Congress in RajyaSabha Election 2022: ରାଜ୍ୟସଭାରେ ଖାଲି ପଡୁଥିବା ୫୭ ଆସନ ଲାଗି ଆସନ୍ତା ଜୁନ ୧୦ ତାରିଖରେ ହେବାକୁ ଯାଉଛି ନିର୍ବାଚନ। ଏହି ନିର୍ଚାଚନ ଲାଗି ବେଶ ସତର୍କତାର ସହ ଦଳୀୟ ରଣନୀତି ପ୍ରସ୍ତୁତି କରୁଛି କଂଗ୍ରେସ। ରାଜ୍ୟସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗୁରୁବାର ବରିଷ୍ଠ କଂଗ୍ରେସ ନେତା ତଥା ହରିୟାଣା ବିରୋଧି ଦଳ ଭୂପିନ୍ଦର ସିଂହ ହୁଦା ଏବଂ କଂଗ୍ରେସ ପ୍ରଭାରୀ ବିବେକ ବନସଲଙ୍କୁ ନେଇ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି।  


COMMERCIAL BREAK
SCROLL TO CONTINUE READING

ରାଜ୍ୟସଭା ନିର୍ବାଚନରେ ରାଜନୈତିକ ଘୋଡ଼ା ବେପାରକୁ ରୋକିବା ପାଇଁ ହରିୟାଣା କଂଗ୍ରେସ ବିଧାୟକଙ୍କୁ ଛତିଶଗଡ କିମ୍ବା ରାଜସ୍ଥାନ ଅଭିମୁଖେ ନିଆଯାଇପାରେ। ରାଜ୍ୟସଭା ନିର୍ବାଚନରେ ହରିୟାଣାରୁ ଦଳୀୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି ରାଜସ୍ଥାନ କଂଗ୍ରେସ  ପ୍ରଭାରୀ ଅଜୟ ମାକେନ। ଯଦି ହରିୟାଣା କଂଗ୍ରେସ ବିଧାୟକଙ୍କୁ ରାଜ୍ୟ ବାହାରକୁ ପଠାଯାଏ ତାହେଲେ ସେମାନଙ୍କ ସହ ଅଜୟ ମାକେନ୍, ବିବେକ ବନସାଲ ଏବଂ ହରିୟାଣାର ଦାୟିତ୍ୱରେ ଥିବା ଦୀପେନ୍ଦର ସିଂହ ହୁଦା ମଧ୍ୟ ଯିବେ। ଗୁରୁବାର ରାତି ପର୍ଯ୍ୟନ୍ତ ହରିୟାଣା କଂଗ୍ରେସ ବିଧାୟକଙ୍କୁ ରାଜ୍ୟରୁ ସ୍ଥାନାନ୍ତର କରାଯାଇପାରେ। 


ହରିୟାଣାର ୨ ରାଜ୍ୟସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସଂଖ୍ୟାବଳ ଆଧାରରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କୃଷ୍ଣଲାଲ ପୱାର ରାଜ୍ୟସଭାକୁ ନିର୍ବାଚିତ ହେବା ସୁନିଶ୍ଚିତ। କହିବାକୁ ଗଲେ ୨ ଆସନ ମଧ୍ୟରୁ ଗୋଟିଏ ସିଟ୍ ବିଜେପି  ସହଜରେ ଦଖଲ କରିନେବ। ମାତ୍ର ସଂଖ୍ୟା ଖେଳ ଲାଗି ଫସିଯାଇଛି ଦ୍ୱିତୀୟ ଆସନ। 


ଦ୍ୱିତୀୟ ଆସନ ଲାଗି କଂଗ୍ରେସ ପକ୍ଷରୁ ଗାନ୍ଧୀ ପରିବାରର ବିଶ୍ୱସ୍ତ ଅଜୟ ମାକେନ ନିର୍ବାଚନ ଲଢୁଛନ୍ତି। ତାଙ୍କ ବିପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିନୋଦ ଶର୍ମା ପୁଅ କାର୍ତ୍ତିକେୟ ଶର୍ମାଙ୍କୁ ଛିଡା଼ କରିଛନ୍ତି। ଯାହା ଫଳରେ ଦ୍ୱିତୀୟ ଆସନରେ ରୋଚକପୂର୍ଣ୍ଣ ମୁକାବିଲା ଅନୁଷ୍ଠିତ ହେବାକୁ ଯାଉଛି। କାର୍ତ୍ତିକେୟ ଶର୍ମାଙ୍କୁ ଜେଜେପି ସମର୍ଥନ ଘୋଷଣା କରିବା ପରେ ଦଳୀୟ ବିଧାୟକଙ୍କୁ ନେଇ ରାଜନୈତିକ ଘୋଡାବ୍ୟାପାର କରାଯାଇ ପାରେ ବୋଲି ସନ୍ଦେହ କରୁଛି କଂଗ୍ରେସ। ହରିୟାଣା କଂଗ୍ରେସ ବିଧାୟକଙ୍କୁ ଛତିଶଗଡ ନାଁ ରାଜସ୍ଥାନ ଅଭିମୁଖେ ନିଆଯିବା ସେ ନେଇ କୌଣସି ଖବର ମିଳିନାହିଁ। 


Also Read: Rajya Sabha Election 2022: ଘାରିଲା ପରାଜୟ ଭୟ; ରାଜ୍ୟ ବାହାରେ ରହିବେ କଂଗ୍ରେସ ବିଧାୟକ