Rahul Gandhi Disqualified: ସାଂସଦ ପଦ ହରାଇଲେ ରାହୁଲ ଗାନ୍ଧୀ, ପ୍ରତିକ୍ରିୟା ରଖିଲେ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା
Advertisement
Article Detail0/zeeodisha/odisha1625082

Rahul Gandhi Disqualified: ସାଂସଦ ପଦ ହରାଇଲେ ରାହୁଲ ଗାନ୍ଧୀ, ପ୍ରତିକ୍ରିୟା ରଖିଲେ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା

Rahul Gandhis Disqualification Case:  ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ଚାଲିଯିବା କଂଗ୍ରେସ ପାଇଁ କୌଣସି ବଡ଼ ଝଟକା ଠାରୁ କମ୍ ନୁହେଁ। ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ନାମରେ ଏକ ଟ୍ୱିଟର ହ୍ୟସଟ୍ୟାଗ ଟ୍ରେଣ୍ଡ କରିବାରେ ଲାଗିଛି। 

Rahul Gandhi Disqualified: ସାଂସଦ ପଦ ହରାଇଲେ ରାହୁଲ ଗାନ୍ଧୀ, ପ୍ରତିକ୍ରିୟା ରଖିଲେ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା

Congress MP Rahul Gandhi: ସାଂସଦ ପଦ ହରାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏକ ମାନହାନି ମାମଲାରେ ଗୁଜରାଟ ସୁରଟସ୍ଥିତ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଏହି ମାମଲାରେ ଜାମିନ ଦେବା ଏବଂ ହାଇକୋର୍ଟ ଠାରେ ଆବେଦନ କରିବାକୁ ୩୦ ଦିନର ସମୟ ଦେଇଛନ୍ତି। ଅନ୍ୟପକ୍ଷରେ ୨ ବର୍ଷ କିମ୍ବା ଏହା ଠାରୁ ଅଧିକ ଦଣ୍ଡର ନିୟମ ଅନୁଯାୟୀ ରାହୁଲ ଗାନ୍ଧୀଙ୍କୁ ସଂସଦର ସଦସ୍ୟତାରୁ ବଞ୍ଚିତ କରାଯାଇଛି। ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ହରାଇବା ପ୍ରସଙ୍ଗ ଏବେ ସୋସିଆଲ ମିଡ଼ିଆ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏପରିକି ରାହୁଲ ଗାନ୍ଧୀ ନାମରେ ଏକ ଟ୍ୱିଟର ହ୍ୟସଟ୍ୟାଗ ଟ୍ରେଣ୍ଡ କରିବାରେ ଲାଗିଛି। ରାଜନୈତିକ ମହଲରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି।

ରାହୁଲ ଗାନ୍ଧୀ ସାଂସଦ ପଦ ହରାଇବା (Rahul Gandhis Disqualification) ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Former Maharashtra Chief Minister) ତଥା କଂଗ୍ରେସ ନେତା ପୃଥିରାଜ ଚୌହ୍ୱାଣ (Congress Leader Prithviraj Chauhan)। ଏନେଇ କଂଗ୍ରେସ ନେତା ଜଣଙ୍କ କହିଛନ୍ତି, " ଜଣେ ସାଂସଦ ଭାବରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଦିଆଯିବା ମାତ୍ରେ ଆମକୁ ଏହା ଜଣା ପଡିଛି। କାହାର ସାଂସଦ ପଦ ରଦ୍ଦ କରିବା ପାଇଁ ଏହା ଆବଶ୍ୟକ। ସେମାନେ ୬ ମାସ କିମ୍ବା ୧ ବର୍ଷର ଜେଲ ଦଣ୍ଡ ଘୋଷଣା କରିପାରିଥାନ୍ତେ। ହେଲେ ସେମାନେ ୨ ବର୍ଷର ଦଣ୍ଡର ମିଳିଛି। ଯାହାର ଅର୍ଥ ହେଉଛି ସେମାନଙ୍କର ଆଗକୁ ଯୋଜନା ରହିଛି। ସେମାନେ ଆଜି ମଧ୍ୟ ଏହା କରିଛନ୍ତି। ମୁଁ ଏହି କାର୍ଯ୍ୟକୁ ନିନ୍ଦା କରୁଛି। ଯାହା ଦର୍ଶାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ରାହୁଲ ଗାନ୍ଧୀଙ୍କୁ କେତେ ଭୟ କରୁଛନ୍ତି।

Also Read: Rahul Gandhi: ସାଂସଦ ପଦ ହରାଇ ପାରନ୍ତି ରାହୁଲ ଗାନ୍ଧୀ! ଜାଣନ୍ତୁ ପୁରା ଘଟଣାକ୍ରମ

ରାହୁଲ ଗାନ୍ଧୀଙ୍କ ସାଂସଦ ପଦ (Rahul Gandhis Parliament Membership) ଚାଲିଯିବା କଂଗ୍ରେସ (Congress) ପାଇଁ କୌଣସି ବଡ଼ ଝଟକା ଠାରୁ କମ୍ ନୁହେଁ। ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ (Rahul Gandhi) ନାମରେ ଏକ ଟ୍ୱିଟର ହ୍ୟସଟ୍ୟାଗ ଟ୍ରେଣ୍ଡ (Trending Twitter Hashtag) କରିବାରେ ଲାଗିଛି। ଏହି ନିଷ୍ପତ୍ତି ଉପରେ ଖୁସି ବ୍ୟକ୍ତ କରି କିଛି ଲୋକ ରାହୁଲ ଗାନ୍ଧୀଙ୍କୁ ପରିହାସ କରୁଥିବାବେଳେ, ଅନ୍ୟ କେତେକ କହିଛନ୍ତି ଯେ ସେ, ରାଜନୀତିର ଶୀକାର ହୋଇଛନ୍ତି। ଆଜି ପୁଣି ଥରେ ଟାଟା ବାୟ ବାୟ ସହ ରାହୁଲ ଗାନ୍ଧୀଙ୍କ ସେହି ମୀମ୍ସ ଭିଡିଓ ଭାଇରାଲ (Rahul Gandhis Memes Video) ହେବାରେ ଲାଗିଛି। 

ଆଇନଗତ ବ୍ୟବସ୍ଥା ଅନୁଯାୟୀ, ଯଦି କୌଣସି ସାଂସଦ କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ କିମ୍ବା ଏହା ଠାରୁ ଅଧିକ ଦଣ୍ଡରେ ଦଣ୍ଡିତ ହୁଅନ୍ତି, ତାହେଲେ ତାଙ୍କର ସଦସ୍ୟତାକୁ ଅଯୋଗ୍ୟ ଘୋଷଣା କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ନିୟମ ଅନୁଯାୟୀ ରାଜନେତା ଦଣ୍ଡାଦେଶ ଅବଧି ମଧ୍ୟରେ ରାଜନେତା କୌଣସି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ରାଜନୈତିକ ଦୃଷ୍ଟିକୋଣରୁ ଏହି ନିଷ୍ପତ୍ତି ରାହୁଲ ଗାନ୍ଧୀଙ୍କ ଲାଗି କୌଣସି ବଡ଼ ଝଟକା ଠାରୁ କମ ନୁହେଁ।