Rahul Gandhi Disqualification: ମାର୍ଚ୍ଚ ୨୪ ତାରିଖ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ କରି ଦିଆଯାଇଛି। ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ସମ୍ପର୍କରେ ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଗତ ୨୦୧୯ ବର୍ଷର ଏକ ମାନହାନୀ ମାମଲାରେ ଗୁଜୁରାଟସ୍ଥିତ ସୁରଟ କୋର୍ଟ ତାଙ୍କୁ ଦଣ୍ଡିତ କରିବା ପରେ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ବାତିଲ ହୋଇଯାଇଥିଲା। ମାନହାନୀ ମାମଲାରେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ହେଲେ ତଥାପି ତାଙ୍କୁ ସେହି ମାମଲାରେ ଜାମିନ ମିଳିସାରିଛି। 


COMMERCIAL BREAK
SCROLL TO CONTINUE READING

ହେଲେ ରାହୁଲ ଗାନ୍ଧୀଙ୍କୁ (Rahul Gandhi) ଜାମିନ ମିଳିଯିବା ପରେ ସେ କେଉଁ ପର୍ଯ୍ୟନ୍ତ ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଯୋଗ୍ୟ ହେବେ? ଏନେଇ ଜଣେ ବିଶେଷଜ୍ଞ କହିଛନ୍ତି ଯେ ଆଇନଗତ ବ୍ୟବସ୍ଥା ଅନୁଯାୟୀ ରାହୁଲ ଗାନ୍ଧୀ ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ୮ ବର୍ଷ ପାଇଁ ଅଯୋଗ୍ୟ ହୋଇପାରନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ନିର୍ବାଚନ ଆୟୋଗର ପୂର୍ବତନ ଅଧିକାରୀ ତଥା ନିର୍ବାଚନ ଆଇନ ଉପରେ ବିଶେଷଜ୍ଞ କହିଛନ୍ତି ଯେ ଯଦି ଉଚ୍ଚ ନ୍ୟାୟାଳୟ ରାହୁଲ ଗାନ୍ଧୀଙ୍କ ଦୋଷୀ ସାବ୍ୟସ୍ତ ନହୁଅନ୍ତି, ତାହେଲେ ସେ ୮ ବର୍ଷ ଧରି ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ।


Also Read: Rahul Gandhi Disqualified: ସାଂସଦ ପଦ ହରାଇଲେ ରାହୁଲ ଗାନ୍ଧୀ, ପ୍ରତିକ୍ରିୟା ରଖିଲେ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା


ଲୋକ ପ୍ରତିନିଧି ଅଧିନିୟମ ୧୯୫୧ (Representation of the People Act, 1951) ଧାରା ୮ ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟତା ୮ ବର୍ଷର ହେବ। ଏହି ୮ ବର୍ଷ ମଧ୍ୟରୁ ୨ ବର୍ଷ କାରାଦଣ୍ଡ ଏବଂ ଅବଶିଷ୍ଟ ୬ ବର୍ଷ ତାଙ୍କ ମୁକ୍ତି ହିସାବରେ ଗଣାଯିବ। ଯାହା ଆଇନରେ ଧାର୍ଯ୍ୟ କରାଯାଇଛି। ଦୁଇ ବର୍ଷ କିମ୍ବା ଏହା ଠାରୁ ଅଧିକ ଜେଲଦଣ୍ଡ ଆଇନ ଅନୁଯାୟୀ ଅଯୋଗ୍ୟତା ପ୍ରଦାନ କରିଥାଏ। ଯଦି ଜଣେ ଉଚ୍ଚ ନ୍ୟାୟାଳୟ ଦୋଷୀ ସାବ୍ୟସ୍ତ ନ ହେଲେ ସେ ମୋଟ  ୮ ବର୍ଷ ପାଇଁ ଅଯୋଗ୍ୟ ହୋଇଯିବେ ବୋଲି ବିଶେଷଜ୍ଞ କହିଛନ୍ତି।


Also Read: Rahul Gandhi: ସାଂସଦ ପଦ ହରାଇ ପାରନ୍ତି ରାହୁଲ ଗାନ୍ଧୀ! ଜାଣନ୍ତୁ ପୁରା ଘଟଣାକ୍ରମ


ନିଜ ନାମ ଗୋପନ ରଖିବା ସର୍ତ୍ତରେ ଆଇନ ବିଶେଷଜ୍ଞ ଜଣଙ୍କ ଏହା ମଧ୍ୟ କହିଛନ୍ତି ଯେ ବୈଷୟିକ ଦୃଷ୍ଟିକୋଣରୁ ନିର୍ବାଚନ ଆୟୋଗ କେରଳ ୱାୟାନାଡ ଲୋକସଭା ଆସନରେ ଉପନିର୍ବାଚନ କରିପାରିବେ। କାରଣ ବର୍ତ୍ତମାନର ଲୋକସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ଜୁନ୍ ମାସରେ ଶେଷ ହେବ। ଯାହାର ଅବଧି ଆହୁରି ବର୍ଷେରୁ ଅଧିକ ସମୟ ବାକି ରହିଛି। ଯଦି ଗୃହର ଅବଶିଷ୍ଟ କାର୍ଯ୍ୟକାଳ ଏକ ବର୍ଷରୁ କମ୍, ତାହେଲେ ବିଧାନସଭା କିମ୍ବା ସଂସଦ ଉପ-ନିର୍ବାଚନ ସ୍ଥଗିତ ରଖାଯିବ। ଏହି ଦଣ୍ଡାଦେଶ ବିରୋଧରେ ଅପିଲ ଦାଖଲ କରିବାକୁ ସୁରଟ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୩୦ ଦିନ ସମୟ ଦେଇଥିବାରୁ ନିର୍ବାଚନ ଆୟୋଗ ଉପନିର୍ବାଚନ କରିବା ଉପରେ ନିଷ୍ପତ୍ତି ନେବାକୁ ଅପେକ୍ଷା କରିପାରନ୍ତି। ଲୋକସଭା ସଚିବଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ୨୩ ମାର୍ଚ୍ଚ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଛି।