Gujarat Cabinet News: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ଐତିହାସିକ ସଫଳତା ହାସଲ କରିଛି ବିଜେପି। ଏହା ସହିତ ରାଜ୍ୟରେ କ୍ରମାଗତ ଭାବେ ସପ୍ତମ ଥର ସରକାର ଗଠନ କରିବାକୁ ଯାଉଛି ଦଳ। ଏନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଲଗାତାର ଭାବେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିବାକୁ ଯାଉଛନ୍ତି ଭୂପେନ୍ଦ୍ର ପଟେଲ। ଡିସେମ୍ବର ୧୨ ତାରିଖ ସୋମବାର ଅନୁଷ୍ଠିତ ହେବ ଶପଥ ଗ୍ରହଣ। ଏହି କିଛି ମନ୍ତ୍ରୀଙ୍କ ସହ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ ବିଜେପି ବିଧାୟକ ଦଳ ନେତା ଭୂପେନ୍ଦ୍ର ପଟେଲ।


COMMERCIAL BREAK
SCROLL TO CONTINUE READING

ଏଥର ଭୂପେନ୍ଦ୍ର ପଟେଲଙ୍କ ମନ୍ତ୍ରୀମଣ୍ଡଳରେ କିଛି ନୂତନ ଚେହେରାଙ୍କୁ ସ୍ଥାନ ଦିଆ ଯାଇପାରେ। ସେମାନଙ୍କ ମଧ୍ୟରେ ଏପରି କିଛି ବିଧାୟକ ଅଛନ୍ତି ଯେଉଁମାନେ ପ୍ରଥମ ଥର ଲାଗି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଗୁଜୁରାଟ ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୨୭ ଜଣ ମନ୍ତ୍ରୀ ରହିପାରିବେ। ସୋମବାର ମୁଖ୍ୟମନ୍ତ୍ରୀଙ୍କ ସହ ୧୫-୧୮ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି। ଏହି ମନ୍ତ୍ରୀଙ୍କ ତାଲିକାରେ ହାର୍ଦ୍ଦିକ ପଟେଲଙ୍କ ନାଁ ରହିଥିବା କୁହାଯାଉଛି। ଏହା ସହିତ ମନ୍ତ୍ରୀମଣ୍ଡଳରେ ସମସ୍ତ ଜାତିଙ୍କୁ ସ୍ଥାନ ଦେବା ପାଇଁ ଉଦ୍ୟମ କରାଯିବ। ଆହୁରି ମଧ୍ୟ ଅଭିଜ୍ଞ ଏବଂ ଯୁବ ନେତାଙ୍କୁ ଅନ୍ତର୍ଭୂକ୍ତ କରାଯିବ। 


ଗତ ଗୁରୁବାର ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଶନିବାର ଅନୁଷ୍ଠିତ ହୋଇଥିଲା ବିଜେପି ବିଧାୟକ ଦଳ ବୈଠକ। ଗୁଜୁରାଟ ବିଜେପି ମୁଖ୍ୟାଳୟ କମଳମ ଠାରେ ଅନୁଷ୍ଠିତ ହୋଇଥିଲା ବିଧାୟକ ଦଳ ବୈଠକ। ଏହି ବୈଠକରେ ଦଳୀୟ ପର୍ଯ୍ୟବେକ୍ଷକ ରୂପେ ବିଜେପି ସଂସଦୀୟ ବୋର୍ଡ ସଦସ୍ୟ ବିଏସ ୟେଦିୟୁରାପ୍ପା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଜୁନ ମୁଣ୍ଡା ଯୋଗ ଦେଇଥିଲେ। ବୈଠକରେ ଭୂପେନ୍ଦ୍ର ପଟେଲଙ୍କୁ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଦ୍ୱିତୀୟ ଥର ଲାଗି ଗୁଜୁରାଟ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୂପେନ୍ଦ୍ର ପଟେଲ। ରାଜ୍ୟର ନବନିର୍ବାଚିତ ବିଜେପି ବିଧାୟକ ଭୂପେନ୍ଦ୍ର ପଟେଲଙ୍କୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିବା ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଅନୁମୋଦନ କରିଥିଲେ। 


ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଶନିବାର ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଦାବି ଜଣାଇଛନ୍ତି ରାଜ୍ୟର କାର୍ଯ୍ୟବାହକ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ। ଡିସେମ୍ବର ୯ ତାରିଖ ଶନିବାର ରାଜ୍ୟ କ୍ୟାବିନେଟ ସହ ନିଜର ଇସ୍ତଫାପତ୍ର ରାଜଭବନକୁ ପଠାଇଥିଲେ ଭୂପେନ୍ଦ୍ର ପଟେଲ। ଏହି ଅବସରରେ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ନୂତନ ସରକାର ଗଠନ କରିବା ଲାଗି ଦାବି ଜଣାଇଥିଲେ।  ଆସନ୍ତା ୧୨ ତାରିଖ ସୋମବାର ଦ୍ୱିତୀୟ ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବନିର୍ବାଚିତ ବିଜେପି ବିଧାୟକ ଦଳ ନେତା ଭୂପେନ୍ଦ୍ର ପଟେଲ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ରହିବେ। 


ସମ୍ଭାବିତ ମନ୍ତ୍ରୀଙ୍କ ତାଲିକା


  • ହର୍ଷ ସାଂଘଭୀ 

  • ଶଙ୍କର ଚୌଧୁରୀ

  • ନିମିଷା ସୁଚର 

  • ମନୀଷା ବକିଲ 

  • କୀର୍ତ୍ତି ପଟେଲ

  • ଜଗଦୀଶ ପାଞ୍ଚାଲ 

  • ଜୟେଶ ରଦାଡିୟା

  • ରାଘବ ପଟେଲ

  • ଶମ୍ଭୁ ପ୍ରସାଦ ଟୁଣ୍ଡିଆ 

  • କନୁ ଭାଇ ଦେଶାଇ

  • ନରେଶ ପଟେଲ 

  • ଗଣପତ ବାସୱା 

  • ଅଳ୍ପେଶ ଠାକୋର 

  • କୌଶିକ ବେକରିଆ 

  • କୁନୱାର ଜୀ ବାବାଲିଆ 

  • ପୁରୋଷତ୍ତମ ସୋଲାଙ୍କି 

  • ହୀରା ସୋଲାଙ୍କି 

  • ଅନିରୁଦ୍ଧ ଡାଭେ 

  • ରିବାଭା ଜାଡେଜା 

  • ରମନ ବୋହରା 

  • ଜିତୁ ବଘାନୀ

  • କିରୀଟ ସିଂହ ରାଣା

  • ଋଷିକେଶ ପଟେଲ

  • ରମଣ ଲାଲ ବୋରା

  • ବାଳକୃଷ୍ଣ ଶୁକ୍ଲା

  • ମୌଲୁ ବୌରା

  • ଭାନୁ ବାବାରିଆ

  • ଦର୍ଶନା ବାଘେଲା

  • ନିକୁଲ ପଟେଲ

  • ପଙ୍କଜ ଦେଶାଇ

  • ପିସି ବରଣ୍ଡା

  • ଜଗଦୀଶ ବିଶ୍ୱକର୍ମା