ବିବାଦରେ ମାଇକ୍! Loudspeakerକୁ ନେଇ ଆମ ଦେଶରେ କଣ ରହିଛି ଆଇନ?
Advertisement
Article Detail0/zeeodisha/odisha1155123

ବିବାଦରେ ମାଇକ୍! Loudspeakerକୁ ନେଇ ଆମ ଦେଶରେ କଣ ରହିଛି ଆଇନ?

Loudspeaker ଦ୍ୱାରା ଯଦି ପ୍ରକୃତରେ କିଛି ଅସୁବିଧା ଅଛି ଏବଂ ନିୟମ ଉଲ୍ଲଂଘନ ହେଉଛି, ତେବେ ଆଇନ ଏବଂ ସମ୍ବିଧାନର ଆଭିମୁଖ୍ୟରେ ସ୍ୱର ଉଠାଇବା ଭୁଲ୍ ନୁହେଁ। କିନ୍ତୁ ଦୁଃଖର ବିଷୟ, ଆଇନ ଅନୁସାରେ ସେପରି ଘଟୁ ନାହିଁ। ଲୋକେ Loudspeakerକୁ ବିରୋଧ କରିବା ବାହାନାରେ ଆଇନ ହାତକୁ ନେଇଛନ୍ତି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତର ବିଭିନ୍ନ ଅଞ୍ଚଳରେ ଲୋକ ଓ ସେମାନଙ୍କ ସମ୍ପ୍ରଦାୟର ଆସ୍ଥା ଏବଂ ବିଶ୍ୱାସରେ ପାର୍ଥକ୍ୟ ଅଛି। ବିଭିନ୍ନ ଧର୍ମ, ଜାତି ଓ ଭାଷାର ଲୋକଙ୍କ ସଂସ୍ପର୍ଷରେ ଆସୁ ଏବଂ ପରସ୍ପରକୁ ସମ୍ମାନ ମଧ୍ୟ ଦେଇଥାଉ। ପାରସ୍ପରିକ ପ୍ରେମର ଏହି ଅନୁଭବ ଆମର ଜାତୀୟ ଏକତାର ମୂଳଦୁଆ ପକାଇଥାଏ। କିନ୍ତୁ ବର୍ତ୍ତମାନ ସମୟରେ ଏପରି କିଛି ପ୍ରସଙ୍ଗ ଉଠିଛି, ଯାହା ଧାର୍ମିକ ଆବେଗରେ ପରିପୂର୍ଣ୍ଣ। କେତେକ ରାଜ୍ୟରେ ସାମାନ୍ୟ Loudspeakerକୁ ନେଇ ବିବାଦ ଦେଖାଦେଇଛି। ମସଜିଦରେ ଲାଗିଥିବା Loudspeakerକୁ ଏକ ନିର୍ଦ୍ଧିଷ୍ଟ ବିଚାରଧାରାର ଲୋକ ବିରୋଧ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଯନ୍ତ୍ରକୁ ନେଇ ଆମ ଦେଶରେ ଲାଗୁ ହୋଇଥି କେତେକ ଆଇନ ବିଷୟରେ...

Loudspeaker ଦ୍ୱାରା ଯଦି ପ୍ରକୃତରେ କିଛି ଅସୁବିଧା ଅଛି ଏବଂ ନିୟମ ଉଲ୍ଲଂଘନ ହେଉଛି, ତେବେ ଆଇନ ଏବଂ ସମ୍ବିଧାନର ଆଭିମୁଖ୍ୟରେ ସ୍ୱର ଉଠାଇବା ଭୁଲ୍ ନୁହେଁ। କିନ୍ତୁ ଦୁଃଖର ବିଷୟ, ଆଇନ ଅନୁସାରେ ସେପରି ଘଟୁ ନାହିଁ। ଲୋକେ Loudspeakerକୁ ବିରୋଧ କରିବା ବାହାନାରେ ଆଇନ ହାତକୁ ନେଇଛନ୍ତି। ସ୍ଥାନେ ସ୍ଥାନେ ହିଂସା ମଧ୍ୟ ଦେଖିବାକୁ ମିଳୁଛି। ମହାରାଷ୍ଟ୍ର ପରେ ବର୍ତ୍ତମାନ ଉତ୍ତର ପ୍ରଦେଶ Loudspeaker ଯୁଦ୍ଧର ମଞ୍ଚ ପାଲଟିଛି। ବାରଣାସୀ, ଆଲିଗଡରେ ଆଜାନଙ୍କ ସମୟରେ ହନୁମାନ ଚଲିସା ପଢ଼ାଯାଇଥିଲା।ଏଥିପାଇଁ ବିନା ଅନୁମତିରେ ଛକଗୁଡ଼ିକରେ ମାଇକ ଲଗାଯାଉଛି। ମହାରାଷ୍ଟ୍ରରେ ସରକାରଙ୍କୁ ମସଜିଦରୁ ମାଇକ ହଟାଇବାକୁ ଅଲ୍ଟିମେଟମ୍ ଦିଆଯାଉଛି।

Also Read: ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ପଥର ମାଡ଼; ତଦନ୍ତ ପାଇଁ ୧୦ ଟିମ ଗଠିତ

ତେବେ ଆସନ୍ତୁ ଜାଣିବା, ଏହି ପ୍ରସଙ୍ଗରେ ଭାରତର ଆଇନ କ’ଣ କହୁଛି..

ଶବ୍ଦ ପ୍ରଦୂଷଣ ଆଇନ-୨୦୦୦ କ’ଣ?

  • ସର୍ବସାଧାରଣ ସ୍ଥାନରେ ମାଇକ ବଜାଇବା ପାଇଁ ଲିଖିତ ଅନୁମତି ଆବଶ୍ୟକ।
  • ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ମାଇକ ବଜାଇବା ନିଷେଧ।
  • ବନ୍ଦ କୋଠରୀ କିମ୍ବା ସ୍ଥାନରେ ରାତିରେ ଲାଉଡସ୍ପିକର ବଜି ପାରିବ।
  • ବିଶେଷ ପରିସ୍ଥିତିରେ ରାଜ୍ୟ ସରକାର ଲାଉଡସ୍ପିକରକୁ ରାତି ୧୨ଟା ପର୍ଯ୍ୟନ୍ତ ଅନୁମତି ଦେଇପାରିବେ।
  • ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ଅନୁଷ୍ଠାନଗୁଡିକରେ ରାଜ୍ୟ ସରକାର ସାଇଲେଣ୍ଟ ଜୋନ ଘୋଷଣା କରିପାରିବେ।
  • ସାଇଲେଣ୍ଟ ଜୋନର ୧୦୦ ମିଟର ମଧ୍ୟରେ ଲାଉଡସ୍ପିକର ବଜାଯାଇପାରିବ ନାହିଁ।

କେଉଁଠାରେ, ଧ୍ୱନି ସୀମା କ’ଣ?

  • ଆବାସିକ କ୍ଷେତ୍ର: ସକାଳ ୬ରୁ ୧୦ଟା ପର୍ଯ୍ୟନ୍ତ ୫୫ ଡେସିବଲ୍।
  • ଆବାସିକ କ୍ଷେତ୍ର: ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ୪୫ ଡେସିବଲ୍।
  • ବ୍ୟବସାୟ କ୍ଷେତ୍ର: ସକାଳ ୬ରୁ ୧୦ଟା ପର୍ଯ୍ୟନ୍ତ ୬୫ ଡେସିବଲ୍।
  • ବ୍ୟବସାୟ କ୍ଷେତ୍ର: ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ୫୫ ଡେସିବଲ୍।
  • ଶାନ୍ତ ଜୋନ୍: ସକାଳ ୬ରୁ ୧୦ଟା ପର୍ଯ୍ୟନ୍ତ ୫୦ ଡେସିବଲ୍।
  • ଶାନ୍ତ ଜୋନ୍: ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ୪୦ ଡେସିବଲ୍।