ଭୁବନେଶ୍ୱର:  ବିଜେଡିର ଷଷ୍ଠ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକାରେ ୬ ଜଣ ବିଧାୟକଙ୍କ ନାଁ କଟିଛି। ସର୍ଭେକ୍ଷଣ ରିପୋର୍ଟ ଏବଂ ଲୋକପ୍ରିୟତାକୁ ଆଧାର କରି ବିଜୁ ଜନତା ଦଳ ଏହି ନିଷ୍ପତ୍ତି ନେଇଥିବା ଦଳର ବରିଷ୍ଠ ନେତାମାନେ କହୁଛନ୍ତି। ହେଲେ ଏହା ଦଳରେ ଅସନ୍ତୋଷ ଉଦ୍‍ଗୀରଣ କରିବ ବୋଲି ଆଲୋଚନା ହେଉଛି। କାରଣ ଏହି ଅସନ୍ତୁଷ୍ଟଙ୍କ ଭିତରୁ ଅନେକ ସଂଗଠନ ବିପକ୍ଷରେ କାମ କରିପାରନ୍ତି ବା ଅନ୍ୟ ଦଳକୁ ଡିଆଁ ମାରି ପାରନ୍ତି। ଯେଉଁ ଛଅ ବିଧାୟକଙ୍କ ନାଁ କଟିଛି ସେଥିରେ ରହିଛନ୍ତି, ଆନନ୍ଦପୁରର ଭାଗିରଥି ସେଠୀ, ସିମୁଳିଆର ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କେନ୍ଦ୍ରାପଡ଼ାର ଶଶିଭୂଷଣ ବେହେରା, ରେମୁଣାର ସୁଧାଂଶୁ ଶେଖର ପରିଡ଼ା, ବଡ଼ଚଣାର ଅମର ସତପଥି, ଏବଂ ଚମ୍ପୁଆର ମୀନାକ୍ଷୀ ମହନ୍ତ।


COMMERCIAL BREAK
SCROLL TO CONTINUE READING

ଏହି ଛଅ ବିଧାନସଭା ଆସନ ଭିତରୁ ଚମ୍ପୁଆ ଆସନ ବିଜେଡି ପାଇଁ କୌଣସି ଅସହଜ ପରିସ୍ଥିତି ସୃଷ୍ଟି କରିବ ନାହିଁ। କାରଣ ପୂର୍ବରୁ ଏଠାରୁ ନିର୍ବାଚିତ ବିଧାୟକ  ବର୍ତ୍ତମାନର ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ଙ୍କ କା’ ପ୍ରତିନିଧି ଭାବେ ଜଣାଯାଉଥିଲେ। ଅର୍ଥାତ୍‍ କେନ୍ଦୁଝରରେ  ସନାଙ୍କ ମାଧ୍ୟମରେ ବିଜେଡି ନିଜର ପ୍ରଭାବକୁ ବିସ୍ତାର କରିବା ସହଜ ହେବ। ସେହିପରି ବିଜେଡିରୁ ନିଲମ୍ବିତ ନେତା ତଥା ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଦଳ ଏଥା ଟିକଟ ଦେଇ ନାହିଁ। ତାଙ୍କ ବଦଳରେ ସରପଞ୍ଚ ବିଦ୍ୟାସ୍ମିତା ମହାଳିକଙ୍କୁ ପ୍ରାର୍ଥୀ କରିଛି।  ଏହା ଦଳରେ ଅସନ୍ତୋଷ ସୃଷ୍ଟି କରିବା ସ୍ୱଭାବିକ।


କିନ୍ତୁ ଦଳ ସବୁଠାରୁ ଅଧିକ ପ୍ରଭାବିତ ହେବ କେନ୍ଦ୍ରାପଡ଼ା ଓ ବଡ଼ଚଣାରେ।  କେନ୍ଦ୍ରାପଡ଼ାରେ ତ୍ରିମୁଖୀ ବିରୋଧକୁ ଦଳ ସାମ୍ନା କରିପାରେ। ଗୋଟିଏ ପଟେ ଅସନ୍ତୁଷ୍ଟ ପୁର୍ବତନ ବିଧାୟକ ଶଶୀଭୂଷଣ ବେହେରା। ତାଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ଜୟଦେବରୁ ୨୦୧୯ରେ ବାହାର କରି ଦଳ କେନ୍ଦ୍ରାପଡ଼ା ଆଣିଥିଲା। ଏବେ ନା ସେ ଜୟଦୋବରେ ରହିଲେ ନ କେନ୍ଦ୍ରାପଡ଼ାରେ ଥଇଥାନ ହେଲେ। ଅର୍ଥାତ୍‍ ତାଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେବା ସ୍ୱଭାବିକ। ଦ୍ୱିତୀୟ ବିରୋଧ ଦଳରୁ  ଅନ୍ୟତମ ବିଧାୟକ କିଶୋରଚନ୍ଦ୍ର ତରାଇ କରିପାରନ୍ତି। ସେ ୨୦୧୪ ମସିହାରେ ବିଧାୟକ ନିର୍ବାଚିତ ହୋଇଥିଲେ। ତା ପରେ ଦଳ ତାଙ୍କୁ ଦୁଇ ଥର ହେଲା ବାହାରେ ରଖିଛି। ତୃତୀୟ ବିରୋଧ ଦଳରୁ ନିକଟରେ ବାହାରି କଂଗ୍ରେସରେ ଯୋଗ ଦେଇଥିବା ସିପ୍ରା ମଲ୍ଲିକଙ୍କ ପକ୍ଷରୁ ହେବା ସ୍ୱଭାବିକ। ସେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିପାରନ୍ତି। ଗଣେଶ୍ୱରଙ୍କୁ କଂଗ୍ରେସରୁ ସେ ଜବାବ ଦେବେ ବୋଲି ଆଲୋଚନା ହେଉଛି।   ଏଣୁ ବିଜେଡିକୁ ଦୁର୍ବଳ  କରିବା ଲାଗି ଏ ତିନିଜଣଙ୍କ ପକ୍ଷରୁ ଆକ୍ରମଣ ହୋଇପାରେ।


ବଡ଼ଚଣାରେ ଦଳ ବରିଷ୍ଠ ନେତା ତଥା ବିଜେଡିର ପ୍ରତିଷ୍ଠାତା ସଦସ୍ୟଙ୍କୁ ଅଣଦେଖା କରିଛି। ଅମର ଶତପଥିଙ୍କୁ ଟିକଟ ନଦେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ପ୍ରାର୍ଥୀ କରିଛି।  ଅବଶ୍ୟ ଏଠାରେ ଦଳ କଂଗ୍ରେସକୁ ଦୁର୍ବଳ କରିବାରେ ପୂର୍ବରୁ ଭୂମିକା ନେଇଥିଲା। କଂଗ୍ରେସର ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ମହାପାତ୍ରଙ୍କୁ ଦଳ ବିଜେଡିକୁ ଆଣିବା ପରେ ତାଙ୍କ ସଂଗଠନ ବିଜେଡିରେ ବିଲୀନ ହୋଇଛି ବୋଲି ବିଶ୍ୱାସ କରାଯାଉଛି। କିନ୍ତୁ ବିଧାୟକ ପ୍ରାର୍ଥୀ ପାଇଁ ଆଶା ଥିବାରୁ ଉଭୟ ରାଜନାରାୟଣ ଏବଂ ଅମରଙ୍କ ପଟୁ ବିରୋଧ ହୋଇପାରେ। ଏପରି ପରିସ୍ଥିତିରେ ଯଦି ବିଜେପି ବା କଂଗ୍ରେସ ଭଲ ପ୍ରାର୍ଥୀ ଦିଅନ୍ତି ତେବେ ଭୋଟ  ଏକ ପାକ୍ଷିଆ  ବିଜେଡି ବିରୁଦ୍ଧରେ ଯିବା ଆଶଙ୍କା ରହିଛି।


Also Read- Varsha Priyadarishini ଗଡ଼ ରକ୍ଷା କରିପାରିବେ ତ ବର୍ଷା ?


Also Read- Sextuplets in Pakistan: ୪ପୁଅ ୨ଝିଅଙ୍କୁ ଜନ୍ମଦେଲେ ମହିଳା, ଆଶ୍ଚର୍ଯ୍ୟ ଡାକ୍ତର