Ghulam Nabi Azad: DNA ଉପରେ ଆସିଥିବା ପ୍ରଶ୍ନ ଉପର ରଖିଲେ ଜବାବ
Advertisement

Ghulam Nabi Azad: DNA ଉପରେ ଆସିଥିବା ପ୍ରଶ୍ନ ଉପର ରଖିଲେ ଜବାବ

Ghulam Nabi Azad targets Congress: କଂଗ୍ରେସ ବିରୋଧରେ ବର୍ଷି ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଯଦି ଆପଣ ଅନ୍ୟ ରାଜନୈତିକ ଦଳର ନେତାଙ୍କ ସହିତ ସାକ୍ଷାତ କରନ୍ତି କିମ୍ବା ସେମାନଙ୍କ କଥା ହୁଅନ୍ତି ତାହାଲେ ଏହା ଦ୍ୱାରା ଆପଣଙ୍କ ଡିଏନଏ ପରିବର୍ତ୍ତିତ ହୋଇଯାଏ ନାହିଁ। 

 Ghulam Nabi Azad: DNA ଉପରେ ଆସିଥିବା ପ୍ରଶ୍ନ ଉପର ରଖିଲେ ଜବାବ

Ghulam Nabi Azad targets Congress: ଦଳ ଛାଡିବା ପରେ ବିଭିନ୍ନ କାରଣକୁ ନେଇ କଂଗ୍ରେସ ବିରୋଧରେ ବର୍ଷିବାରେ ଲାଗିଛନ୍ତି ଗୁଲାମ ନବୀ ଆଜାଦ। ଅନ୍ୟପଟେ ଦଳ ଛାଡିବା ପରେ କଂଗ୍ରେସ କ୍ରମାଗତ ଭାବେ ଗୁଲାମ ନବୀ ଆଜାଦଙ୍କ ଉପରେ ପାଲଟା ଆକ୍ରମଣ କରିବାକୁ ପଛେଇନାହିଁ। ନିକଟରେ କଂଗ୍ରେସ ତାଙ୍କର ଡିଏନଏ ଉପରେ ପ୍ରଶ୍ନ ଉଠାଇଥିଲା। ଏନେଇ କଂଗ୍ରେସ ପକ୍ଷରୁ  କୁହାଯାଇଥିଲା ଯେ ଗୁଲାମ ନବୀ ଆଜାଦଙ୍କ ଡିଏନ୍ଏ ମୋଦିମୟ ହୋଇଯାଇଛି। ନିଜ ଡିଏନଏ ପ୍ରଶ୍ନ ଉଠାଇଥିବା କଂଗ୍ରେସକୁ ପାଲଟା ଜବାବ ଦେଇଛନ୍ତି ସେ। ଏନେଇ କଂଗ୍ରେସ ଉଦ୍ଦେଶ୍ୟରେ କଟାକ୍ଷ କରି ସେ କହିଛନ୍ତି ଯେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ସହିତ ସାକ୍ଷାତ କରିବା କିମ୍ବା କଥାବାର୍ତ୍ତା କରିବା ଜଣଙ୍କର ଡିଏନ୍ଏ ପରିବର୍ତ୍ତିତ ହୋଇଯାଏ ନାହିଁ।

ନିକଟରେ କଂଗ୍ରେସ (Congress) ଛାଡିଥିବା ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ (Ghulam Nabi Azad) ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ। ଏହା ଉପରେ ତାଙ୍କୁ ଜବାବ ଦେଇ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ତାଙ୍କର ରିମୋଟ କଣ୍ଟ୍ରୋଲ ରହିଛି ଏବଂ ତାଙ୍କର ଡିଏନଏ ମୋଦୀମୟ ହୋଇଯାଇଛି।

ଗତ ଶନିବାର ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଯେତେବେଳେ ରାଜ୍ୟସଭା ସାଂସଦ ଭାବେ ମୋର କାର୍ଯ୍ୟକାଳ ସରିଲା ସେତେବେଳେ ରାଜନୈତିକ ଦଳର ସାଂସଦ ମୋ ଲାଗି ବିଦାୟୀ ଭାଷଣ ଦେଇଥିଲେ। ମାତ୍ର କେବଳ ସେହି କଥା କୁହାଯାଇଥିଲା ଯାହା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। କଂଗ୍ରେସ ବିରୋଧରେ ବର୍ଷି ସେ କହିଥିଲେ ଯେ ଯଦି ଆପଣ ଅନ୍ୟ ରାଜନୈତିକ ଦଳର ନେତାଙ୍କ ସହିତ ସାକ୍ଷାତ କରନ୍ତି କିମ୍ବା ସେମାନଙ୍କ କଥା ହୁଅନ୍ତି ତାହାଲେ ଏହା ଦ୍ୱାରା ଆପଣଙ୍କ ଡିଏନଏ ପରିବର୍ତ୍ତିତ ହୋଇଯାଏ ନାହିଁ। 

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ସମ୍ପର୍କରେ ସେ କହିଛନ୍ତି ଯେ ଏହା ଏକ ପରମ୍ପରା ଯେ ଯେତେବେଳେ ଗୃହର ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୁଏ ସେତେବେଳେ ସମସ୍ତ ଦଳର ନେତା ଏହି ଅବସରରେ ନିଜର ମତମତ ଉପସ୍ଥାପନ କରିଥାନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସମୟ ସହିତ ଭାରତୀୟ ସଂସ୍କୃତି ବଦଳିଛି। ହିନ୍ଦୁ-ମୁସଲମାନ ଏକାଠି ରହୁଛନ୍ତି। ହିନ୍ଦୁ ଆରବୀ ଅଧ୍ୟୟନ କରିବା କିମ୍ବା ମୁସଲମାନ ଗୀତା ଅଧ୍ୟୟନ କରିବା ଏକ ସାଧାରଣ କଥା ନୁହେଁ। ଏହା ହେଉଛି ଭାରତର ଏକ ମିଶ୍ରିତ ସଂସ୍କୃତି।

ରବିବାର ଜାମୁ ଠାରେ ଆୟୋଜିତ ହୋଇଥିବା ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ଗୁଲାମ ନବୀ ଆଜାଦ କହିଛନ୍ତି ଯେ କଂଗ୍ରେସ ଦଳ କମ୍ପ୍ୟୁଟର ଦ୍ୱାରା ତିଆରି ହୋଇନଥିଲା। ଦଳୀୟ କର୍ମକର୍ତ୍ତାଙ୍କ ରକ୍ତ ଝାଳରେ ତିଆରି ହୋଇଥିଲା କଂଗ୍ରେସ। ହେଲେ ବର୍ତ୍ତମାନ କଂଗ୍ରେସ ଟ୍ୱିଟ୍ ଏବଂ କମ୍ପ୍ୟୁଟର ମଧ୍ୟରେ ସୀମିତ ହୋଇଯାଇଛି। ସେମାନେ ଆମକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। 

କଂଗ୍ରେସ ଛାଡି଼ବା ପରେ ଗୁଲାମ ନବୀ ଆଜାଦ ମଧ୍ୟ ଜାମୁ ଠାରେ ଏକ ନୂଆ ଦଳ ଘୋଷଣା କରିଛନ୍ତି। ଯଦିଓ ଏହାର ନାମ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ମୋର ନୂଆ ଦଳର ନାମ ସ୍ଥିର କରି ନାହିଁ। ମୋ ଦଳର ନାଁ କ'ଣ ହେବ ଏବଂ ଦଳୀୟ ପତାକା କିପରି ହେବ ତାହା ଜାମୁ କାଶ୍ମୀର ଲୋକେ ସ୍ଥିର କରିବେ। ମୁଁ ପାର୍ଟି ନାମ ହିନ୍ଦୁସ୍ତାନୀ ରଖିବି ଯାହାକୁ ସମସ୍ତେ ବୁଝି ପାରିବେ। ଜାମୁ କାଶ୍ମୀର କିପରି ପୂର୍ଣ୍ଣ ରାଜ୍ୟ ପାହ୍ୟା ମାନ୍ୟତା ପାଇବ ତାହା ଆମ ଦଳର ଲକ୍ଷ୍ୟ ହେବ। ଏହା ବ୍ୟତୀତ ସ୍ଥାନୀୟ ବାସିନ୍ଦାଙ୍କୁ ରୋଜଗାର ଏବଂ ଜମି ଅଧିକାର ପ୍ରଦାନ କରିବା ଉପରେ ପ୍ରାଥମିକତା ଦିଆଯିବ।