ନୂଆଦିଲ୍ଲୀ: ଭାରତ-ଚୀନ ସୀମା (India-China border) ରେ ଉତ୍ତେଜନାକୁ ହ୍ରାସ କରିବା ଦିଗରେ ଏହି ସପ୍ତାହରେ ପ୍ରମୁଖ ବିକାଶ ଘଟିଛି । ଭାରତ-ଚୀନ୍ ପେଙ୍ଗୋଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରୁ ସୈନ୍ୟ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି । ଏହି ଅଞ୍ଚଳରେ ଚୀନ୍‌ର ଅତିକ୍ରମଣ ପରେ ଦୁଇ ଦେଶର ସୈନ୍ୟବାହିନୀ ମୁହାଁମୁହିଁ ହୋଇଥିଲେ । ବର୍ତ୍ତମାନ ଉଭୟ ଦେଶ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି । ତେବେ ସୀମାରେ ଏହି ଘଟଣା ପରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ (subramanian swamy ) ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କୁ ପ୍ରଶ୍ନ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-LPG ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା, ସବସିଡିକୁ ନେଇ ହେବ ବଡ଼ ପରିବର୍ତ୍ତନ!



ବିଜେପି ନେତା (BJP Leader) ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ (subramanian swamy) ଚୀନକୁ ନେଇ ମୋଦି ସରକାର (Modi government) ଙ୍କୁ ଘେରିଛନ୍ତି । ସ୍ୱାମୀ ଟ୍ୱିଟ୍ କରି କହିଛନ୍ତି ଯେ, ''୨୦୨୦ରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ 'କେହି ଆସି ନାହାଁନ୍ତି, କେହି ଯାଇ ନାହାଁନ୍ତି ।' ଚୀନ ଏହାକୁ ବହୁତ ପସନ୍ଦ କରିଥିଲା । କିନ୍ତୁ ଏହା ସତ ନଥିଲା । ପରେ ଜେନେରାଲ ନରୱାନେ ସୈନିକମାନଙ୍କୁ ଆଦେଶ ଦେଇଥିଲେ ଯେ ସେମାନେ LAC ପାର ହୋଇ ପେଙ୍ଗୋଙ୍ଗ ହ୍ରଦକୁ ନିୟନ୍ତ୍ରଣକୁ ନେଉ ଯାହା ଦ୍ୱାରା ଚାଇନାର ପୋଷ୍ଟଗୁଡିକ ଉପରେ ନଜର ରଖାଯାଇପାରିବ । ବର୍ତ୍ତମାନ ଆମେ ସେଠାରୁ ପଛକୁ ହଟୁଛୁ, କିନ୍ତୁ ଡେପସଙ୍ଗରୁ ଚୀନ୍‌ର ପଛକୁ ହଟିବା କ’ଣ ହେଲା? ଏପର୍ଯ୍ୟନ୍ତ ହୋଇନାହିଁ । ଚୀନ୍ ବହୁତ ଖୁସି ଅଛି ।''