ଲକ୍ଷ୍ନୌ: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଶେଷ ହେବା ପରେ ସମାଜବାଦୀ ପାର୍ଟିରେ  ସୃଷ୍ଟି ହୋଇଥିବା  ଦଳୀୟ ଅସନ୍ତୋଷ ଥମିବାର ନାଁ  ଧରୁନାହିଁ।  ଦଳୀୟ  ମଙ୍ଗୁଆଳ  ତଥା  ପୁତୁରା ଅଖିଲେଶ  ଯାଦବଙ୍କ ଉପରେ ଅସନ୍ତୁଷ୍ଟ  ହୋଇଉଠିଛନ୍ତି ଦଳର ବରିଷ୍ଠ ନେତା ତଥା ତାଙ୍କ ଚାଚା  ଶିବପାଲ ଯାଦବ।  ଉଭୟଙ୍କ ମଧ୍ୟରେ  ରାଜନୈତିକ  ସମ୍ପର୍କ  ଦିନକୁ ଦିନ ତିକ୍ତ ହୋଇଉଠୁଛି। 


COMMERCIAL BREAK
SCROLL TO CONTINUE READING

ପୁତୁରା ଅଖିଲେଶ  ଯାଦବଙ୍କ ଉପରେ  ଅସନ୍ତୁଷ୍ଟ  ହୋଇଉଠିଥିବା  ଚାଚା  ଶିବପାଲ ଯାଦବ କହିଛନ୍ତି  ଯଦି  ତାଙ୍କୁ ଲାଗୁଛି ଯେ ମୁଁ  ବିଜେପି  ସହ  ଅଛି ତାହେଲେ ମୋତେ   ଦଳରୁ  ବାହାର କରି  ଦିଆଯାଉ।   


ନିକଟରେ  ଆଗ୍ରା  ଠାରେ ଅନୁଷ୍ଠିତ ହୋଇଥିବା ଏକ  କାର୍ଯ୍ୟକ୍ରମରେ ଯୋଗ  ଦେବା  ଅବସରରେ ସମାଜବାଦୀ ପାର୍ଟି  ଅଧ୍ୟକ୍ଷ ଅଖିଲେଶ  ଯାଦବ  କହିଥିଲେ  ଯେ ଚାଚା ଶିବପାଲ ଯାଦବ ବିଜେପି  ସହ ଯୋଗାଯୋଗରେ  ଅଛନ୍ତି। ପୁତୁରା ଅଖିଳେଶଙ୍କ ଏହି ବୟାନକୁ  ଦାୟିତ୍ୱହୀନ ମନ୍ତବ୍ୟ ବୋଲି କହିଛନ୍ତି କହିଥିଲେ ଚାଚା  ଶିବପାଲ।  


ଏନେଇ  ଜବାବ ରଖି ସେ କହିଥିଲେ ଯେ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ  ସମାଜବାଦୀ ପାର୍ଟି  ଚିହ୍ନରେ ନିର୍ବାଚନ ଲଢି  ବିଧାୟକ  ଭାବେ ନିର୍ବାଚିତ ହୋଇଛି।  ଯଦି  ତାଙ୍କୁ ଲାଗୁଛି ଯେ ମୁଁ  ବିଜେପି  ସହ  ଅଛି ତାହେଲେ ମୋତେ  ବିଧାନ ମଣ୍ଡଳ  ଦଳରୁ  ବାହାର  କରି ଦିଆଯାଉ।  ଦଳରୁ ମୋତେ ବାହାର କରିବାରେ  ଅଖିଲେଶ ଯାଦଦ ଡେରି  ନ କରନ୍ତୁ।  ସେ ଯେଉଁଭଳି ବୟାନ  ଦେଇଛନ୍ତି  ସେ ମୋତେ  ଦଳରୁ  ବାହାର କରିପାରନ୍ତି।   ମୁଁ କୌଣସି ସହଯୋଗୀ ଦଳ ନୁହେଁ।ମୁଁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଛି।  ମୁଁ ଦଳର ୧୧୧ ବିଧାୟକଙ୍କ ମଧ୍ୟରୁ ଅନ୍ୟତମ।   ସେ ମୋତେ ଦଳରୁ ବାହାର କରିପାରନ୍ତି।  


Also Read: UP Politics: ଅଖିଲେଶ ଯାଦବଙ୍କୁ ମିଳିପାରେ ବଡ଼ ଝଟକା


ଦଳର ବରିଷ୍ଠ ନେତା ଆଜମ ଖାନଙ୍କ ପ୍ରତି ସମାଜବାଦୀ ପାର୍ଟି ପ୍ରତି କରାଯାଉଥିବା ବ୍ୟବହାରକୁ  ସମାଲୋଚନା କରିଛନ୍ତି  ଶିବପାଲ ଯାଦବ।   ବୁଧବାର  ରାଷ୍ଟ୍ରୀୟ ଲୋକ  ଦଳ ଅଧ୍ୟକ୍ଷ ଜୟନ୍ତ  ଚୌଧୁରୀ  ଆଜମ ଖାନଙ୍କ ପରିବାରକୁ ଭେଟିଥିଲେ।  ଏହି ସାକ୍ଷାତକାର ଉପରେ ପ୍ରତିକ୍ରିୟା ରଖି ଚାଚା ଶିବପାଲ କହିଛନ୍ତି  ରାଜନୀତିରେ ସୌଜନ୍ୟମୂଳକ ସାକ୍ଷାତକାର ହୋଇଥାଏ।  ମୁଁ ତାଙ୍କ  ପରିବାରକୁ ଯଥାଶୀଘ୍ର ଭେଟିବା ପାଇଁ  ଚେଷ୍ଟା କରୁଛି।  ତାଙ୍କ ପରିବାର ମୋ ସହ ଯୋଗାଯୋଗରେ ରହିଛି।  ନିର୍ବାଚନ ପୂର୍ବରୁ ମୁଁ ଆଜମ ଖାନଙ୍କୁ ଜେଲ ପରିସରରେ ଭେଟିଥିଲି।  ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ  ନଥିଲା।  ତାଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ସହ ଯେଉଁ ବ୍ୟବହାର କରାଯାଉଛି ତାହା ଠିକ ନୁହେଁ।  ରାଜନୀତିରେ ଏଭଳି ପ୍ରତିଶୋଧ ମୂଳକ  ଘଟଣା ହେବା  ଠିକ ନୁହେଁ।