ଭୁବନେଶ୍ୱର: ସେପ୍ଟେମ୍ବର ୩୦ରେ ହୋଇଥିବା ପିପିଲି ବିଧାନସଭା ଉପନିର୍ବାଚନରେ ମତଦାନ ହାର ୭୮.୨୫% ରହିଥିଲା। ୨୦୦୦ରୁ ୨୦୧୯ ମସିହା ପର୍ଯ୍ୟନ୍ତ ପିପିଲିରେ ୫ଟି ବିଧାନସଭା ନିର୍ବାଚନ ହୋଇଥିବାବେଳେ ବିଜେଡି ପକ୍ଷରୁ ପ୍ରଦୀପ ମହାରଥୀ ହିଁ ପ୍ରାର୍ଥୀ ହେଉଥିଲେ। କିନ୍ତୁ କୌଣସି ଗୋଟିଏ ଥର ବି ଏତେ ପରିମାଣରେ ମତଦାନ ହୋଇନାହିଁ, ଯାହା ଚଳିତ ଉପନିର୍ବାଚନରେ ହୋଇଛି। ତେବେ ଆସନ୍ତୁ ଜାଣିବା ପିପିଲି ଇଲେକ୍ସନର ଇତିହାସ...
 
ଶେଷଥର ପାଇଁ ୧୯୯୫ ମସିହାରେ ପିପିଲିରେ ୮୨.୩ ପ୍ରତିଶତ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ଓ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କୁ ବିଜୟୀ କରାଇଥିଲେ। ୨୦୦୦ ମସିହାରୁ ନିୟମିତ ଭାବେ ବିଜେଡି ନେତା ପ୍ରଦୀପ ମହାରଥୀ ବିଜୟୀ ହେଉଥିଲେ ମଧ୍ୟ ମତଦାନ ହାର ଅପେକ୍ଷାକୃତ କମ୍ ରହିଛି। ମହାରଥୀଙ୍କ ଅକାଳ ମୃତ୍ୟୁ ଯୋଗୁ ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ହୋଇଛି।


COMMERCIAL BREAK
SCROLL TO CONTINUE READING

Also Read: କାହା ମୁଣ୍ଡରେ ସୁନା କଳସ? ଆଜି ପିପିଲି ଉପନିର୍ବାଚନ ଫଳାଫଳ


ତେବେ ପିପିଲି ବିଧାନସଭା ନିର୍ବାଚନରେ ମତଦାନ ହାର ୨୦୦୦ ମସିହାରେ ୭୦.୮% ଥିବାବେଳେ ପ୍ରଦୀପ ମହାରଥୀ ୨୨,୭୨୬ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ସେହିପରି ବିଜେଡି ନେତା ମହାରଥୀ ୨୦୦୪ ନିର୍ବାଚନରେ ମତଦାନ ହାର ୭୩.୪ ପ୍ରତିଶତ ଥିବାବେଳେ ୧୦,୬୧୨ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ୨୦୦୯ ବିଧାନସଭା ନିର୍ବାଚନରେ ୭୩.୪ ପ୍ରତିଶତ ମତଦାନ ହୋଇଥିବା ବେଳେ ୧୨, ୫୦୫ ଖଣ୍ଡ ଭୋଟରେ ପୁଣି ଥରେ ମହରଥୀ ବିଧାୟକ ହୋଇଥିଲେ।


ସେହିପରି ୨୦୧୪ ନିର୍ବାଚନରେ ୭୭.୪% ମତଦାନ ହାର ଓ ୩୩,୪୭୪ ଖଣ୍ଡ ଭୋଟ ଏବଂ ୨୦୧୯ ନିବାଚନରେ ୭୬% ମତଦାନ ହାର ଓ ୧୫,୭୮୭ ଖଣ୍ଡ ଭୋଟରେ ମହାରଥୀ ବିଜୟୀ ହୋଇଥିଲେ। ତାଙ୍କର ଅକାଳ ମୃତ୍ୟୁ ଯୋଗୁ ଏହି ଆସନରେ ଉପନିର୍ବାଚନରେ ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥୀ ହୋଇଛନ୍ତି। ମଇଦାନରେ ୧୦ ଜଣ ପ୍ରାର୍ଥୀ ଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ ରୁଦ୍ର ପ୍ରତାପଙ୍କ ମଧ୍ୟରେ ହିଁ ଲଢ଼େଇ ହୋଇଛି।