Shankersinh Vaghela: ଚଳିତ ବର୍ଷ ଆଡ଼କୁ ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ। ମାତ୍ର ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ପରିବର୍ତ୍ତନ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ଶଙ୍କରସିଂହ ବାଘେଲା ଦ୍ୱିତୀୟ ଥର ଲାଗି ଏକ ନୂତନ ରାଜନୈତିକ ଦଳ ଗଠନ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଅଗଷ୍ଟ ୨୧ ତାରିଖ ରବିବାର ପ୍ରଜା ଶକ୍ତି ଡେମୋକ୍ରାଟିକ ପାର୍ଟି (Praja Shakti Democratic Party) ନାମରେ ଏକ ନୂଆ ଦଳ ଗଠନ କରିଛନ୍ତି ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ (Former Gujarat Chief Minister) ଶଙ୍କରସିଂହ ବାଘେଲା (Shankersinh Vaghela)। ତାଙ୍କ ଦଳ ଚଳିତ ବର୍ଷ ଆଡକୁ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ (Gujarat Assembly Election 2022) ​​ପ୍ରତିଦ୍ୱନ୍ଦ୍ୱିତା କରିବ। 


ପୁନର୍ବାର ସକ୍ରିୟ ନିର୍ବାଚନୀ ରାଜନୀତିରେ ପ୍ରବେଶ କରିବା ନେଇ ନିଜର ଉଦ୍ଦେଶ୍ୟ ବାବଦରେ ଘୋଷଣା କରି ରାଜଧାନୀ ଗାନ୍ଧିନଗର ଠାରେ ସ୍ଥାନୀୟ ଗଣମାଧ୍ୟମକୁ ସେ କହିଛନ୍ତି ଲୋକେ ବିଜେପିର ବିକଳ୍ପ ଖୋଜୁଛନ୍ତି। ମୋ ପାଇଁ ବିଜେପି, କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ଦ୍ୱାର ବନ୍ଦ ରହିଛି। ଏହି କାରଣରୁ ମୁଁ ପ୍ରଜା ଶକ୍ତି ଡେମୋକ୍ରାଟିକ ପାର୍ଟି ନାମରେ ଏକ ନୂଆ ଦଳ ଗଠନ କରିଛି। ଦେଢ ବର୍ଷ ପୂର୍ବେ ଏହି ଦଳ ପଞ୍ଜୀକୃତ ହୋଇଥିଲା। ବର୍ତ୍ତମାନ ଆମ ପାଖରେ ଏକ ଦଳ  ରହିଛି। 


Also Read: Arvind Kejriwal: ଗୁଜୁରାଟ ଲୋକଙ୍କ ପାଇଁ ତିନୋଟି ବଡ଼ ଘୋଷଣା କଲେ ଆପ ସଂଯୋଜକ


ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ଲାଗି ରାଜ୍ୟବାସୀଙ୍କୁ ଅନେକ ପ୍ରତିଶୃତି ଦେଇସାରିଛନ୍ତି। ଯେପରିକି ବାର୍ଷିକ ୧୨ ଲକ୍ଷ ଟଙ୍କା ରୋଜଗାର କରୁଥିବା ପରିବାର ପାଇଁ ୧୨ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଏବଂ ଏପରି ପରିବାରର ପିଲାଙ୍କୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା, ଯୁବକଙ୍କୁ ଚାକିରୀ ମିଳିବା ପର୍ଯ୍ୟନ୍ତ ବେରୋଜଗାରୀ ଭତ୍ତା, ଜଳ ଟିକସ ଛାଡ, ୧୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍, ଚାଷୀଙ୍କୁ ଋଣ ଛାଡ, ବିଦ୍ୟୁତ୍ ବିଲ ରେ ଛାଡ଼, ଏବଂ ନୂତନ ବୈଜ୍ଞାନିକ ମଦ ନୀତି। 


ଶଙ୍କର ସିଂହ ବାଘେଲାଙ୍କ ରାଜନୈତିକ କ୍ୟାରିୟର 


  • ୨୦୧୩-୨୦୧୭: ଗୁଜିରାଟ ବିରୋଧି ଦଳ ନେତା

  • ୨୦୦୪-୨୦୦୯: ପ୍ରଥମ ପାଳି ୟୁପିଏ ସରକାରରେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ 

  • ୧୯୯୬-୧୯୯୭: ଗୁଜୁରାଟ ମୁଖ୍ୟମନ୍ତ୍ରୀ

  • ୨୦୧୨-୧୭: କପାଡଭାଞ୍ଜ ଆସନରୁ ଗୁଜୁରାଟ ବିଧାନସଭାକୁ ନିର୍ବାଚିତ

  • ୧୯୯୭-୯୮: ରାଧନପୁର ଆସନରୁ ବିଧାୟକ ନିର୍ବାଚିତ

  • ୧୯୯୧-୯୬: ଗୋଧ୍ରା ଲୋକସଭା ଆସନରୁ ସାଂସଦ ନିର୍ବାଚିତ

  • ୧୯୮୯-୯୧:  ଗାନ୍ଧୀ ନଗର ଲୋକସଭା ଆସନରୁ ସାଂସଦ ନିର୍ବାଚିତ

  • ୧୯୭୭-୮୦: କପାଡଭାଞ୍ଜ ଲୋକସଭା ଆସନରୁ ସାଂସଦ ନିର୍ବାଚିତ

  • ୧୯୮୪-୯୦: ଗୁଜୁରାଟରୁ ରାଜ୍ୟସଭାକୁ ନିର୍ବାଚିତ


ରାଜନୈତିକ ଦଳ 


  • ୧୯୭୦-୯୬: ପ୍ରଥମେ ଭାରତୀୟ ଜନସଂଘ ପରେ ଜନତା ପାର୍ଟି ଏବଂ ଶେଷରେ ବିଜେପି  

  • ୧୯୯୬-୯୮: ବିଜେପି ହାତ ଛାଡିବା ପରେ ରାଷ୍ଟ୍ରୀୟ ଜନତା ପାର୍ଟି ଗଠନ

  • ୧୯୯୮-୨୦୧୭: କଂଗ୍ରେସ 

  • ୨୦୧୭-୧୯: ଜନ ବିକଳ୍ପ ମୋର୍ଚ୍ଚା

  • ୨୦୧୯-୨୦୨୦: ଏନସିପି

  • ୨୦୨୦-୨୦୨୨: ସ୍ୱାଧୀନ

  • ୨୦୨୨- ପ୍ରଜା ଶକ୍ତି ଡେମୋକ୍ରାଟିକ ପାର୍ଟି