Ghulam Nabi Azad, ଶ୍ରୀନଗର: କିଛ ଦିନ ତଳେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ୍ କଂଗ୍ରେସ ଛାଡିଛନ୍ତି। ଇସ୍ତଫା ପରେ ପ୍ରଥମ ଥର ପାଇଁ ସେ ଏକ ଜନସମାବେଶକୁ ସମ୍ବୋଧନ କରିଛନ୍ତି। ତେବେ ଗୁଲାମ ନବୀ ଆଜାଦ ତାଙ୍କ ପ୍ରଥମ ରାଲିରେ ହିଁ କଂଗ୍ରେସ ସହ ଟକ୍କରାଟକରି ହୋଇଛନ୍ତି। ରବିବାର ଆୟୋଜିତ ଏକ ରାଲିକୁ ସମ୍ବୋଧନ କରି ଆଜାଦ୍, ଜାମ୍ମୁ କାଶ୍ମୀର ଭବିଷ୍ୟତ ଉପରେ ଆଲୋକପାତ କରିଛନ୍ତି। ଏହା ସହ ତାଙ୍କର ନୂଆ ଦଳର ନାମକୁ ନେଇ ଗୁମର ଖୋଲିଛନ୍ତି।


COMMERCIAL BREAK
SCROLL TO CONTINUE READING

ରାଲିକୁ ସମ୍ବୋଧନ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ଜାମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳରୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବା ତାଙ୍କ ଦଳର ମୂଳ ଲକ୍ଷ୍ୟ ରହିବ। ଏବା ବ୍ୟତୀତ ଜାମ୍ମୁ କାଶ୍ମୀର ଯୁବପିଢିଙ୍କୁ ନିଜ ମାଟିକୁ ଫେରାଇ ଆଣିବା ସହ ସେମାନଙ୍କୁ ନିଯୁକ୍ତି ଦେବାକୁ ଦଳ କାର୍ଯ୍ୟ କରିବ। ତେବେ ବର୍ତ୍ତମାନ ସୁଦ୍ଧା ନୂଆ ରାଜନୈତିକ ଦଳର ନାମ ଚୂଡାନ୍ତ ହୋଇନାହିଁ ବୋଲି ଆଜାଦ କହିଛନ୍ତି। ଗୁଲାମ ନବୀ ଆଦାଜ ତାଙ୍କ ଭାଷଣରେ କହିଛନ୍ତି, 'ମୁଁ ବର୍ତ୍ତମାନ ସୁଦ୍ଧା ଦଳର ନାମ ଉପରେ ନିଷ୍ପତ୍ତି ନେଇନାହିଁ। କିନ୍ତୁ ଜାମ୍ମୁ କାଶ୍ମୀରର ଲୋକ ଦଳର ନାମ ଓ ପତାକା ଚୂଡନ୍ତ କରିବେ। ମୁଁ ମୋ ଦଳର ନାମ ହିନ୍ଦୁସ୍ତାନୀ ନାମ ରଖିବି, ଯାହାକୁ ସମସ୍ତେ ବୁଝି ପାରିବେ।' 


Also Read: Ghulam Nabi Azad: ରାଲି କରି କଂଗ୍ରେସ ଉପରେ ବର୍ଷିଲେ ଗୁଲାମ ନବୀ; ଦେଲେ ଏହି ବଡ ବୟାନ


ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବା ଉପରପେ ଆଜାଦ୍ ପ୍ରାଥମିକତା ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଦଳ କେନ୍ଦ୍ର ଶାସିତ ଅଞ୍ଚଳରୁ ପୂର୍ଣ୍ଣ ରାଜ୍ୟ, ଜମି ଅଧିକାର, ସ୍ଥାନୀୟ ଯୁବକଙ୍କୁ କର୍ମନିଯୁକ୍ତି ଉପରେ କାମ କରିବ। ଆଉ ଏହି ସବୁ ସମସ୍ୟାର ସମାଧାନ କୌଣସି ଉପରାଜ୍ୟପାଳଙ୍କ ଦ୍ୱାରା ସମ୍ଭବ ନୁହେଁ, ବରଂ ଜଣେ ରାଜ୍ୟପାଳର ଆବଶ୍ୟକତା ରହିଛି। ନିଜ ପୁରୁଣା ଦଳକୁ ଗାର୍ଟେଟ କରି ଗୁଲାମ ନବୀ ଆଜାଦ୍ କହିଛନ୍ତି, 'ଲୋକ ଆମକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସେମାନେ କେବଳ କମ୍ପ୍ୟୁଟର ଓ ଟ୍ୱିଟ୍ ଯାଏଁ ସୀମିତ। ତାହା ହିଁ କାରଣ, ଯେଉଁଥିପାଇଁ କଂଗ୍ରେସ ଆଜି ଏହି ସ୍ଥିତିରେ ମଇଦାନରେ ଅଛି।'


 



ଆଜାଦଙ୍କ ପ୍ରଥମ ରାଲି ଓ କଂଗ୍ରେସର ହାଲ୍ଲାବୋଲ ଅଭିଯାନ ଗୋଟିଏ ଦିନରେ ଆୟୋଜନ ହୋଇଛି। ରବିବାର ଦିଲ୍ଲୀର ରାମଲୀଲା ମଇଦାନରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ରାଲିର ଆୟୋଜନ କରାଯାଇଛି। ମହଙ୍ଗା ଓ ବେକାରୀ ସମସ୍ୟାର ପ୍ରତିବାଦରେ ଆନ୍ଦୋଳନ ଚାଲିଛି। ଏଥିଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ନେତା ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଗତ ମାସରେ ଗୁଲାମ ନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ପାଞ୍ଚ ପୃଷ୍ଠାର ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀଙ୍କୁ ଜଣେ ଅପରିପକ୍କ୍ୱ ଓ ଦାୟୀତ୍ୱହୀନ ବ୍ୟକ୍ତି ବୋଲି କହିଥିଲେ।