ପାଣାଜୀ: ଗୋଆ ବିଧାନସଭା ନିର୍ବାଚନ ୨୦୨୨ ଲାଗି ଶେଷ ହୋଇଯାଇଛି ଭୋଟ ଗ୍ରହଣ। ମାର୍ଚ୍ଚ ୧୦ ତାରିଖ ଗୁରୁବାର ପ୍ରକାଶ ପାଇବାକୁ ଯାଉଛି ନିର୍ବାଚନ ଫଳାଫଳ। ଏହି ନିର୍ବାଚନରେ ରାଜ୍ୟରେ କେଉଁ ଦଳ ପାଇବ କେତେ ଆସନ ତାହାର Exit Poll ବିଭିନ୍ନ ଗଣମାଧ୍ୟମ ଏବଂ ସଂସ୍ଥା ପକ୍ଷରୁ ପ୍ରକାଶିତ ହୋଇସାରିଛି। ଏଥର ଏହି ରାଜ୍ୟରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳିବ ନାହିଁ ବୋଲି Exit Poll ରିପୋର୍ଟ ଦର୍ଶାଉଛି।


COMMERCIAL BREAK
SCROLL TO CONTINUE READING

ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଏକ ବଡ଼ ବୟାନ ରଖିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ (Goa CM Pramod Sawant)। ଏନେଇ ସେ କହିଛନ୍ତି ବିଜେପି ସରକାର ଗଠନ ପାଇଁ ଆବଶ୍ୟକୀୟ ବହୁମତ ହାସଲ ନକରେ ତାହେଲେ ଦଳର କେନ୍ଦ୍ରୀୟ ନେତୃତ୍ୱ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (Maharashtrawadi Gomantak Party) ଏମଜିପି (MGP) ଠାରୁ ସମର୍ଥନ ଲୋଡ଼ିବା ପାଇଁ ଆଲୋଚନା କରିସାରିଛନ୍ତି। 


ଗୋଆ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାର ଗଠନ କରିବା ପାଇଁ ଆବଶ୍ୟକୀୟ ବହୁମତ ୨୧ ଠାରୁ ଅଧିକ ଆସନ ପାଇବ ବୋଲି ବିଜେପି ଆଶା କରୁଛି। ହେଲେ ଯଦି ଏହି ସଂଖ୍ୟା କମ ହୋଇଯାଏ ତାହେଲେ ଦଳ ସ୍ୱାଧିନ କିମ୍ବା ଏମଜିପି ଠାରୁ ସମର୍ଥନ ଲୋଡିବାର ବିକଳ୍ପ ମଧ୍ୟ ରଖିଛି। ନିର୍ବାଚନ ଫଳାଫଳ ଆସିବା ପରେ ମେଣ୍ଟ ଗଠନ ପାଇଁ ବିଜେପି ନେତୃତ୍ୱ ଏମଜିପି ସହ ଆଲୋଚନା କରୁଛନ୍ତି।


Alos Read: Exit Poll 2022: କେଉଁ ରାଜ୍ୟରେ କେଉଁ ଦଳ ପାଇବ କେତେ ଆସନ?


ଗତ ୨୦୧୭ ନିର୍ବାଚନରେ ​କଂଗ୍ରେସ ୧୭ ସିଟ୍ ଜିତି ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲେ ମଧ୍ୟ ୧୩ ସିଟ୍ ପାଇଥିବା ବିଜେପି ପୂର୍ବତନ ମନୋହର ପାରିକରଙ୍କ (Manohar Parikar) ନେତୃତ୍ୱରେ ଏମଜିପି ସହ ଗୋଆ ଫରୱାର୍ଡ ପାର୍ଟି (Goa Forward Party) ଜିଏଫପି (GFP) ଏବଂ ସ୍ୱାଧିନ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା।


ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ନିଧନ ପରେ ଯେତେବେଳେ ୨୦୧୯ ବର୍ଷରେ ପ୍ରମୋଦ ସାୱନ୍ତ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବେଳେ ୨ ଏମଜିପି ମନ୍ତ୍ରୀଙ୍କୁ କ୍ୟାବିନେଟରୁ ବରଖାସ୍ତ କରାଯାଇଥିଲା। ଏଥର ଏମଜିପି ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ଟିଏମସି ସହ ମେଣ୍ଟ କରି ବିଧାନସଭା ନିର୍ବାଚନ ଲଢିଛି।


ଏହାପୂର୍ବରୁ ଏମଜିପି ବିଧାୟକ ସୁଧିନ ଧାୱଲିକର କହିଥିଲେ ଯେ ଟିଏମସି ସହ ମେଣ୍ଟ କରି ଦଳ ନିର୍ବାଚନ ଲଢିଛି। ହେଲେ ଫଳାଫଳ ଆସିବା ପରେ ଦଳ ଆଗାମୀ କାର୍ଯ୍ୟପନ୍ଥା ବାବଦରେ ନିଷ୍ପତ୍ତି ନେବ। ପ୍ରମୋଦ ସାୱନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ କଦାପି ସମର୍ଥନ କରିବ ନାହିଁ।


ଧାୱଲିକରଙ୍କ ଏହି ବୟାନ ଉପରେ ଜବାବ ରଖି ପ୍ରମୋଦ ସାୱନ୍ତ କହିଛନ୍ତି ଯଦି କୌଣସି ଦଳ ଆମକୁ ସମର୍ଥନ କରେ ତାହେଲେ ସେହି ଦଳ ଆମର ନେତୃତ୍ୱ ଉପରେ ନିଷ୍ପତ୍ତି ନେଇପାରିବ ନାହିଁ। ବିଜେପି ନେତୃତ୍ୱାଧିନ ମେଣ୍ଟର ପ୍ରାର୍ଥୀଙ୍କ ବିରୋଧରେ ୨୦୧୯ ଉପନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିବାରୁ ଏମଜିପି ଭଳି ସହଯୋଗୀକୁ ସରକାରରୁ ହଟାଯାଇଥିଲା। ଧାୱଲିକରଙ୍କ ସହ ମୋର କୌଣସି ବ୍ୟକ୍ତିଗତ ମତଭେଦ ନାହିଁ। ରାଜନୈତିକ ମତଭେଦ ରହିଥାଇପାରେ। 


ଯଦି ବିଜେପି କ୍ଷମତାକୁ ଫେରେ ତାହେଲେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବ ତାହାର ଜବାବ ରଖି ପ୍ରମୋଦ ସାୱନ୍ତ କହିଛନ୍ତି ଯେ ଦଳ ମୋ ନେତୃତ୍ୱରେ ୨୦୨୨ ବିଧାନସଭା ନିର୍ବାଚନ ଲଢିଥିଲା। ଦଳର ଜାତୀୟ ଠାରୁ ଆରମ୍ଭ କରି ରାଜ୍ୟ ସଭାପତି ପର୍ଯ୍ୟନ୍ତ ସମସ୍ତେ ଏହା କହିଛନ୍ତି ଏବଂ ବାରମ୍ବାର ଦୋହରାଇଛନ୍ତି ଯେ ମୋ ନେତୃତ୍ୱରେ ବିଜେପି ସରକାର ଗଠନ କରିବ। ମୁଁ ନିଶ୍ଚିତ ଯେ ଦଳର କେନ୍ଦ୍ରୀୟ ନେତୃତ୍ୱ ପୁଣି ଥରେ ପରବର୍ତ୍ତୀ ସରକାରର ନେତୃତ୍ୱ ନେବାକୁ ମୋକେ ସୁଯୋଗ ଦେବେ। 


ଗୋଆ ବିଧାନସଭା ନିର୍ବାଚନ ଲାଗି Exit Poll ରିପୋର୍ଟ ଆସିବା ପରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଦିଲ୍ଲୀ ଠାରେ ପହଞ୍ଚି କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ସହ ବିଖଣ୍ଡିତ ଜନାଦେଶ ଉପରେ ଦଳୀୟ ରଣନୀତି ବାବଦରେ ଆଲୋଚନା କରିବେ। ଗତ ସୋମବାର ରାତିରେ ଦିଲ୍ଲୀରେ ପହଞ୍ଚିଛନ୍ତି ଏବଂ ମଙ୍ଗଳବାର ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ଏକ ବିଧାନସଭା ନିର୍ବାଚନ ଫଳାଫଳ ବାବରଦରେ ଆଲୋଚନା କରୁଛନ୍ତି।


Also Read: 'ଆମେ ୪ ରାଜ୍ୟରେ ପୁଣି ଗଢିବୁ ସରକାର'


ପ୍ରମୋଦ ସାୱନ୍ତ ଏବଂ ଦଳୀୟ ବିଜେପି କେନ୍ଦ୍ରୀୟ ନେତୃତ୍ୱ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା ହେଉଛି। ଯଦି ବିଜେପି ସଂଖ୍ୟାଗରିଷ୍ଠତା ହାସଲ ନକରେ ଅନ୍ୟ କୌଣସି ଉପାୟରେ ବିକଳ୍ପ ଖୋଜିବ। Exit Poll ପ୍ରକାଶ ପାଇବା ପରେ ଗୋଆ ମୁଖ୍ୟମନ୍ତ୍ରୀ କହିଛନ୍ତି ଯଦି ଆମେ ୧୭-୧୮ ଆସନରେ ଅଟକି ରହିଥାଉ,  ତାହେଲେ ସ୍ୱାଧୀନ ପ୍ରାର୍ଥୀ ୩-୪ ସିଟ୍ ଜିତିବେ। ସ୍ୱାଧିନ ବିଧାୟକ ସଂଖ୍ୟା ଗରିଷ୍ଠ ଦଳକୁ ସମର୍ଥନ କରିଥାନ୍ତି। ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥନରେ ସରକାର ଗଠନ ପାଇଁ ମୋର ଆତ୍ମବିଶ୍ୱାସ ରହିଛି।