କୋଲକାତା: ଚଳିତ ବର୍ଷ ଏପ୍ରିଲ-ମେ ମାସରେ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ହେଲେ ଏହା ପୂର୍ବରୁ ରାଜ୍ୟର ଶାସକ ଅଥବା ବିରୋଧି ଦଳ ପକ୍ଷରୁ କରାଯାଉଥିବା ନାରାବାଜିକୁ ନେଇ ସରଗରମ ହୋଇଉଠିଛି ରାଜନୈତିକ ପାଣିପାଗ। ଏପରିକି ବିଭିନ୍ନ ପ୍ରସଙ୍ଗକୁ ନେଇ ବିଭିନ୍ନ ଦଳର ରାଜନେତାଙ୍କ ମଧ୍ୟରେ ଚାଲିଥିବା ବାକ୍ୟଯୁଦ୍ଧ ଜାରି ରହିଛି।


COMMERCIAL BREAK
SCROLL TO CONTINUE READING

ଏବେ ପଶ୍ଚିମବଙ୍ଗ ରାଜନୀତିରେ 'ଜୟ ଶ୍ରୀରାମ' ନାରାବାଜି ଏକ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି। ଏବେ ରାଜ୍ୟର ମୁଖ୍ୟ ବିରୋଧି ଦଳ ଆସନରେ ବସିଥିବା ବିଜେପି ପକ୍ଷରୁ ଦିଆଯାଉଥିବା ଚର୍ଚ୍ଚିତ 'ଜୟ ଶ୍ରୀରାମ' ନାରାକୁ ଶୁଣିବା ପରେ ଚିହିଁକି ଉଠୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନିଜେ ଏକ ନୂଆ ନାରା ଦେଇଛନ୍ତି।


ସୋମବାର ରାଜ୍ୟର ହୁବଲି ଠାରେ ଆୟୋଜିତ ହୋଇଥିବା ଏକ ରାଲିକୁ ସମ୍ବୋଧନ କରିବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି 'ହରେ କୃଷ୍ଣ ହରେ ରାମ ବିଦା ହୋ ବିଜେପି-ବାମ'। ଗତ ଶନିବାର  କୋଲକାତାସ୍ଥିତ ଭିକ୍ଟୋରିଆ ମେମୋରିଆଲ ଠାରେ ଆୟୋଜିତ ହୋଇଥିବା ନେତାଜୀ ସୁବାସ ବୋଷଙ୍କ ୧୨୫ ତମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। 


Also  Read: 'ଷଣ୍ଢକୁ ଲାଲ କପଡା ଦେଖାଇବା ଯାହା ମମତାଙ୍କ ଆଗରେ ଜୟ ଶ୍ରୀରାମ କହିବା ସେୟା'


 


ଏହି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଯେତେବେଳେ ମମତା ବାନାର୍ଜୀ ଭାଷଣ ଦେବାକୁ ଯାଉଥିଲେ ସେତେବେଳେ ଜୟ ଶ୍ରୀରାମ ନାରା ଲଗାଯାଇଥିଲା। ଯାହାକୁ ଶୁଣିବା ପରେ ଚିହିଁକି ଉଠିଥିଲେ। ଏପରିକି ଭାଷଣ ଦେବାକୁ ମନା କରିଥିଲେ। ତାଙ୍କୁ ଏହି କାର୍ଯ୍ୟକ୍ରମକୁ ଡାକି ଅପମାନିତ କରାଯାଉଥିବା ସେ କହିଥିଲେ।                    
 
ହୁବଲି ଠାରେ ଆୟୋଜିତ ହୋଇଥିବା ଏକ ରାଲିକୁ ସମ୍ବୋଧନ କରିବା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ଯଦି ଆପଣ କାହାକୁ ଘରକୁ ଆସିବାକୁ ନିମନ୍ତ୍ରଣ କରୁଛନ୍ତି ତାହେଲେ ଆପଣ କ'ଣ ତାଙ୍କୁ ଅପମାନିତ
କରିପାରିବେ। ନେତାଜୀ ଜୟନ୍ତୀ ଅବସରରେ କିଛି ଅରାଜକତତ୍ତ୍ୱ ସୁବାସ ବୋଷଙ୍କ ନାମରେ ନାରା ଲଗାଇଥାନ୍ତେ ତାହେଲେ ଏହାକୁ ସ୍ୱାଗତ କରିଥାନ୍ତି।         


ସିପିଏମ, କଂଗ୍ରେସ, ବିଜେପି ହେଉଛନ୍ତି ଜଗାଇ, ମଧାଇ, ଗଦାଇ ନାମରେ ତିନି ଭାଇ। ଦଳୀୟ ନେତା ବିଜେପିରେ ସାମିଲ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ବିଜେପି ହେଉଛି ୱାଶିଂ ମେସିନ। ସମ୍ମାନିତ ଲୋକଙ୍କୁ ଆମେ ଦଳକୁ ସ୍ୱାଗତ କରିବୁ। ଯେଉଁମାନେ ବିଜେପିରେ ମିଶିଛନ୍ତି ସେମାନଙ୍କୁ ନିର୍ବାଚନ ଲଢିବା ପାଇଁ ଟିଏମସି ପକ୍ଷରୁ ସେମାନଙ୍କୁ ଟିକେଟ ମିଳିନଥାନ୍ତା।


ପଶ୍ଚିମବଙ୍ଗ କାଙ୍ଗାଳ ନୁହେଁ। ବିଜେପି କେବଳ ଟିଭି ପରଦାରେ ଜିତୁଛି। ବୁଥ କର୍ମୀ ହେଉଛନ୍ତି ସେମାନେ ଯିଏ ଦଳ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତି। କାମ ଦ୍ୱାରା ନେତା ତିଆରି ହୋଇଥାନ୍ତି। ସେମାନେ ହଠାତ୍ ଗଛରୁ ଖସିପଡି ନେତା ହୁଅନ୍ତି ନାହିଁ। ଯଦି ସେମାନେ ତୁମକୁ ଟଙ୍କା ଦିଅନ୍ତି ତାହେଲେ ନିଅ। ଏହି ଟଙ୍କା ଚିକେନ୍, ଚାଉଳ କିଣ ଖାଇ ନିଅ ହେଲେ ଭୋଟ୍ ଦିଅ ନାହିଁ। 


ନେତାଜୀଙ୍କ ଜୟନ୍ତୀ ସମାରୋହରେ ତାଙ୍କୁ ଅସମ୍ମାନ କରାଯାଉଛି। କିଛି ଲୋକ ମୋତେ ହଇରାଣ କରିଛନ୍ତି। ମୁଁ ଜଗୁଆଳି। ବିଜେପି ମିଥ୍ୟ ପ୍ରତିଶୃତିର ଭିଡିଓ ପ୍ରସ୍ତୁତ କରୁଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ମିଥ୍ୟା ଖବର ପ୍ରସ୍ତୁତ କରେ।