Ghulam Nabi Azads New Party: କଂଗ୍ରେସ ଛାଡିବା ପରେ ନିଜର ନୂଆ ଦଳ ଗଠନ କରିବା ବାବଦରେ ଘୋଷଣା କରି ସାରିଛନ୍ତି ପୂର୍ବତନ ଜାମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ। ଏନେଇ ପ୍ରତିକ୍ରିୟା ରଖି ରବିବାର ସେ କହିଛନ୍ତି ଯେ, ୧୦ ଦିନ ମଧ୍ୟରେ ନୂତନ ରାଜନୈତିକ ଦଳ ଗଠନ କରିବା ବାବଦରେ ଘୋଷଣା କରାଯିବ। ଦଳର ଆଦର୍ଶ ଆଜାଦ ଅର୍ଥାତ ସ୍ୱାଧୀନ ହେବ। ଜାମୁ କାଶ୍ମୀରକୁ ପୂର୍ଣ୍ଣପାହ୍ୟ ରାଜ୍ୟର ମାନ୍ୟତା ପ୍ରଦାନ କରିବା ଏବଂ ଲୋକଙ୍କୁ ରୋଜଗାର ପ୍ରଦାନ ଏବଂ ଜମି ଅଧିକାର ପାଇଁ ଲଢେଇ କରିବା ହେବ ତାଙ୍କ ଦଳର ଏଜେଣ୍ଡା।


COMMERCIAL BREAK
SCROLL TO CONTINUE READING

ଗତ ଅଗଷ୍ଟ ୨୬ ତାରିଖରେ କଂଗ୍ରେସ ଛାଡି଼ବା ପରେ କାଶ୍ମୀର ଉପତ୍ୟକାରେ ତାଙ୍କର ପ୍ରଥମ ସାଧାରଣ ସଭାକୁ ସମ୍ବୋଧିତ କରି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ମୋର ସହକର୍ମୀଙ୍କୁ ମୁଁ ଧନ୍ୟବାଦ ଦେଉଛି। ଯେଉଁମାନେ ମୋ ପାଖରେ ଛିଡା ହୋଇଛନ୍ତି ଏବଂ ମୋର ନୂତନ ଦଳର ଆଧାର। ଆସନ୍ତା ୧୦ ଦିନ ମଧ୍ୟରେ ନୂଆ ଦଳ ଗଠନ ବାବଦରେ ଘୋଷଣା କରାଯିବ। 


ଉତ୍ତର କାଶ୍ମୀରସ୍ଥିତ ବାରାମୁଲା ଡାକ ବଙ୍ଗଳା ଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଗୁଲାମ ନବୀ ଆଜାଦ କହିଛନ୍ତି ଯେ ତାଙ୍କ ନାଁ  ଭଳି ତାଙ୍କ ନୂତନ ଦଳର ଆଦର୍ଶ ଏବଂ ବିଚାରଧାର ଆଜାଦ ହେବ। ଅର୍ଥାତ ତାଙ୍କ ଦଳର ଆଦର୍ଶ ସ୍ୱାଧୀନ ରହିବ। ମୋ ଦଲ ଆଜାଦ ରହିବ। ମୋର ଅନେକ ସହକର୍ମୀ କହିଛନ୍ତି ଯେ ଆମେ ଦଳର ନାମ ଆଜାଦ୍ ରଖିବା ଆବଶ୍ୟକ। ହେଲେ ମୁଁ କଦାପି ଏହା କହି ନାହିଁ। ଆମ ଦଳର ଆଦର୍ଶ ସ୍ୱାଧୀନ ହେବ। ଆମ ଦଳର ଅନ୍ୟ ଦଳ ସହ ମିଶ୍ରଣ କିମ୍ବା ବିଲୟ ହେବ ନାହିଁ। ଏହା ମୋ ମୃତ୍ୟୁ ପରେ ହୋଇପାରେ। ହେଲେ ମୋର ମୃତ୍ୟୁ ନ ହେବା ପର୍ଯ୍ୟନ୍ତ ଦଳର ବିଲୟ କିମ୍ବା ମିଶ୍ରଣ ହେବ ନାହିଁ।


Also Read: Ghulam Nabi Azad: 'ସେମାନେ ମୋ ଉପରକୁ ମିସାଇଲ ମାରିଥିଲେ, ହେଲେ ମୁଁ ରାଇଫଲ ମାଧ୍ୟମରେ ଜବାବ ଦେଲି'


ଆମ ଦଳ ଜାମୁ କାଶ୍ମୀରକୁ ପୂର୍ଣ୍ଣପାହ୍ୟ ରାଜ୍ୟର ମାନ୍ୟତା ପ୍ରଦାନ କରିବା ଏବଂ ଲୋକଙ୍କୁ ରୋଜଗାର ଏବଂ ଜମି ଅଧିକାର ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେବ। ମୋର ଦଳ ବିକାଶ ଭିତ୍ତିକ ହେବ। ଲୋକଙ୍କୁ ରୋଜଗାରର ସୁଯୋଗ ଯୋଗାଇବା ଏହାର ଏଜେଣ୍ଡା ହେବ। ମୁଁ ଜାତୀୟ କିମ୍ବା ଆଞ୍ଚଳିକ ଦଳ ବିରୋଧରେ ନାହିଁ। ବିଭିନ୍ନ ଦଳରେ ମୋର ଅନେକ ବନ୍ଧୁ ଅଛନ୍ତି।


ନିକଟରେ ଜାମୁ କାଶ୍ମୀରସ୍ଥିତ (Jammu Kashmir) ଭଦ୍ରବାହ ଠାରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଆଜାଦ କହିଛନ୍ତି ଯେ, ସେମାନେ ମୋ ଉପରେ ମିସାଇଲ ଫିଙ୍ଗିଥିଲା। ହେଲେ ମୁଁ କେବଳ ୩୦୩ ରାଇଫଲ ଯୋଗେ ପାଲଟା ଜବାବ ଦେଇଥିଲି। ଯାହା ଫଳରେ କଂଗ୍ରେସ ନେତା ମୋ ଆଡକୁ ମାଡ଼ କରିଥିବା ମିସାଇଲ ନଷ୍ଟ ହୋଇଯାଇଥିଲା। ଯଦି ମୁଁ  ସେମାନଙ୍କୁ ଜବାବ ଦେବାକୁ ଯାଇ ଏକ ବାଲିଷ୍ଟିକ୍ ମିସାଇଲ ବ୍ୟବହାର କରିଥାନ୍ତି ତାହେଲେ କ'ଣ ହୋଇଥାନ୍ତା? ଯଦି ମୁଁ ବାଲିଷ୍ଟିକ୍ ମିସାଇଲ ବ୍ୟବହାର କରିଥାନ୍ତି ତାହେଲେ କଂଗ୍ରେସ (Congress) ଅଦୃଶ୍ୟ ହୋଇ ଯାଇଥାନ୍ତା।


ଜନସଭାକୁ ସମ୍ବୋଧିତ କରିବା ବେଳେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ (Former Prime Minister of India) ରାଜୀବ ଗାନ୍ଧୀ (Rajiv Gandhi) ଏବଂ ଇନ୍ଦିରା ଗାନ୍ଧୀଙ୍କ (Indira Gandhi) ବାବଦରେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି। ଏନେଇ ସେ କହିଛନ୍ତି ଯେ, ଯେହେତୁ ମୁଁ ୫୨ ବର୍ଷ ଧରି କଂଗ୍ରେସ କର୍ମକର୍ତ୍ତା (Congress Worker) ରହିଥିଲି ଏବଂ ରାଜୀବ ଗାନ୍ଧୀଙ୍କୁ ମୋର ଭାଇ ଏବଂ ଇନ୍ଦିରା ଗାନ୍ଧୀଙ୍କୁ ମୋର ମାଆ ବୋଲି ଭାବିଥିଲି। ତେଣୁ ତାଙ୍କ ବିରୋଧରେ କୌଣସି ଅପଶବ୍ଦ ବ୍ୟବହାର କରିବାକୁ ମୋର ଇଚ୍ଛା ନାହିଁ। କଂଗ୍ରେସ ଛାଡିବା ପରେ ଜାମୁ ଠାରେ ତାଙ୍କର ପ୍ରଥମ ସାଧାରଣ ସଭାକୁ ସମ୍ବୋଧନ କରିବା ଅବସରରେ ଆଜାଦ ନିଜର ରାଜନୈତିକ ଦଳ (Ghulam Nabi Azads New Political Party) ଆରମ୍ଭ କରିବା ବାବଦରେ ଜଣାଇଛନ୍ତି।


Also Read: Ghulam Nabi Azad: DNA ଉପରେ ଆସିଥିବା ପ୍ରଶ୍ନ ଉପର ରଖିଲେ ଜବାବ


ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ମୋ  ରାଜନୈତିକ ଦଳର ନାମ ସ୍ଥିର କରି ନାହିଁ। ଜାମୁ କାଶ୍ମୀର ଲୋକେ ମୋ ଦଳର ନାମ ଏବଂ ପତାକା ସ୍ଥିର କରିବେ। ମୁଁ ମୋ ଦଳ ନାମରେ ହିନ୍ଦୁସ୍ତାନୀ (Hindustani Party) ଶବ୍ଦ ରଖିବି। ଯାହା ଫଳରେ ସମସ୍ତେ ବୁଝିପାରିବେ। ଗତ ୨୦୦୫ ବର୍ଷରୁ ୨୦୦୮ ପର୍ଯ୍ୟନ୍ତ ଜାମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ (Chief Minister of Jammu Kashmir) ପଦରେ ରହିଥିଲେ ଗୁଲାମ ନବୀ ଆଜାଦ।