ନୂଆଦିଲ୍ଲୀ: Vice President Jagdeep Dhankhar: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର (Jagdeep Dhankhar) ଦେଶର ନୂଆ ଉପରାଷ୍ଟ୍ରପତି (Vice President of India) ହେବେ । ସେ ନିଜ ପ୍ରତିଦ୍ୱନ୍ଦ୍ୱୀ ତଥା ବିରୋଧୀ ପ୍ରାର୍ଥୀ ମାର୍ଗେଟ ଆଲଭା (Margaret Alva) ଙ୍କୁ ୩୪୬ ଭୋଟରେ ପରାସ୍ତ କରିଛନ୍ତି । ଧନଖର ୫୨୮ ଭୋଟ୍ ପାଇଥିବାବେଳେ ମାର୍ଗେଟ ମାତ୍ର ୧୮୨ ଭୋଟ ପାଇଛନ୍ତି । ଶନିବାର ସଂସଦରେ ଉପରାଷ୍ଟ୍ରପତି ନିର୍ବାଚନ ( Vice Presidential Election 2022) ପାଇଁ ୭୮୦ ଜଣଙ୍କ ମଧ୍ୟରୁ ମୋଟ ୭୨୫ ସାଂସଦ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ । ଟିଏମସିର ୩୪ ସାଂସଦ, ଦୁଇଜଣ ଏସପି ଓ ଶିବସେନା ଏବଂ ବିଏସପିରୁ ଜଣେ ସାଂସଦ ମତଦାନରୁ ବିରତ ରହିଥିଲେ ।


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁଛୁ ଯେ, ଭାରତୀୟ ଜନତା ପାର୍ଟି (BJP) ଜଗଦୀପ ଧନଖରଙ୍କ ନାମ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରି ସମସ୍ତଙ୍କୁ ଚକିତ କରାଇଦେଇଥିଲା । ଜଗଦୀପ ଧନଖର ରାଜସ୍ଥାନର ବାସିନ୍ଦା ଓ ଜଣେ କୃଷକ ପରିବାରରୁ ଆସନ୍ତି । ତାଙ୍କ ନାମ ଘୋଷଣା କରିବା ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ଜଣେ କୃଷକ ପୁଅ ବୋଲି ସମ୍ବୋଧନ କରିଥିଲେ । ତେବେ କ'ଣ ବିଜେପିର ନଜର ୨୦୨୩ରେ ରାଜସ୍ଥାନରେ ଓ ୨୦୨୪ରେ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ରହିଛି କି?


ରାଜସ୍ଥାନର ଝୁଞ୍ଜୁନୁ ଜିଲ୍ଲାର କିଠାନା ଗାଁର ଏକ କୃଷକ ପରିବାରରେ ଜନ୍ମିତ ଜଗଦୀପ ଧନକର କୃଷକଙ୍କ ମଧ୍ୟରେ ବହୁତ ପ୍ରଭାବ ରହିଛି ଓ ସୁପ୍ରିମକୋର୍ଟର ଜଣେ ଜଣାଶୁଣା ଓକିଲ ତଥା ରାଜନେତା ଭାବରେ କାର୍ଯ୍ୟ କରିଛନ୍ତି । ହରିୟାଣାର କୃଷକ ନେତା ଭାବରେ ଜଣାଶୁଣା ଚୌଧୁରୀ ଦେବୀ ଲାଲ (Chaudhary Devi Lal) ଙ୍କ ସହ ଧନଖର ନିକଟତର ରହିଥିଲେ ଓ ତାଙ୍କ ସମୟର ଅଧିକାଂଶ ଜାଟ ନେତାଙ୍କ ପରି ଧନଖର ମୂଳତଃ ଦେବୀ ଲାଲଙ୍କ ସହ ଜଡିତ ଥିଲେ । ଧନଖର ସେତେବେଳେ ଜଣେ ଯୁବ ଆଇନଜୀବୀ, ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ଯେତେବେଳେ ଦେବିଲାଲ ତାଙ୍କୁ କଂଗ୍ରେସର ଗଢ଼ ରହିଥିବା ଝୁଞ୍ଜୁନୁ ସଂସଦୀୟ ନିର୍ବାଚନମଣ୍ଡଳୀରୁ ବିରୋଧୀ ପ୍ରାର୍ଥୀ ଭାବରେ ମୈଦାନକୁ ଓହ୍ଲାଇଥିଲେ ଓ ଧନଖର ଜିତିଥିଲେ ।


ଭିପି ସିଂ (VP Singh) ଙ୍କ ଯୁଗରେ ଧନଖର ଜନତା ଦଳରେ ଥିଲେ । ବିଶେଷ କଥା ହେଉଛି ସେ ବିଜେପି କିମ୍ବା ଆରଏସଏସର ମୂଳ ବିଚାରଧାରାରୁ ଆସନ୍ତି ନାହିଁ, ବରଂ କୃଷକ ରାଜନୀତିରୁ ଆସିଛନ୍ତି । ସେ ସାମ୍ୱିଧାନିକ ପଦରେ ରହି ନିରବ ଭାବରେ ରହିବା ନେତା ନୁହନ୍ତି, ବରଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଟିପ୍ପଣୀ କରୁଥିବା ନେତା ଭାବେ ଜଣାଶୁଣା ।


ଏହା ବି ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ୩ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା; ସରକାର କଲେ ଘୋଷଣା


ଏହା ବି ପଢ଼ନ୍ତୁ:-ଆଧାର କାର୍ଡ ହଜି ଯାଇଛି ତ ଏହିପରି ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର ବିନା ଡାଉନଲୋଡ୍ କରନ୍ତୁ Aadhaar


ଏହା ବି ପଢ଼ନ୍ତୁ:-ଯେତେବେଳେ ପିଲାମାନେ ପଚାରନ୍ତି ଆମର ଧର୍ମ କ'ଣ- ହିନ୍ଦୁ ନା ମୁସଲମାନ? ତ ଜାଣନ୍ତୁ କ'ଣ ଜବାବ ଦିଅନ୍ତି ଶାହାରୁଖ ଖାନ


 


୧୯୮୯ରେ ଧନଖର ବିଜେପି ସମର୍ଥନରେ ଜନତା ଦଳ ଟିକେଟରେ ଝୁଞ୍ଜୁରୁ ଲୋକସଭା ନିର୍ବାଚନରେ ​​ଜିତି ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚିଥିଲେ । ସେ ମଧ୍ୟ କେନ୍ଦ୍ର ସରକାରରେ ମନ୍ତ୍ରୀ ଥିଲେ । ଜନତା ଦଳ ବିଭାଜନ ପରେ ସେ ଦେବ ଗୌଡାଙ୍କ କ୍ୟାମ୍ପକୁ ମିଶିଥିଲେ ଓ ଜନତା ଦଳରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ ସାମିଲ ହୋଇଥିଲେ । ସେ କଂଗ୍ରେସ ଟିକେଟରେ ଅଜମେରରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ହାରିଥିଲେ । ପରେ ୨୦୦୩ ମସିହାରେ ବିଜେପିରେ ଯୋଗ ଦେଇଥିଲେ । ଜଗଦୀପ ଧନଖର ମଧ୍ୟ ରାଜସ୍ଥାନର କିଶାନଗଡରୁ ଜଣେ ବିଧାୟକ ରହିଛନ୍ତି । ଜାଟ ସମ୍ପ୍ରଦାୟକୁ OBC ମାନ୍ୟତା ପାଇବା ପାଇଁ ସେ ଜାଟ ଆନ୍ଦୋଳନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । 


ଆସନ୍ତା ବର୍ଷ ଅର୍ଥାତ ୨୦୨୩ରେ ରାଜସ୍ଥାନରେ ଓ ୨୦୨୪ରେ ହରିୟାଣାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଦୁଇ ରାଜ୍ୟ ମଧ୍ୟରୁ ରାଜସ୍ଥାନ ବର୍ତ୍ତମାନ କଂଗ୍ରେସ ଦ୍ୱାରା ଶାସିତ ଓ ଅଶୋକ ଗେହଲୋଟ୍ ହେଉଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ । ସେପଟେ ହରିୟାଣାରେ ବିଜେପିର ମେଣ୍ଟ ସରକାର ଚାଲିଛି ଓ ଏହି ସରକାରରେ  ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ଅଛନ୍ତି । ଆଗାମୀ ନିର୍ବାଚନରେ ​​ମଧ୍ୟ ବିଜେପି ଏଠାରେ ବିଜୟ ନିଶ୍ଚିତ କରିବାକୁ ଚାହୁଁଛି । ରାଜସ୍ଥାନ ବିଧାନସଭା ଆସନ ବିଷୟରେ କହିବାକୁ ଗଲେ ଏଠାରେ ୨୦୦ଟି ଆସନ ଅଛି । ବିଧାନସଭାର କାର୍ଯ୍ୟକାଳ ଡିସେମ୍ବର ୨୦୨୩ରେ ଶେଷ ହେବାକୁ ଯାଉଛି । ଅର୍ଥାତ୍ ଡିସେମ୍ବର ୨୦୨୩ ପୂର୍ବରୁ ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ ।


ବିଜେପି ଏଥର ରାଜସ୍ଥାନରେ ଜିତିବା ପାଇଁ କୌଣସି ପ୍ରକାରର ରିକ୍ସ ନେବାକୁ ଚାହୁଁନାହିଁ ଓ ଦଳ ଜିତିବା ପାଇଁ ନିଜର ପୁରା ଶକ୍ତି ଲଗାଇ ଦେବ । ଏହି ନିର୍ବାଚନରେ ​​କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଛି । ଗତ ଦୁଇ ଦଶନ୍ଧି ଧରି ରାଜସ୍ଥାନରେ ବିଜେପିର ଦବଦବା ଥିଲା ଓ ବସୁନ୍ଧରା ରାଜେଙ୍କ କଥା ଚାଲୁଥିଲା । କିନ୍ତୁ ବର୍ତ୍ତମାନ ମନେ କରାଯାଉଛି ଯେ ଦଳ ରାଜସ୍ଥାନରେ ନୂତନ ନେତୃତ୍ୱ ଖୋଜୁଛି । ୨୦୨୩ରେ ବିଜେପି ରାଜ୍ୟରେ କ୍ଷମତାକୁ ଫେରିବ ବୋଲି ଆଶା ରଖିଛି ।


ସେଥିପାଇଁ ଧନଖର ବିଜେପିର ପସନ୍ଦ ପାଲଟିଥିଲା । ଧନଖର ରାଜସ୍ଥାନର ଜଣେ କୃଷକ ପରିବାରରୁ ଓ ଜାଟ ସମ୍ପ୍ରଦାୟରୁ ଆସନ୍ତି । ମୋଦି ସରକାରଙ୍କ ବିରୋଧରେ କୃଷକ ଆନ୍ଦୋଳନରେ ଜାଟ କୃଷକମାନେ ମଧ୍ୟ ବହୁ ସଂଖ୍ୟାରେ ସାମିଲ ଥିଲେ । ରାଜସ୍ଥାନରେ ବହୁ ସଂଖ୍ୟକ ଜାଟ ଭୋଟର ଓ କୃଷକ ଅଛନ୍ତି । ଅନେକ ନିର୍ବାଚନମଣ୍ଡଳୀରେ ଜାଟ୍ ଭୋଟରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି । ସେପଟେ ଧନଖରଙ୍କ ପ୍ରାର୍ଥୀ ଘୋଷଣା କରିବାବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ 'କିସାନ ପୁତ୍ର' ବୋଲି ସମ୍ବୋଧନ କରିଥିଲେ ।


ଧନଖରଙ୍କୁ ଉପରାଷ୍ଟ୍ରପତି କରିବା ପଛରେ ବିଜେପିର ଉଦ୍ଦେଶ୍ୟ ହେଉଛି ରାଜସ୍ଥାନ ନିର୍ବାଚନରେ ​​ଜିତିବା ଓ ଚାଷୀ ଆନ୍ଦୋଳନକୁ ନେଇ କୃଷକଙ୍କ ଅସନ୍ତୋଷକୁ ଦୂର କରିବା । ଯଦି କୃଷକ ବିଲ୍ ସମ୍ବନ୍ଧରେ ସ୍ୱର ଉଠିବ ତ ଏପରି ସ୍ୱର ଚାଷୀଙ୍କ ସହ କଥା ହୋଇପାରିବେ । ଧନଖର ଜଣେ କୃଷକ ନେତା ଓ ରାଜସ୍ଥାନ ଏବଂ ହରିୟାଣାର ଲୋକଙ୍କ ଉପରେ ତାଙ୍କର ଏକ ବିଶେଷ ଆଭିମୁଖ୍ୟ ରହିଛି, ବୋଧହୁଏ ସେଥିପାଇଁ ବିଜେପି ଏହି ବଡ଼ ଗୋଟି ଚାଳନା କରିଛି ।