାବେଳେ ଜର୍ଜ କଂଗ୍ରେସ ଛାଡ଼ିବା ସହିତ ଗୋଟିଏ ରୋଚକ ଘଟଣା ଯୋଡ଼ି ହୋଇଯାଇଛି। ଦଳ ଛାଡିବାର ମାତ୍ର କେହି ଘଣ୍ଟା ପରେ ଜର୍ଜ ରାଉରକେଲା ସେକ୍ଟର-୨୧ସ୍ଥିତ କଂଗ୍ରେସ ପାର୍ଟି ଅଫିସକୁ ଦୁଇଟି ଅଟୋ ପଠାଇ ସମସ୍ତ ଆସବାବପତ୍ର ଯଥା- ଏସି, କୁଲର, ଚେୟାର, ସିସିଟିଭି ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଇଛନ୍ତି।
ରାଉରକେଲା: ସୁନ୍ଦରଗଡ ଜିଲ୍ଲା କଂଗ୍ରେସ ସଭାପତି ପଦ ଛାଡିଥିବା ପୂର୍ବତନ ବିଧାୟକ ତଥା ଜିଲ୍ଳାର ଟାଣୁଆ ଆଦିବାସୀ (Tribal leader) ନେତା ଜର୍ଜ ତିର୍କୀ (George Tirkey) ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଶନିବାର ସେ ତାଙ୍କ ଇସ୍ତଫାପତ୍ର ପ୍ରଦେଶ କଂଗ୍ରେସ କମିଟି (Congress comittee) ସଭାପତିଙ୍କୁ ପଠାଇଛନ୍ତି।
ଜର୍ଜ ତିର୍କୀ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଯେ, ଜିଲ୍ଲାରେ ଦଳ ତା’ର ସମ୍ପୂର୍ଣ୍ଣ ଅସ୍ତିତ୍ବ ହରାଇବାକୁ ଯାଉଛି। ଦଳର ସଭାପତି ଥିବାବେଳେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସଙ୍ଗଠନକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବାକୁ ସେ ପ୍ରୟାସ ଜାରି ରଖିଥିଲେ। ମାତ୍ର ପ୍ରଦେଶ କଂଗ୍ରେସ କମିଟି ଓ ଏଆଇସିସି (AICC) ପକ୍ଷରୁ ଯେତିକି ସହଯୋଗ ମିଳିବା କଥା, ତାହା ତାଙ୍କୁ ମିଳି ନଥିଲା। ଜିଲ୍ଲାରେ ଦଳର ଏଭଳି ଦୟନୀୟ ସ୍ଥିତି ପାଇଁ ପିସିସି ଓ ଏଆଇସିସି ମୁଖ୍ୟତଃ ଦାୟୀ। ଦଳର କୌଣସି ଭବିଷ୍ୟତ ନଥିବାରୁ ଶେଷରେ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜର୍ଜ କହିଛନ୍ତି।
ରାଜନୈତିକ ନେତାମାନେ ଦଳ ଛାଡ଼ିବା କିଛି ନୂଆ ଘଟଣା ହୋଇନଥିବାବେଳେ ଜର୍ଜ କଂଗ୍ରେସ ଛାଡ଼ିବା ସହିତ ଗୋଟିଏ ରୋଚକ ଘଟଣା ଯୋଡ଼ି ହୋଇଯାଇଛି। ଦଳ ଛାଡିବାର ମାତ୍ର କେହି ଘଣ୍ଟା ପରେ ଜର୍ଜ ରାଉରକେଲା ସେକ୍ଟର-୨୧ସ୍ଥିତ କଂଗ୍ରେସ ପାର୍ଟି ଅଫିସକୁ ଦୁଇଟି ଅଟୋ ପଠାଇ ସମସ୍ତ ଆସବାବପତ୍ର ଯଥା- ଏସି, କୁଲର, ଚେୟାର, ସିସିଟିଭି ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଇଛନ୍ତି। ପାର୍ଟି ଅଫିସ୍ରୁ ଜର୍ଜ ଏଭଳି ଆସବାବପତ୍ର ନେଇଯିବାକୁ ଦଳର କର୍ମକର୍ତ୍ତାମାନେ ବିରୋଧ କରିଛନ୍ତି। ତାଙ୍କ ବିରୋଧରେ ପୂର୍ବତନ ଯୁବ କଂଗ୍ରେସ ସମ୍ପାଦକ ଏସ୍କେ ଫିର୍ଦୋସ (S.K.Firdous) ପ୍ଲାଣ୍ଟସାଇଟ୍ ଥାନା(Plantsite Police station)ରେ ଲିଖିତ ଏତଲା ଦେଇଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
Also Read: 'ପଦ୍ମ'କୁ 'ଝାଡୁ' ଡ଼ର! ଭୋଟର ହେବେ ଲାଭବାନ
ଏ ସଂକ୍ରାନ୍ତରେ ଜର୍ଜ ତିର୍କୀଙ୍କୁ କହିଛନ୍ତି, ସେ ଦଳର ସଭାପତି ଥିବାବେଳେ ପ୍ରାୟ ୮ ଲକ୍ଷ ଟଙ୍କା ବ୍ୟୟ କରି ଅଫିସ୍ର ପୁନରୁଦ୍ଧାର କରିଥିଲେ। ତେଣୁ କିଣିଥିବା ସମସ୍ତ ଆସବାବପତ୍ର ସେ ନେଇ ଯାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ପଞ୍ଚାୟତ ଓ ପୌର ନିର୍ବାଚନରେ ଜିଲ୍ଲାରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଜର୍ଜ ମାର୍ଚ୍ଚ ୨୯ରେ ଜିଲ୍ଳା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ତେବେ ମୁଖ୍ୟତଃ ୫ଟି କାରଣ ପାଇଁ ଜିଲ୍ଲା ସଭାପତି ପଦ ଛାଡିଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ।
୧- ଦଳରେ ବିଶୃଙ୍ଖଳା ଦିନକୁ ଦିନ ବଢ଼ି ଚାଲିଛି। ଏ ସଂକ୍ରାନ୍ତରେ ସେ ପିସିସି ଓ ଏଆଇସିସିଙ୍କୁ ବାରମ୍ବାର ଅବଗତ କରାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ।
୨- ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ଆଦୌ ସହଯୋଗ ମିଳି ନଥିଲା। ଫଳରେ ତାଙ୍କୁ ଦଳର ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କ ନିକଟରେ ଅପମାନିତ ହେବାକୁ ପଡ଼ିଥିଲା।
୩- ଦଳକୁ ଏକଜୁଟ କରିବାକୁ ବଣାଇ, ରଘୁନାଥପାଲ୍ଲୀ, ରାଉରକେଲା ଓ ବୀରମିତ୍ରପୁର ବିଧାନସଭା କ୍ଷେତ୍ରକୁ ନେଇ ଗୋଟିଏ ୟୁନିଟ୍ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। କିନ୍ତୁ ତାଙ୍କର ପ୍ରସ୍ତାବକୁ କେହି ଗ୍ରହଣ କରି ନଥିଲେ।
୪- ପଞ୍ଚାୟତ ଓ ପୌର ନିର୍ବାଚନରେ ସୁନ୍ଦରଗଡ଼ ଡିସିସି ଯେତିକି ଗୁରୁତ୍ବ ଦେବା କଥା, ସେତିକି ଦେଇ ନଥିଲେ। ଫଳରେ ଜିଲ୍ଲାରେ ଦଳକୁ ପରାଜିତ ହେବାକୁ ପଡିଥିଲା।
୫- ପ୍ରଦେଶ କଂଗ୍ରେସର ଶୃଙ୍ଖଳା କମିଟି ମୂକ ବଧିର ପାଲଟିଯାଇଥିବାରୁ ସେ ବିଶୃଙ୍ଖଳା ସୃଷ୍ଟି କରୁଥିବା କର୍ମକର୍ତ୍ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଅଭିଯୋଗ କରିଥିଲେ ବି କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଦଳ ସେମାନଙ୍କୁ ପୁରସ୍କୃତ କରିଥିଲା ଯାହା ତାଙ୍କ ମନୋବଳକୁ ଭାଙ୍ଗି ଦେଇଥିଲା ।
Also Read: ବିବାଦରେ ମାଇକ୍! Loudspeakerକୁ ନେଇ ଆମ ଦେଶରେ କଣ ରହିଛି ଆଇନ?
ଜର୍ଜ ତିର୍କୀ ୪ ଥର JMM ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୫ ଏବଂ ୨୦୦୦ ମସିହାରେ ଦୁଇଥର ସ୍ବାଧୀନ (Independent), ୨୦୦୯ ଓ ୨୦୧୪ରେ ସମତାକ୍ରାନ୍ତି (Samatakranti) ଦଳରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ଜର୍ଜ ୨୦୧୮ ସେପ୍ଟେମ୍ବରରେ ସମତାକ୍ରାନ୍ତି (Samatakranti) ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ ଓ ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। କେବଳ ସେତିକି ନୁହେଁ ବୀରମିତ୍ରପୁର ବିଧାନସଭା (Birmitrapur Assembly Constituency) ଆସନରୁ ତାଙ୍କ ପୁଅ ରୋହିତ ଯୋସେଫ୍ ତିର୍କୀ ମଧ୍ୟ ପରାଜିତ ହୋଇଥିଲେ। ଅନ୍ୟପଟେ ଜର୍ଜଙ୍କ ଇସ୍ତଫାକୁ ନେଇ ଜିଲ୍ଲା କଂଗ୍ରେସ କର୍ମୀଙ୍କର ଚିନ୍ତା ବଢ଼ି ଯାଇଛି। ତେବେ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସର ମଙ୍ଗ କିଏ ଧରିବ ସେଥିନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି।