VK Pandian: ଭୁବନେଶ୍ୱର: ଷଷ୍ଠଥର ପାଇଁ ବିଜୁ ଜନତା ଦଳ ସରକାର କ୍ଷମତାସୀନ ହେଲେ ଯୁବାବର୍ଗଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କା ବଜେଟ ବ୍ୟୟ କରିବେ। ନୂଆ ନୀତି କରି ଯୁବଶକ୍ତିଙ୍କୁ ସକ୍ଷମ ଓ ସଶସ୍ତ କରିବେ। ଯେଉଁଭଳି ଭାବେ ମିଶନ ଶକ୍ତି ପ୍ରତି ଦିନ ନୂଆ ସଫଳତା ସାଉଁଟୁଛି ଠିକ୍‍ ସେମିତି ଯୁବବର୍ଗଙ୍କ ଲାଗି ଯୋଜନା ରୂପାୟନ ହେବେ ବୋଲି ସୂଚନା ଦେଇଛନ୍ତି ବିଜୁ ଜନତା ଦଳର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭିକେ ପାଣ୍ଡିଆନ୍‍। 


COMMERCIAL BREAK
SCROLL TO CONTINUE READING

ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସୂଚନା ଦେଇ ସେ କହିଛନ୍ତି, ଯୁବ ପିଢ଼ିଙ୍କ ପାଇଁ ନବୀନ ସୁବର୍ଣ୍ଣ ଯୁଗ ଆଣିବେ l ଆଗାମୀ ୧୦ ବର୍ଷ ଯୁବ ପିଢ଼ିଙ୍କ ପାଇଁ ୫ଟି ଗ୍ୟାରେଣ୍ଟି ଆଣିଛନ୍ତି। ବିଜେପି ନିର୍ବାଚନ ଇସ୍ତାହାରରେ ଖୋଜିଲେ ବି ଯୁବପିଢିଙ୍କ ପାଇଁ କିଛି ନାହିଁ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବପିଢିଙ୍କ ଦ୍ଵାରା ବିକଶିତ ଓଡିଶା ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି  ବୋଲି କହିଛନ୍ତି ପାଣ୍ଡିଆନ। 
ଶ୍ରୀ ପାଣ୍ଡିଆନ କହିଛନ୍ତି ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା  ୧ ଲକ୍ଷ କୋଟିର ଯୁବ ବଜେଟ ଆଣିବ। ଯୁବକଙ୍କ ପାଇଁ ୧୦ ବର୍ଷରେ ଖର୍ଚ୍ଚ ହେବ ଏହି ଅର୍ଥ। ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିରୁ ୧ ହଜାର କୋଟି ଟଙ୍କା ଛାତ୍ର ଛାତ୍ରୀଙ୍କ ମତାମତ ଆଧାରରେ ଖର୍ଚ୍ଚ ହେବ। ଦେଶର ପ୍ରଥମ ରାଜ୍ୟ ଭାବେ ଏଭଳି ଯୋଜନା କରିଛି ଓଡ଼ିଶା। ରାଜ୍ୟର ଯୁବକଙ୍କୁ ବିଶ୍ବସ୍ତରୀୟ ସୁବିଧା ଦେବାକୁ ପ୍ଲାନ୍ କରାଯାଇଛି। ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ରୋଜଗାର ବୃଦ୍ଧି ପାଇଁ ଯୋଜନା ରହିଛି। ଯୁବ  ପୀଢ଼ିଙ୍କ ଜରିଆରେ ନୂଆ ଓଡିଶା ଗଠନ ପାଇଁ ଲକ୍ଷ ରଖିଛନ୍ତି ସରକାର । ବହୁ ପୂର୍ବରୁ ଏହି ଯୋଜନା ଆରମ୍ଭ ହୋଇଛି । ସେହି କ୍ରମରେ ସ୍କୁଲ ରୂପାନ୍ତରଣ, କଲେଜ ରୂପାନ୍ତରଣ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ୮ ହଜାର ସ୍କୁଲ ରୂପାନ୍ତରଣ ହୋଇଛି। ୧ ହଜାର କଲେଜ ବି ରୂପାନ୍ତରଣ ହୋଇଛି। 


ଆଗକୁ ବି କଲେଜ ରୂପାନ୍ତରଣ ଜାରି ରହିବ। ଘରୋଇ ସ୍କୁଲ ଅପେକ୍ଷା ସରକାରୀ ସ୍କୁଲ ରେ ଅଧିକ ସୁବିଧା ମିଳିବ। ଦକ୍ଷତା ବିକାଶରେ ଓଡ଼ିଶା ଏକ ନମ୍ବର ହୋଇଛି। ମୁଖ୍ୟମନ୍ତ୍ରୀ ଯୁବ ପୀଢ଼ିଙ୍କ ସହିତ ରହିଛନ୍ତି। ଯୁବ ପିଢ଼ି ମୁଖ୍ୟମନ୍ତ୍ରୀଙ୍କୁ ଆଶିର୍ବାଦ କରିବାକୁ ଅପିଲ କରିଛନ୍ତି ଭିକେ ପାଣ୍ଡିଆନ। 2024 ରୁ 2034 ଯାଏ 10 ବର୍ଷ ଭିତରେ ଓଡିଶା ସବୁ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଥିବା ସେ ସୂଚନା ଦେଇଛନ୍ତି। 


ଯୁବାବର୍ଗଙ୍କ ଭୋଟ୍‍ ହାସଲ କରିବା ତଥା ନିଜ ମନୋବଳ ଜିତିବା ଲାଗି ପୂର୍ବରୁ ନୂଆ ଓ, ସ୍ୱଥନ୍ତ୍ର ଶିକ୍ଷାବୃତ୍ତି, ମ୍ୟାଜିକ୍‍ କାର୍ଡ ଭଳି ଯୋଜନା ସରକାର କରିଛନ୍ତି। ଏହିସବୁ ଯୋଜନା ପିଲାଙ୍କୁ ସହାୟତା ଅପେକ୍ଷା ଅଧିକ ବିଶୃଙ୍ଖଳିତ କରୁଛି ବୋଲି ମତ ପ୍ରକାଶ ପାଇଛି।